ବିପଦ ସୃଷ୍ଟି କଲାଣି ଚୀନ୍, ଭାରତର ସହାୟତା ଲୋଡିଲେ ଜାପାନ ପ୍ରତିରକ୍ଷାମନ୍ତ୍ରୀ

Published By : Prameya-News7 Bureau | September 10, 2020 IST

ଟୋକିଓ ୧୦।୯: ଚୀନ୍‌ ଅନୁପ୍ରବେଶ ବିରୋଧରେ ଭାରତର ସହାୟତା ଲୋଡିଲା ଜାପାନ। ପୂର୍ବ ଚୀନ୍ ସାଗରରେ ଯୁଦ୍ଧପୋତ ସଂଖ୍ୟା ବୃଦ୍ଧିକୁ ନେଇ ଜାପାନ ପ୍ରତିରକ୍ଷାମନ୍ତ୍ରୀ କୋନୋ ତାରୋ ଉଦବେଗ ପ୍ରକାଶ କରିଥିବା ବେଳେ ସହାୟତା ଲାଗି ଭାରତକୁ ନିବେଦନ କରିଛନ୍ତି। ଜାପାନର ସୁରକ୍ଷା ପ୍ରତି ଚୀନ୍‌ ଏବେ ବିପଦ ହୋଇ ଉଭା ହୋଇଛି। ପୂର୍ବ ଚୀନ୍‌ ସାଗରରେ ନିଜର ବର୍ଚସ୍ୱ ବୃଦ୍ଧି ଲାଗି ଚୀନ୍‌ ଏବେ ସାମରିକ ଶକ୍ତି ପ୍ରୟୋଗ କରୁଥିବା ତାରୋ କହିଛନ୍ତି।

{"id":327733,"width":578,"height":360,"sizeSlug":"large"}

ଜାପାନ ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ସୀମାକୁ ନେଇ ଭାରତ ଓ ଚୀନ୍‌ ମୁହାଁ ମୁହିଁ ଅବସ୍ଥାରେ ଅଛନ୍ତି। ସାରା ବିଶ୍ୱ ଏବେ କୋଭିଡ ବିରୋଧରେ ସଂଗ୍ରାମ ଚଳାଇଛି।  ତେବେ ଚୀନ୍‌ର ବିସ୍ତାରବାଦ ନୀତି ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଏଥିରେ ଭାରତକୁ ସହାୟତା ଲାଗି ଜାପାନର ନିବେଦନ ଚିନ୍‌ର ଚିନ୍ତା ବଢାଇଛି।

{"id":327734,"sizeSlug":"large"}

ତେବେ ଆମେରିକା ସହାୟତାରେ ଜାପାନ ଏକାକୀ ଚୀନ୍‌ ବିରୋଧରେ ଛିଡା ହୋଇ ପାରିବ ନାହିଁ। ଏଥିରେ ଭାରତର ସହାୟତା ନିତ୍ୟାନ୍ତ ଆବଶ୍ୟକ ବୋଲି କୋନୋ କହିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଲାଗି ଜାପାନ ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଏବେ ଇସ୍ତଫା ଦେଇଛନ୍ତି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ କୋନୋ ଦେଶର ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଥିବା ବେଳେ ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ପ୍ରାଥମିକତା ଦେଉଛନ୍ତି।

{"id":327735,"sizeSlug":"large"}

କୋନୋ ଚୀନ୍‌ ବିରୋଧରେ ଏକ ଆଞ୍ଚଳିକ ତନ୍ତ୍ର ଅଥବା ଜାଗତିକ ତନ୍ତ୍ର ସପକ୍ଷରେ ଥିବା ପରି ମନେ ହେଉଛନ୍ତି। ଯାହା କେବଳ ଭାରତର ସହଯୋଗ ଦ୍ୱାରା ସମ୍ଭବ ବୋଲି ସେ ଭାବୁଥିବ ବେଳେ ଏ ଦିଗରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଆଗ୍ରହୀ ଅଛନ୍ତି। ପୂର୍ବ ଚୀନ୍‌ ସାଗରରେ ସମସ୍ତ ପଡୋଶୀ ଏବେ ଚୀନ୍‌ର ନୀତି ଯୋଗୁ ପ୍ରଭାବିତ ହୋଇଛନ୍ତି। ଚୀନ୍‌ ସେନା ଏଠାରେ ସାମୁଦ୍ରିକ ଯୁଦ୍ଧାଭ୍ୟାସ କରୁଥିବାରୁ ସଲଗ୍ନ ଦେଶମାନେ ଏବେ ସମୁଦ୍ରକୁ ଓହ୍ଲାଇ ପାରୁନାହାନ୍ତି। ଯାହା ଏବେ ସେମାନଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.