Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଜାପାନର ‘ସ୍ମାର୍ଟ ମାସ୍କ’: ଭୂତାଣୁର ସୁରକ୍ଷା ସହ ପୂରା ହାଇଟେକ୍, ଅଛି ଇଣ୍ଟରନେଟ୍ କନେକ୍ସନ, ଜାପାନୀ ଭାଷାକୁ ୮ଟି ଭାଷାରେ କରୁଛି ଟ୍ରାନ୍ସଲେସନ

26/06/2020 at 7:36 PM

ନୂଆଦିଲ୍ଲୀ ୨୬।୦୬: ଜାପାନିଜ୍ ଷ୍ଟାର୍ଟଅପ ଡୋନଟ ରୋବୋଟିକ୍ସ ଏକ ଇଣ୍ଟରନେଟ୍ କନେକ୍ଟେଡ୍‌ “ସ୍ମାର୍ଟ ମାସ୍କ” ବିକଶିତ କରିଛନ୍ତି। ଏହାକୁ କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ମୁହଁକୁ ଯେମିତି ଢଙ୍କା ଯାଇ ପାରିବ ଏବଂ ଭୂତାଣୁକୁ ପ୍ରତିରୋଧ କରି ପାରିବ ସେହି ମାନଦଣ୍ଡ ଅନୁସାରେ ପ୍ରସ୍ତୁତ କରାଯାଇଛି। ଏହି ସ୍ମାର୍ଟ ମାକ୍ସରେ ମେସେଜ୍‌ କରା ଯାଇ ପାରିବା ସହିତ ଜାପାନର ଆଠଟି ଅନ୍ୟ ଭାଷାର ଅନୁବାଦ ମଧ୍ୟ କରି ପାରୁଛି।

ଧଳା ରଙ୍ଗର ଏହି ସ୍ମାର୍ଟ ଫେସ୍ ମାସ୍କ ମୁହଁରେ ଠିକ୍ ମାନୁଥିବା ଦେଖିବାକୁ ମିଳିଛି। ଏହା ବ୍ଲୁଟ୍ୟୁଥ୍‌ ଜରିଆରେ ସ୍ମାର୍ଟଫୋନ ଏବଂ ଟ୍ୟାବ୍‌ଲେଟ୍‌ ଆପ୍ଲିକେସନ ସହ ସଂଯୋଗ ହୋଇ ପାରୁଛି । ଏହା ମୁହଁର କଥାକୁ ମେସେଜ୍‌ରେ ପରିବର୍ତ୍ତିତ କରି ପାରୁଛି। ଏହା ସହିତ ସ୍ମାର୍ଟ ମାସ୍କରେ କଲ୍ କରିବାର ସୁବିଧା ରହିଛି। ଏଥିରେ ସ୍ଵରକୁ ବଢା ଯାଇ ମଧ୍ୟ ପାରୁଛି।

ଏହି ମାସ୍କର ମୂଲ୍ୟ ୪୦ ଡଲାର। ଏହାକୁ ନେଇ ଏକ ବଡ ବଜାର କରିବାକୁ ଡୋନଟ ରୋବଟିକ୍ସ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଏମିତି ମାସ୍କ ନଥିଲା। କିନ୍ତୁ ଏହି ସ୍ମାର୍ଟ ମାସ୍କ ଜାପାନର ଲୋକଙ୍କ କାମକୁ ସରଳ କରି କରିବ ବୋଲି ସେ ଆଶା ରଖିଛନ୍ତି।। ଭୂତାଣୁରୁ ରକ୍ଷା କରିବା ସହିତ ବିନା ଫୋନ୍‌ ଧରି ଆପଣ ଅନ୍ୟ କାହାକୁ ମେସେଜ୍‌ ଏବଂ କଲ୍ କରି ହେଉଛି। ପ୍ରଥମ ଦଫାରେ ୫୦୦୦ ମାସ୍କ ସେପ୍ଟେମ୍ଵର ସୁଦ୍ଧା ଜାପାନ ବଜାରରେ ଉପଲବ୍ଧ କରାଯିବ ବୋଲି କୁହାଯାଇଛି।

   Related Posts