ରେସଲରଙ୍କ ରହସ୍ୟମୟ ମୃତ୍ୟୁ : ମାତ୍ର ୨୨ବର୍ଷ ବୟସରେ Netflix ଏବଂ ରେସଲିଂରେ କମାଇଥିଲେ ନାଁ

Published By : Prameya-News7 Bureau | May 25, 2020 IST

ଲଣ୍ଡନ ୨୫/୫: ରେସଲିଂ ଦୁନିଆରେ ରାତାରାତି ସଫଳତା ଲାଭ କରିଥିବା ଜାପାନର ରେସଲିଂ ଷ୍ଟାର ହାନା କିମୁରାଙ୍କ ଶନିବାର ପରଲୋକ ହୋଇଯାଇଛି। ସେ ମାତ୍ର ୨୨ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ନିକଟରେ ସେ ନେଟଫ୍ଲିକ୍ସର ଏକ ରିୟଲିଟି ଶୋ ‘ଟେରାସ୍ ହାଉସ : ଟୋକିଓ’ରେ କାମ କରିଥିଲେ।

{"id":275642,"sizeSlug":"large"}

ହାନା କିମୁରାଙ୍କ ନିକଟ ସମ୍ପର୍କୀୟମାନେ ତାଙ୍କର ପରଲୋକର ସୂଚନା ଦେଇଛନ୍ତି। କିମୁରାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। କିନ୍ତୁ ତାଙ୍କର ମୃତ୍ୟୁର କାରଣ ଏଯାଏଁ ଜଣା ପଡ଼ିପାରି ନାହିଁ। ପୋଲିସ୍ ମାମଲାର ଖୋଳତାଡ଼ କରୁଛି।

{"id":275649,"width":584,"height":438,"sizeSlug":"large"}

ହାନାଙ୍କ କେତେକ ଫ୍ୟାନ୍ କହିଛନ୍ତି ଯେ ହାନା ସାଇବର ହ୍ୟାକରଙ୍କ ଯୋଗୁଁ ମାନସିକ ଅବସାଦରେ ଥିଲେ। ରିୟଲିଟି ଶୋ ‘ଟେରାସ୍ ହାଉସରେ ଆସିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକେ ତାଙ୍କୁ ଟାର୍ଗେଟ୍ କରୁଥିଲେ। ଲୋକେ ସୋସିଆଲ ମିଡିଆରେ ତାଙ୍କୁ ଘୃଣାଯୁକ୍ତ ମ୍ୟାସେଜ କରୁଥିଲେ। ତାଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ୍ କରାଯାଇଥିବା କେତେକ ଫଟୋର କ୍ୟାପସନରୁ ଜଣାପଡ଼ୁଛି ଯେ ସେ ମାନସିକ ଚିନ୍ତାରେ ଥିଲେ।

{"id":275650,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.