Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଉଡନ୍ତା ବିମାନରେ ଯୁବକଙ୍କ ମୃତ୍ୟୁ : ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଲା, ଖାଇଥିଲେ ୨୪୬ ପ୍ୟାକେଟ କୋକିନ୍

28/05/2019 at 3:41 PM

କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଶୁକ୍ରବାର ଦିନ ଜଣେ ଜାପାନି ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ଯେ, ସେ ଗୋଟିଏ କି ଦୁଇଟି ନୁହେଁ ବରଂ ୨୪୬ ପ୍ୟାକେଟ କୋକିନ୍ ଖାଇଥିଲେ ।

ଏୟରୋମେକ୍ସିକୋ ବିମାନକୁ ଉତ୍ତର ମେକ୍ସିକୋର ହର୍ମୋସିଲଲୋରେ ଅଧା ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଜଣେ ଯୁବକଙ୍କ ସ୍ୱାସ୍ଥ୍ୟ ହଠାତ ବିଗିଡି ଯାଇଥିଲା । ବିମାନ ଅବତରଣ ପରେ ଡାକ୍ତରଙ୍କ ଏକ ଟିମ ଆସିଥିଲା ଏବଂ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ହେଲେ ଜାପାନର ୟୁଦୋ ଏନ୍ । ଅଧିକ ମାତ୍ରାରେ ଡ୍ରଗ୍ସ ଖାଇଥିବା ଯୋଗୁଁ ଯୁବକଙ୍କ ମସ୍ତିସ୍କ ଭୟଙ୍କର ଭାବେ ଆକ୍ରାନ୍ତ ହୋଇ ଫୁଲି ଯାଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାର ଦିନ ବିମାନରେ ବସିଥିବା କିଛି ଯାତ୍ରୀ ୟୁଦୋଙ୍କୁ ଥରୁଥିବା ଦେଖିଥିଲେ ।

ମେକ୍ସିକୋ ଅଧିକାରୀଙ୍କ ଅନୁଯାୟୀ, ବିମାନ ଜାପାନରୁ ନାରିତା ସହର ଯାଉଥିଲା । ଅଧା ବାଟରେ ବିମାନରେ ୟୁଦୋଙ୍କୁ ହୃଦଘାତ ହୋଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

   Related Posts