ପ୍ରଶଂସକଙ୍କ ପ୍ରଶ୍ନ, କେବେ ହେଲା ବାହାଘର?

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ବିଗବସ ସିଜନ-୧୨ର ପ୍ରତିଯୋଗୀ ଜସଲିନ ମଥାରୁ ଗୁରୁବାର ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏ ଫଟୋକୁ ଦେଖି ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇଛନ୍ତି। ଫଟୋରେ ଜସଲିନଙ୍କ ସହ ବର୍ଷୀଆନ କଣ୍ଠଶିଳ୍ପୀ ଅନୁପ ଜଲୋଟା ଅଛନ୍ତି। ତେବେ ଏ ଫଟୋ ସହିତ ଜସଲିନ କିଛି କ୍ୟାପସନ ସେୟାର କରି ନାହାନ୍ତି।

ଜସଲିନ୍ ଡାର୍କ ପିଙ୍କ ସିଲ୍କ ସଲଓ୍ବାରରେ ନଜର ଆସିଛନ୍ତି। ଏହା ସହ ସେ ହେଭି ଜୁଏଲାରି ମଧ୍ୟ କ୍ୟାରି କରିଛନ୍ତି। ସେହିପରି ଅନୁପ ମଧ୍ୟ ପଗଡି ଓ ସେରଓ୍ବାନିରେ ପିନ୍ଧିଛନ୍ତି। ଏ ଫଟୋକୁ ନେଇ ପ୍ରଶଂସକମାନେ ଏକାଧିକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ଜଣେ ପ୍ରଶଂସକ ଲେଖିଛନ୍ତି ଏ ସବୁ କ’ଣ? ସେହିପରି ଆଉ ଜଣେ ଲେଖିଛନ୍ତି ବାହାଘର ହେଇଗଲା? ପୁଣି ଦୁଇଜଣଙ୍କ ବାହାଘର କେବେ ହେଲା ବୋଲି ମଧ୍ୟ ପ୍ରଶଂସକ ପ୍ରଶ୍ନ କରିଛନ୍ତି। ତେବେ ସୂତ୍ର ଅନୁସାରେ ଏହା ହେଉଛି ଫିଲ୍ମ ‘ଓ୍ବ ମେରି ଷ୍ଟୁଡେଣ୍ଟ ହୈ’ର ସୁଟିଂ ସେଟର ଫଟୋ। ବିଗବସ ସିଜନରେ ଅନୁପ ଓ ଜସଲିନଙ୍କ ସମ୍ପର୍କକୁ ନେଇ ବହୁ ଗୁଜବ ଓ ଚର୍ଚା ସୃଷ୍ଟି ହୋଇଥିଲା। ମାତ୍ର ସେମାନଙ୍କ ସମ୍ପର୍କ ଗୁରୁଶିଷ୍ୟର ଥିବା ପରେ ସ୍ପଷ୍ଟ କରିଥିଲେ।

ଜୁଲାଇରେ ଜସଲିନ କହିଥିଲେ ଯେ ସେ ଭୋପାଳ ଡାକ୍ତର ଅଭିଜିତ ଗୁପ୍ତାଙ୍କୁ ଡେଟ୍ କରୁଥିଲେ। ତେବେ ଅଭିଜିତଙ୍କ ସହ ପରିଚୟ ଅନୁପ ହିଁ କରାଇଥିଲେ। ତେବେ ଲକଡାଉନ ଯୋଗୁ ଅଭିଜିତଙ୍କ ସହ କୌଣସି ସ୍ଥାନ ବୁଲି ପାରି ନାହାନ୍ତି କହିଛନ୍ତି ଜସଲିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.