Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆଇସିସି ପ୍ଲେୟାର ଅଫ ଦ ମନ୍ଥ ଦୌଡରେ ଯଶପ୍ରୀତ ବୁମରା ଓ ଜୋ ରୁଟ୍, ପାକିସ୍ତାନର ଏହି ଖେଳାଳି ମଧ୍ୟ ସାମିଲ୍

6/09/2021 at 6:33 PM

ଦୁବାଇ ୦୬।୦୯: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜ୍‌ରେ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା  ଅଗଷ୍ଟ ମାସର ଆଇସିସି ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ନାମିତ ହୋଇଛନ୍ତି। ବୁମରାଙ୍କ ବ୍ୟତୀତ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଏବଂ ପାକିସ୍ତାନୀ ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ରୁଟ୍ ଟେଷ୍ଟ ସିରିଜ୍‌ରେ ଏକ ମାତ୍ର ବ୍ୟାଟସମ୍ୟାନ ଭାବେ ଦମଦାର ପ୍ରଦର୍ଶନ କରି ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ରନ କରି ସାରିଛନ୍ତି।

ମହିଳା କାଟାଗୋରୀରେ ଥାଇଲାଣ୍ଡର ନତାୟା ବୁଚାଥାମ, ଆୟରଲାଣ୍ଡର ଗେବି ଲୁଇସ୍ ଓ ଏମିୟର ରିଚାର୍ଡସନଙ୍କୁ ସ୍ଥାନ ମିଳିଛି। ଯଶପ୍ରୀତ ବୁମରା ପ୍ରଥମ ଟେଷ୍ଟରେ ୯ ଓ୍ଵିକେଟ୍ ନେଇଥିଲେ। ଏହା ପରେ ଦ୍ଵିତୀୟ ଟେଷ୍ଟରେ ମହମ୍ମଦ ଶାମିଙ୍କ ସହିତ ମିଶି ନବମ ଓ୍ଵିକେଟ୍ ପାଇଁ ୮୯ ରନ ଯୋଡିଥିଲେ, ଯାହା ଭାରତ ବିଜୟରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଅନ୍ୟପଟେ ଇଂଲଣ୍ଡ ପାଇଁ ଜୋ ରୁଟ୍ ତିନି ଟେଷ୍ଟରେ ଶତକ ହାସଲ କରିବା ସହିତ ଟେଷ୍ଟ ମାନ୍ୟତାରେ ଶୀର୍ଷରେ ପହଞ୍ଚିଛନ୍ତି।

ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ଟେଷ୍ଟରେ ୧୮ ଓ୍ଵିକେଟ୍ ନେଇଛନ୍ତି। ଦ୍ଵିତୀୟ ଟେଷ୍ଟରେ ସେ ୧୦ ଓ୍ଵିକେଟ୍ ହାସଲ କରିଛନ୍ତି ଏବଂ ଏହି ସଫଳତା ହାସଲ କରିବାରେ ପାକିସ୍ତାନର ଚତୁର୍ଥ ସବୁଠୁ ଯୁବ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି।

   Related Posts