Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଯାଜପୁର ବ୍ରହ୍ମବରାଦରେ ସଟ୍‌ଡାଉନ୍‌ , ଭଦ୍ରକର ଆଉ ତିନୋଟି ଅଞ୍ଚଳକୁ ବଢିଲା କର୍ଫ୍ୟୁ

4/04/2020 at 10:14 AM

ଭୁବନେଶ୍ୱର ୦୪।୦୪: ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିଥିବାରୁ ସରକାର କଟକଣାକୁ ଆହୁରି କଟକଣା କରିଛନ୍ତି । କଟକ,ଭୁବନେଶ୍ୱର,ଭଦ୍ରକରେ ଜାରି ହୋଇଥିବା ୪୮ଘଣ୍ଟିଆ ସଟ୍‌ଡାଉନ୍‌ ବା କର୍ଫ୍ୟୁକୁ ଆହରୁ ବଢାଇଛନ୍ତି । ଶନିବାର ଦିନ ଯାଜପୁରର ବ୍ରହ୍ମବରାଦରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସେହିପରି ପୌରଞ୍ଚଳରେ ଜାରି ହୋଇଥିବା ସଟ୍‌ଡାଉନ୍‌ର ସୀମାକୁ ଆଖପାଖ ତିନୋଟି ଅଞ୍ଚଳକୁ ବଢାଇଦିଆଯାଇଛି ।

ଯାଜପୁରରେ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ବ୍ରହ୍ମବରାଦ ଅଞ୍ଚଳରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଜାରି ହୋଇଛି ।ଏହା ରବିବାର ରାତି ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସଟ୍‌ଡାଉନ୍‌ ଜାରି କରିଛନ୍ତି ।

ଭ୍ରଦକରେ କରୋନା ସଂକ୍ରମିତ ଚିହ୍ନଟକୁ ନେଇ ଜାରି ହୋଇଥିବା ୪୮ଘଣ୍ଟିଆ ସଟ୍‌ଡାଉନ୍‌ ପରିସୀମାକୁ ବଢାଇଦିଆଯାଇଛି । ପୌରାଞ୍ଚଳ ନିକଟସ୍ଥ ଚରମ୍ପା ଗ୍ରାମପଞ୍ଚାୟତ, ଏରେଇ ପଞ୍ଚାୟତ, ଏବଂ ଆରଡି ଛକକୁ ସଟଡାଉନ୍‌ ଏରିଆ ଭିତରେ ସାମିଲ କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେପଟେ ଭଦ୍ରକରେ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌  ଓ ସଟଡାଉନ୍‌ ନିୟମ ଭାଙ୍ଗି ୯ଜଣ ଗିରଫ ହୋଇଛନ୍ତି ।

   Related Posts