Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

କ୍ୟାବିନେଟ୍ ସହ ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ନୂଆ ସରକାର ଗଠନ ପାଇଁ ବାଟ କଲେ ସଫା

16/09/2020 at 10:14 AM

ଟୋକିଓ ୧୬/୦୯: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ତାଙ୍କ କ୍ୟାବେନେଟ୍ ଆଜି ଇସ୍ତଫା ଦେଇଛନ୍ତି। ସିଞ୍ଜୋଙ୍କ ଇସ୍ତଫା ଆଗାମୀ ସରକାର ଗଠନ ପାଇଁ ବାଟ ପରିଷ୍କାର କରିଛି। ପୂର୍ବରୁ ସ୍ବାସ୍ଥ୍ୟ ଅବସ୍ଥା ଯୋଗୁ ସିଞ୍ଜୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ତେବେ ଆଜିଠାରୁ ଜାପାନର ନୂଆ ସରକାର ଦାୟିତ୍ବ କାର୍ଯ୍ୟଭାର ସମ୍ଭାଳି ପାରିବେ। ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ୟୋଶିହିଦେ ସୁଗା। ସେ ଦୀର୍ଘ ସମୟ ​‌ହେବ ସିଞ୍ଜୋଙ୍କ ସହଯୋଗୀ ରହିଛନ୍ତି। ଏବେ ସୁଦ୍ଧା ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ତେବେ ତାଙ୍କୁ ଆଜି ଦଳର ସଂସୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ପଦ ଭାବେ ଆଶାୟୀ ପ୍ରାର୍ଥୀ ଜିତିବାକୁ ହେବ ଯାହା ପାଇଁ ସେ ଆଶ୍ବସ୍ତ ଅଛନ୍ତି।

ସିଞ୍ଜୋଙ୍କ ଅଧୁରା କାମ ପୂରା କରିବାର ସମସ୍ତ ଦାୟିତ୍ବ ଏବେ ସୁଗାଙ୍କ ଉପରେ। ବିଶେଷକରି ଅର୍ଥବ୍ୟବସ୍ଥା ଓ ବିଦେଶନୀତି। ବିଦେଶନୀତି ମାମଲାରେ ସବୁଠୁ ପ୍ରଭାବୀ ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି ସିଞ୍ଜୋ। ତେବେ ସୁଗାଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଏବେ କରୋନା ମହାମାରୀ। ସୁଗା ୨୦୦୬ରୁ ସିଞ୍ଜୋଙ୍କ ସହଯୋଗୀ ଭାବେ ରହି ଆସିଛନ୍ତି। ମୁଖ୍ୟ କଥା ହେଉଛି ୨୦୧୨ରେ ସିଞ୍ଜୋଙ୍କ ପୁଣି ଥରେ କ୍ଷମତାକୁ ଫେରିବାରେ ସୁଗାଙ୍କ ଭୂମିକା ଗୁରୁତ୍ବପୂର୍‌ର୍ଣ ଥିଲା।

ବିଦେଶନୀତି ଏବେ ସୁଗାଙ୍କ ପାଇଁ ବଡ଼ ଚାଲେଞ୍ଜ। ଚୀନର ଚାଲେଞ୍ଜ ସବୁବେ​ଳେ ଜାପାନ ସାମ୍ନାରେ ରହି ଆସିଛି। ସେଥିପାଇଁ ତାଙ୍କୁ ପୂର୍ବ ଚୀନ ସାଗରରେ ଗୁରୁତ୍ବପୂଣ୍ର୍ଣ ଭୂମିକା ନିଭାଇବାକୁ ହେବ। ଏହା ସହ ଅନ୍ୟତମ ଚାଲେଞ୍ଜ ଅଲିମ୍ପିକ ଖେଳର ସଫଳ ଆୟୋଜନ। କେବଳ ଏତିକି ନୁହେଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ତାଙ୍କୁ ନୂଆ ବା ଏବକା ରାଷ୍ଟ୍ରପତିଙ୍କ ସହ ସମ୍ବନ୍ଧ ଭଲ ରଖିବାକୁ ହେବ।

   Related Posts