Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯଶପ୍ରୀତ ବୁମରାହ ସେୟାର କଲେ ତାଙ୍କର ସୁଇମିଙ୍ଗ ପୁଲର ଫଟୋ : ଲେଡିସ୍ ଫ୍ୟାନଙ୍କ ଛାତିରେ ଲାଗିଲା ନିଆଁ

20/07/2019 at 5:01 PM

ନୂଆଦିଲ୍ଲୀ ୨୦/୭: ବିଶ୍ବକପ୍ ସରିଗଲା,ଇଂଲଣ୍ଡ ବିଶ୍ବକପ୍ ବିଜେତା ହେଲା ଏବଂ ଭାରତୀୟ ଟିମ୍ ନିଜ ଦେଶ ଫେରି ଆସିଲା। ଭାରତୀୟ ଟିମ୍ ସବୁବେଳେ ନିଜ ବ୍ୟାଟିଂ ପାଇଁ ଜଣାଯାଇଥାଏ। କିନ୍ତୁ ଏହି ବିଶ୍ବକପରେ ଭାରତୀୟ ଟିମର ଆଉ ଏକ ବଡ଼ ଉଦାହରଣ ହେଲା ଯଶପ୍ରୀତ ବୁମରାହଙ୍କ ବୋଲିଂ। ୪୫ଦିନର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିମାନେ କ୍ରିକେଟ ପଡ଼ିଆରେ ଏବଂ ପ୍ରାକ୍ଟିସ ନେଟରେ ଝାଳବୁହା ପରିଶ୍ରମ କରିଛନ୍ତି। ଏଥି ପାଇଁ ବୁମରାହ ତାଙ୍କ ସାଙ୍ଗମାନଙ୍କ ସହ ମସ୍ତି କରୁଥିବା ନଜର ଆସିଛି।

ବିଶ୍ବ କପରେ ସେ ଯେଭଳି ଭାବେ ବିପକ୍ଷ ଦଳର ବ୍ୟାଟସମ୍ୟାନଙ୍କୁ ଧୂଳି ଚଟାଇଛନ୍ତି,ତାହା ପ୍ରକୃତରେ ପ୍ରଶଂସାଯୋଗ୍ୟ। ବୋଧହୁଏ ଟୁର୍ଣ୍ଣାମେଣ୍ଟରେ ଏତେ ପରିଶ୍ରମ କରିବା କାରଣରୁ ସେ ତାଙ୍କ ସାଙ୍ଗମାନଙ୍କ ସହ କିଛି ସମୟ ବିତାଉଛନ୍ତି।

ଏବେ ଯାଏଁ ସେ ତାଙ୍କର ଚମତ୍କାର ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତୁଥିଲେ କିନ୍ତୁ ଏବେ ସେ ପାଣିରେ ପହଁରି ତାଙ୍କ ଫ୍ୟାନଙ୍କ ହୃଦୟ ଜିତୁଛନ୍ତି। ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ତାଙ୍କ ସାଙ୍ଗଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।

   Related Posts