Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୋରା ଚାଲାଣ ବେଳେ ନକଲି ଜର୍ଦ୍ଦା ଜବତ, ୨ ଗିରଫ

30/06/2020 at 8:42 AM

ଭଦ୍ରକ ୩୦।୬: ଚୋରା ଚାଲାଣ ବେଳେ ନକଲି ଜର୍ଦ୍ଦା ସହ ଅଟୋ ଜବତ । ଭିନ୍ନ ଭିନ୍ନ ସ୍ଥାନରୁ ୨ ଜଣଙ୍କୁ ଗିରଫ କଲା ଭଦ୍ରକ ପୁରୁଣାବଜାର ପୋଲିସ ।  

ସୂଚନାଯୋଗ୍ୟ ଯେ, ଏକ ଗାଡିରେ ନକଲି ଜର୍ଦ୍ଦା ଚୋରାରେ ଆଣି ବେପାରୀ ଚନ୍ଦନବଜାର ଅଞ୍ଚଳର ଦୋକାନୀଙ୍କୁ ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯିବା ବେଳକୁ ଗାଡି ଖସିଯାଇଥିଲା । ସେହି ନକଲି ଜର୍ଦ୍ଦା ସହ ଦୋକାନୀଙ୍କୁ ଉଠାଇ ଆଣିଥିଲା ପୋଲିସ ।

ସେହିପରି ଅନ୍ୟ ଏକ ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ଖବରପାଇ ପୋଲିସ ହଳଦିଡିହ ଛକ ନିକଟରେ ଅଟୋକୁ ଅଟକାଇଥିଲା । ସେଥିରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଗାଡିକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ବାରମ୍ବାର ପୋଲିସର ରେଡ୍ ପରେ ମଧ୍ୟ ନକଲି ଜର୍ଦ୍ଦା ବେପାର ଥମୁନାହିଁ ।

   Related Posts