ଦିନିକିଆ ସିରିଜ୍‌ରୁ ବି ବାଦ୍ ପଡି ପାରନ୍ତି ବୁମରା, ଏହି ଖେଳାଳିଙ୍କୁ ମିଳିବ ବିଶ୍ରାମ !

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ ୦୧।୦୨: ଯଶପ୍ରୀତ ବୁମରାଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଅଧିକ ସମୟ ଲାଗିପାରେ। ବ୍ୟକ୍ତିଗତ କାରଣରୁ ଯଶପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଖେଳିବେ ନାହିଁ ମାତ୍ର ଏବେ ଖବର ଆସୁଛି ଯେ, ତାଙ୍କର ଦିନିକିଆ ସିରିଜ ଖେଳିବା ମଧ୍ୟ ସନ୍ଦିଗ୍ଧ। ବୁମରାଙ୍କୁ ପୂର୍ବରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି।

କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ ଯଶପ୍ରୀତ ବୁମରା ମାର୍ଚ୍ଚ ୨୩ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜ୍‌ରୁ ବାଦ୍ ପଡି ପାରନ୍ତି। ବୁମରାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ନୂତନ ଖେଳାଳିଙ୍କୁ ପରଖିବାର ସୁଯୋଗ ଦେବ। ମିଡିଆ ରିପୋର୍ଟ ଅନୁଯାୟୀ ବୁମରାଙ୍କ ସହିତ ରୋହିତ ଶର୍ମା, ଋଷଭ ପନ୍ତ ଓ ଓ୍ଵାଶିଂଟନ ସୁନ୍ଦରଙ୍କୁ ମଧ୍ୟ ଦିନିକିଆ ସିରିଜ୍‌ରୁ ବିଶ୍ରାମ ଦିଆଯାଇପାରେ।

କଣ ପାଇଁ ଦିଆଯିବ ବିଶ୍ରାମ

ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା, ଋଭଷ ପନ୍ତ ଓ ଓ୍ଵାଶିଂଟନ ସୁନ୍ଦର ଆଇପିଏଲରୁ କ୍ରମାଗତ କ୍ରିକେଟ୍ ଖେଳୁଛନ୍ତି। ଏହି ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛନ୍ତି। ପୁଣି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବେ। ଏତେ ସମୟ ଧରି ଜୈବ ନିରାପତ୍ତା ବଳୟରେ ରହିବା ଖେଳାଳିଙ୍କ ମାନସିକ ଭାବେ ଭାରାକ୍ରାନ୍ତ କରିପାରେ। ପୁଣି ଏପ୍ରିଲରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ତେଣୁ ବ୍ୟସ୍ତବହୁଳ କ୍ରୀଡାସୂଚୀକୁ ଦୃଷ୍ଟିରେ ରଖି ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି। ଏହି ତିନି ଖେଳାଳି ନଖେଳିଲେ ଟି ୨୦ସିରିଜ୍‌ରେ ଭଲ ପ୍ରଦର୍ଶନ  କରିବାକୁ ଥିବା ଖେଳାଳିଙ୍କୁ ଦିନିକିଆ ସିରିଜ୍‌ରେ ସୁଯୋଗ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.