୧୦ ବର୍ଷ ଯାଏଁ ମା'ଙ୍କ ଶବକୁ ଘରେ ଫ୍ରିଜରେ ଲୁଚେଇ ରଖିଥିଲେ ମହିଳା, ଗିରଫ

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦/୦୧ : ଜଣେ ଜାପାନୀ ମହିଳା ନିଜ ମାଙ୍କ ଶବକୁ ଦୀର୍ଘ ୧୦ ବର୍ଷ ହେଲା ଘରେ ଏକ ଫ୍ରିଜରେ ଲୁଚେଇ ରଖିଥିଲେ। ପୋଲିସ ସୂତ୍ର ଅନୁଯାୟୀ, ମା'ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଲେ କାଳେ ତାଙ୍କ ଘର ତାଙ୍କ ଠାରୁ ଛଡେଇ ନିଆଯିବ ସେହି ଭୟରେ ସେ ୧୦ ବର୍ଷ ହେଲା ନିଜ ମା'ଙ୍କ ଶବ ଫ୍ରିଜରେ ଲୁଚେଇ ରଖିଥିଲେ। ୪୮ ବର୍ଷୀୟ ୟୁମି ୟୋଶିନୋଙ୍କୁ ଟୋକିଓରୁ ଗିରଫ କରାଯାଇଛି।

ମାମଲାରେ ୟୋଶିନୋ କହିଛନ୍ତି ଯେ ୧୦ ବର୍ଷ ପୂର୍ବରୁ ସେ ନିଜ ମା'ଙ୍କ ଶବକୁ ଲୁଚେଇ ଦେଇଥିଲେ କାରଣ ସେ ସେହି ଘରୁ ବାହାରିବାକୁ ଚାହୁଁନଥିଲେ ଯେଉଁଠାରେ ସେ ନିଜ ମା'ଙ୍କ ସହ ରହୁଥିଲେ। ସୂତ୍ର ଅନୁଯାୟୀ, ମହିଳାଙ୍କ ମୃତ୍ୟୁ ସମୟରେ ତାଙ୍କୁ ୬୦ ବର୍ଷ ବୟସ ହେଉଥିଲା। ନଗର ନିଗମ ଆବାସ ପରିସରରେ ପଟ୍ଟାରେ ତାଙ୍କୁ ଘର ଦିଆଯାଇଥିଲା।

{"id":400998,"sizeSlug":"large","linkDestination":"none"}

ୟୋଶିନୋ ନିଜ ମା'ଙ୍କ ମୃତ୍ୟୁ ପରେ ଏକ କୋଠରୀରେ ଫ୍ରିଜରେ ଶବ ଲୁଚେଇ ରଖିଦେଲେ। ରିପୋର୍ଟରେ କୁହାଯାଇଛି ଯେ ମହିଳାଙ୍କ ମୃତ୍ୟୁର କାରଣ ଓ ସମୟ ନିର୍ଦ୍ଧାରିତ କରାଯାଇପାରିବ ନାହିଁ। ରିପୋର୍ଟରେ କୁହାଯାଇଛି ଯେ ଘର ଭଡା ନ ଦେଇଥିବାରୁ ୟୋଶିନୋଙ୍କୁ ଜାନୁଆରୀ ମଧ୍ୟ ଭାଗରେ ଆପାର୍ଟମେଣ୍ଟ ଛାଡିବାକୁ ବାଧ୍ୟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.