Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ନକଲି ଜର୍ଦ୍ଦା ବୋଝେଇ ଅଟୋ ଜବତ, ୨ ଅଟକ

31/12/2020 at 3:18 PM

ଭଦ୍ରକ ୩୧।୧୨ :  ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା , ଏବଂ ତାଙ୍କୁ ଏସ୍କଟ କରୁଥିଲା କାର୍‌ । ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା ସହ ୨ଟି ଗାଡିକୁ ଜବତ କରିଛି ପୋଲିସ । ଭଦ୍ରକ ଟାଉନ ଥାନା ପୋଲିସ ଏହି ଗାଡିକୁ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଅଟକ ରଖିଛି ପୋଲିସ ।  

ଖବର ଅନୁଯାୟୀ,  ଭଦ୍ରକ ଟାଉନ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଅଟୋରେ ନକଲି ଜର୍ଦ୍ଦା ଭର୍ତ୍ତି ହୋଇ ଯାଉଥିବା ପୋଲିସ ଖବର ପାଇଥିଲା । ଯାହାପରେ ସେହି ଅଟୋକୁ ଅଟକ ରଖିଥିଲା । ସେହିପରି ଅଟୋ ଏସ୍କର୍ଟ କରି ନେଇଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି । ଜବତ ଗାଡିକୁ ଥାନାକୁ ଆଣିବା ସହ ଏଥିରେ ସମ୍ପୃକ୍ତ ଥିବା ୨ ଜଣକୁ ପୋଲିସ ଅଟକ ରଖି ଅଧିକ ଛାନ୍‌ଭିନ୍‌ କରୁଛି । ଏମାନେ ପାଟଣା ସାହିରୁ ନକଲି ଜର୍ଦ୍ଦା ନେଇ ବାହାର ଜିଲ୍ଲାକୁ ଯାଉଥିବା ବେଳେ ଧରାପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

   Related Posts