Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପୁରୀରେ ଜାପାନୀ ସିନେମା ଫେଷ୍ଟିଭାଲ୍- ଏହି ବିଷୟରେ ପ୍ରଦର୍ଶିତ ହେଉଛି ଚଳଚ୍ଚିତ୍ର

16/11/2019 at 3:37 PM

ପୁରୀ ୧୬।୧୧ : ପୁରୀରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାପାନୀ ସିନେମା ମହୋତ୍ସବ। ବଡ଼ଦାଣ୍ତ ପାର୍ଶ୍ୱ ଶ୍ରୀକୃଷ୍ଣ ସିନେମା ହଲରେ ଏହି ମହୋତ୍ସବ ଚାଲିଛି। ପ୍ରଥମ ଥର ପାଇଁ ପୁରୀରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜାପାନର ସଂସ୍କୃତି, ଶିକ୍ଷା ଓ ଜ୍ଞାନକୌଶଳ ନେଇ ଅବଗତ ହୋଇଛନ୍ତି ଦର୍ଶକ ଓ ଛାତ୍ରଛାତ୍ରୀ ।

ସୂଚନାଯୋଗ୍ୟ ଯେ, ପୁରୀରେ ଆରମ୍ଭ ହୋଇଛି ଜାପାନୀ ସିନେମା ମହତ୍ସୋବ। ଜାପାନ ଭାଇସ କନ୍ସଲ ଜେନେରାଲ୍ ଲିସା ତାମୁରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। କୋଲକତାରେ ଅବସ୍ଥାପିତ ଜାପାନ୍ କନସଲ୍ ଜେନେରାଲ କାର୍ଯ୍ୟାଳୟ ଗଣମାଧ୍ୟମ ଅଧିକାରୀ ସୁପ୍ରତିକ ସିଲ୍ ରୟ ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ପୁରୀରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉଦଘାଟନୀ ଉତ୍ସବରେ ଇଟସ୍ ବିୟୁଟି ଫୁଲ ଲାଇଫ ଓ ଡ଼୍ୟାନ୍ସ ଲଞ୍ଚ ବକ୍ସ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଜାପାନର ସଂସ୍କୃତି, ଶିକ୍ଷା ଓ ଜ୍ଞାନକୌଶଳ ନେଇ ଅବଗତ ହୋଇଥିଲେ ଦର୍ଶକ। ଛାତ୍ରଛାତ୍ରୀ ମାନେ ମଧ୍ୟ ଜାପାନୀ ସିନେମା ଦେଖି ବେଶ୍ ଖୁସି ହୋଇଥିବା କହିଛନ୍ତି।    

 ଅପରାହ୍ନ ୩ ଟାରେ ଓ ସନ୍ଧ୍ୟା ୬ ଟାରେ ଦୁଇଟି ଜପାନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ବହୁ ଗଣ୍ୟମାଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଏହି ସିନେମାକୁ ଉପଭୋଗ କରୁଛନ୍ତି। ଆଜି ଏହି ସିନେମା ହଲରେ ଦ କମ୍ପ୍ଲେକ୍ସ, ଟାଇମ ଅଫ ଲଭ ପ୍ରଦର୍ଶିତ ହେବ। ଆସନ୍ତାକାଲି ରବିବାର ଉଦଯାପନୀ ଉତ୍ସବରେ ପପ୍ ଇନ୍ କ୍ୟୁ, ସର୍ଭାଇଭାଲ୍ ଫ୍ୟାମିଲି ଆଦି ଚଳଚ୍ଚିତ୍ର ପ୍ରଦର୍ଶିତ ହେବର କାର୍ଯ୍ୟକ୍ରମ ରହିଛି।

କୋଲକତାସ୍ଥିତ ଜାପାନର କନ୍ସଲ ଜେନେରାଲଙ୍କ କାର୍ଯ୍ୟାଳୟ, ଜାପାନ ଫାଉଣ୍ତେସନ, ଚନ୍ଦ୍ରଶେଖର ଏକାଡ଼େମୀ ଓ ଇଣ୍ତିଆ-ଜାପାନ୍ ଫ୍ରେଣ୍ତସିପ୍ ସେଣ୍ଟର ପକ୍ଷରୁ ଏହି ମହୋତ୍ସବ ଆୟୋଜନ ହୋଇଛି। ଦେଶ ଦେଶ ଭିତରେ ଭାଇଚାରା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କହିଛନ୍ତି ଇଣ୍ତୋ-ଜାପାନ ଫ୍ରେଣ୍ତସିପ ସେଣ୍ଟରର ମୁଖ୍ୟ କୁନା ଦାଶ  ।  ଜାପାନ ଓ ଭାରତର ସଂସ୍କୃତି ତଥା ଭାବ ଆଦାନପ୍ରଦାନରେ ଏଭଳି ଚଳଚ୍ଚିତ୍ର ମହୋତ୍ସବ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ୱାସ।

   Related Posts