ବିଚିତ୍ର ଏକ ଦ୍ଵୀପ ଯେଉଁଠାକୁ ମହିଳାଙ୍କୁ ଯିବା ମନା, ପୁରୁଷ ଯାଆନ୍ତି ଉଲଗ୍ନ ହୋଇ

Published By : Prameya-News7 Bureau | August 30, 2020 IST

ଟୋକିଓ ୩୦/୦୮ : ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବହୁତ ସୁନ୍ଦର ଏବଂ ତାର ଏକ ଇତିହାସ ରହିଛି | ଏହି ସ୍ଥାନଗୁଡିକ ବିଷୟରେ ଶୁଣିବା ପରେ ସମସ୍ତେ ଏପରି ସ୍ଥାନକୁ ଯିବାକୁ ଇଛା କରନ୍ତି | ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ସ୍ଥାନ ଯାହାକି ଅତି ପବିତ୍ର ବୋଲି ବିବେଚନା କରାଯାଏ ଏବଂ ଏହାର ନିଜସ୍ୱ ଇତିହାସ ରହିଛି| କିନ୍ତୁ ଏହି ପବିତ୍ର ଦ୍ୱୀପରେ କୌଣସି ମହିଳା ପ୍ରବେଶ କରନ୍ତି ନାହିଁ | ଏହି ଦ୍ୱୀପକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ଘୋଷିତ କରାଯାଇଛି ।

{"id":322593,"sizeSlug":"large"}

ଓକିନୋସିମା କ୍ୟୁସୁର ଦକ୍ଷିଣ-ପଶ୍ଚିମ ମୁଖ୍ୟ ଦ୍ୱୀପ ଏବଂ କୋରିଆ ଉପଦ୍ୱୀପ ମଧ୍ୟରେ ଅବସ୍ଥିତ | ଚତୁର୍ଥରୁ ନବମ ଶତାବ୍ଦୀ ମଧ୍ୟରେ ଏହା କୋରିଆ ଏବଂ ଚୀନ୍ ମଧ୍ୟରେ ସମ୍ପର୍କର କେନ୍ଦ୍ର ଥିଲା ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଯେ ଏଠାରେ ସାମୁଦ୍ରିକ ଜାହାଜର ସୁରକ୍ଷା ପାଇଁ ସମୁଦ୍ର ଦେବୀ ମୁନାକାତା ତାଇଶା ଓକେଉତ୍ସୁଙ୍କୁ ପୂଜା କରାଯାଇଥିଲା | ଏବେ ମଧ୍ୟ  ଏଠାରେ ଏକ ମନ୍ଦିର ଅଛି |

{"id":322587,"sizeSlug":"large"}

ମୁନାକାତା ତିଶାଙ୍କ ପୁରୋହିତ ଯାହା ସିଣ୍ଟୋ ସ୍ରାଇନର ଏକ ସମ୍ପ୍ରଦାୟ ଯାହାଙ୍କୁ ମନ୍ଦିରରେ ଉପାସନା କରିବାକୁ ଅନୁମତି ଦିଆଯାଇଛି। ଜାପାନର ଲୋକମାନେ ଏହି ଦ୍ୱୀପକୁ ଅତ୍ୟନ୍ତ ପବିତ୍ର ବୋଲି ମାନନ୍ତି ଏବଂ ଯେଉଁମାନେ ଏଠାକୁ ଆସନ୍ତି ସେମାନଙ୍କ ପାଇଁ ବହୁତ କଠୋର ନିୟମ ରହିଛି | ଏହି ଦ୍ୱୀପରେ ଆଇନ ଏତେ କଠୋର ଯେ ବର୍ଷକୁ ଥରେ କେବଳ ୨୦୦ ପୁରୁଷ ଏଠାକୁ ଯାତ୍ରା କରିବାକୁ ଅନୁମତି ପାଇଥାନ୍ତି। ପ୍ରତିବର୍ଷ ମେ ୨୭ ତାରିଖରେ ନାବିକଙ୍କୁ ସମ୍ମାନିତ କରିବାକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ | ଯେଉଁମାନେ ୧୯୦୪-୦୫ ଋଷ-ଜାପାନ ଯୁଦ୍ଧରେ ପ୍ରାଣ ହରାଇଥିଲେ | 

{"id":322592,"sizeSlug":"large"}

ଏହି ସମୟରେ ଦ୍ୱୀପକୁ ଆସୁଥିବା ପୁରୁଷମାନଙ୍କୁ ମିସୋଗି ଦେଇ ଯିବାକୁ ପଡିଥାଏ | ମିସୋଗିରେ ପୁରୁଷମାନେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ସମୁଦ୍ରରେ ଗାଧୋଇବାକୁ ପଡିଥାଏ | ଏହି ଉପାୟରେ ସେମାନେ ନିଜର ଅଶୁଦ୍ଧତାରୁ ମୁକ୍ତି ପାଆନ୍ତି ବୋଲି କୁହାଯାଏ | ଦ୍ୱୀପର ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ଏହି ଦ୍ୱୀପରୁ କାହାରିକୁ କୌଣସି ଜିନିଷ ନେଇଯିବାକୁ ଅନୁମତି ନାହିଁ, ଏପରିକି ଘାସ ମଧ୍ୟ ନେବାକୁ ଅନୁମତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.