Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବିଶ୍ଵର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଅଲିମ୍ପିକ୍ସରୁ ବିଦା

28/07/2021 at 9:15 PM

ଟୋକିଓ ୨୮।୦୭: ଟୋକିଓ ଅଲିମ୍ପିକ୍ସର ଷଷ୍ଠ ଦିନରେ ଆୟୋଜକ ଜାପାନ ପାଇଁ ଦୁଃଖଦ ଖବର। ବ୍ୟାଡମିଣ୍ଟନରେ ଦେଖିବାକୁ ମିଳିଛି ବଡ ବିପର୍ଯ୍ୟୟ। ବିଶ୍ଵର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଜାପାନର କେଣ୍ଟୋ ମୋମୋଟା ଦକ୍ଷିଣ କୋରିଆ ପ୍ରତିଦ୍ଵନ୍ଦ୍ଵୀଙ୍କଠୁ ପରାଜିତ ହୋଇଛନ୍ତି। ସବୁଠୁ ବଡ କଥା ଘରୋଇ ପରିବେଶରେ ବିଶ୍ଵର ଏକ ନମ୍ବର ଖେଳାଳି ହାରିବା ଜାପାନ ପ୍ରଶଂସକଙ୍କ ପାଇଁ ଦୁଃଖର ବିଷୟ ହୋଇଛି।

ମୋମୋଟା ଦକ୍ଷିଣ କୋରିଆର ହେଓ କ୍ଵାଙ୍ଗ ହିଙ୍କଠୁ ୧୫-୨୧, ୧୯-୨୧ ସେଟ୍‌ରେ ପରାଜିତ ହୋଇ ଅଲିମ୍ପିକରୁ ବାହାରି ଯାଇଛନ୍ତି। ୨୬ ବର୍ଷୀୟ ଜାପାନ ଖେଳାଳି ମୋମୋଟା ଘରୋଇ ଦେଶରେ ସ୍ଵର୍ଣ୍ଣ ପଦକର ପ୍ରବଳ ଦାବିଦାର ଥିଲେ। ଏଥିସହ ଟୋକିଓ ଅଲିମ୍ପିକର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି।

ଅଣମାନ୍ୟତାପ୍ରାପ୍ତ ଖେଳାଳି ଦକ୍ଷିଣ କୋରିଆର ହିଓ କ୍ଵାଙ୍ଗ କେଣ୍ଟୋ ମୋମୋଟାଙ୍କୁ କେବଳ ଦୁଇଟି ସେଟ୍‌ରେ ପରାସ୍ତ କରି ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକର ସବୁଠୁ ବଡ ଦାବିଦାରଙ୍କୁ ଅଲିମ୍ପିକ୍ସରୁ ବାହାରର ରାସ୍ତା ଦେଖାଇଛନ୍ତି।  ମୋମୋଟା ୨୦୧୯ରେ ରେକର୍ଡ ୧୧ ଟାଇଟଲ୍ ଜିତିଥିଲେ। ଖେଳିଥିବା ୭୩ଟି ମ୍ୟାଚ୍‌ରୁ ମାତ୍ର ୬ଟିରେ ପରାଜିତ ହୋଇଥିଲେ।

କିନ୍ତୁ ଘରୋଇ ମାଟିରେ ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ଦାବିଦାର ମୋମୋଟାଙ୍କ ଅଭିଯାନ ମାତ୍ର ୫୨ ମିନିଟରେ ସମାପ୍ତ ହୋଇ ଯାଇଛି। ମ୍ୟାଚ୍‌ରେ ସେ ପ୍ରଭାବହୀନ ରହିଥିଲେ। ଫର୍ମରେ ନଜର ଆସୁନଥିଲେ। ସେ କ୍ରୋଧରେ ନେଟ୍‌କୁ ହିଟ୍ କରିଥିଲେ।

ପରାଜୟ ପରେ ମୋମୋଟା କହିଛନ୍ତି ଯେ, ମୁଁ ସମସ୍ତଙ୍କ ଆଶା ପୂରଣ କରିନଥିବାରୁ ଦୁଃଖିତ। ମୋତେ ଏହି ପରାଜୟର ଦୁଃଖରୁ ବାହାରିବା ମୁସ୍କିଲ ଲାଗୁଛି। ମୁଁ ଆକ୍ରମଣାତ୍ମକ ଖେଳିବାକୁ ଚେଷ୍ଟା କଲି ହେଲେ ଭାବନାତ୍ମକ ଭାବେ ମଜବୁତ ହୋଇ ପାରିଲି ନାହିଁ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅଲିମ୍ପିକରେ ମୋମୋଟାଙ୍କ ଶୀର୍ଷ ୧୬ରେ ଏନଜି କା ଲଙ୍ଗ ଆଙ୍ଗୁସ ଓ ଭାରତର ବି ସାଇ ପ୍ରଣୀତଙ୍କ ସହ ହେବାର ଥିଲା। ହେଲେ ଦୁର୍ଭାଗ୍ୟବଶତଃ ଏହି ତିନି ଖେଳାଳି ଅଲିମ୍ପିକରୁ ବାହାରି ସାରିଛନ୍ତି।

   Related Posts