ଜସୁନାଖଳାରେ ଦେଶ ପ୍ରେମର ନିଆରା ନିଦର୍ଶନ: ୧୨୦ ମିଟରର ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରା
27/01/2021 at 11:10 PM

ଜସୁନାଖଳା,୨୭/୧: ଦେଶଭକ୍ତିର ନିଆରା ପରମ୍ପରା ସୃଷ୍ଟି କଲେ ରାଜସୁନାଖଳା ଅଞ୍ଚଳର ଯୁବକ- ଯୁବତୀମାନେ। ୧୨୦ ମିଟରର ବିଶାଳ ତ୍ରିରଙ୍ଗା ପତାକା ଧରି ବୁଲିଲେ ଦୁଇଶହ ଅଧିକ ଯୁବକ- ଯୁବତୀ। ତ୍ରିରଙ୍ଗା ଶୋଭାଯାତ୍ରା କମିଟି ରାଜସୁନାଖଳାର ଇଏ ହେଉଛି ଦ୍ଵିତୀୟ ବାର୍ଷିକ ତ୍ରିରଙ୍ଗା ଶୋଭାଯାତ୍ରା। କୋଭିଡ କଟକଣା ସହିତ ବିଭିନ୍ନ ଦେଶଭକ୍ତିର ନାରାଦେଇ ସମଗ୍ର ରାଜସୁନାଖଳା ଅଞ୍ଚଳ ପରିକ୍ରମା କରିଥିଲେ। ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୋଭାଯାତ୍ରାର ଶୁଭ ଉଦଘାଟନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ନିରଞ୍ଜନ ତରାସ, ଯୁବ ସମାଜସେବୀ ଜଗନ ନାୟକ, ସବ୍ୟସାଚୀ ସେନାପତି ପ୍ରମୁଖ ଯୋଗଦାନ କରିଥିଲେ।
ସହର ପରିକ୍ରମା ପରେ କାଉଁରୀ ପାଟଣା ସାହି ଯୁବ ଭାରତୀ କ୍ଳବ ପରିସରରେ ଆୟୋଜିତ ସାଧାରଣ ସଭାରେ ଖୋର୍ଦ୍ଧା ଜିଲା ସମବାୟ ସମିତି ନିର୍ଦେଶକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଯୁବଶକ୍ତିର ଏହିଭଳି ନିଆରା ପ୍ରୟାସର ଭୁରିୟସୀ ପ୍ରଶଂସା କରିଥିଲେ।