ନା ଲକ୍‌ଡାଉନ୍‌, ନା ଗମନାଗମନ ଉପରେ ରୋକ୍,‌ ତଥାପି ଜାପାନ ଜିତିଲା କରୋନା ଲଢେଇ: ଜାଣନ୍ତୁ କେମିତି ହେଲା ସମ୍ଭବ

Published By : Prameya-News7 Bureau | May 24, 2020 IST

ନୂଆଦିଲ୍ଲୀ ୨୪।୦୫: କରୋନା ଭୂତାଣୁ ସଂପ୍ରତି ପୂରା ଦୁନିଆରେ ଆତଙ୍କ ମଚାଇ ରଖିଛି। ଏହି ସମୟରେ ଜାପାନ ବଡ ସହଜରେ ଏହି ଲଢେଇ ଜିତିବାର ଦ୍ଵାର ଦେଶରେ ପହଞ୍ଚିଛି। ନା ଲକ୍‌ଡାଉନ୍‌, ନା ଗମନାଗମନ ଉପରେ ରୋକ୍, ନା ଦୋକାନ ବଜାର ବନ୍ଦ। ଏପରି କି ଜାପାନରେ ରେସ୍ତୋରାଁ ଓ ସେଲୁନ ମଧ୍ୟ ଖୋଲା ଥିଲା। ସେଠାରେ ବଡ ସଂଖ୍ୟାରେ ଟେଷ୍ଟ ମଧ୍ୟ ହୋଇନି। ଏହା ସତ୍ଵେ ବି ଜାପାନ କରୋନା ରୋକିବାରେ ସଫଳ ହୋଇଛି।

ଯେଉଁଠି ବିକଶିତ ଦେଶଗୁଡିକରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଲା ସେଠି ଜାପାନରେ କେବଳ ୮୦୮ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ଜାପାନ ବଡ ଦେଶ ମଧ୍ୟରେ ପ୍ରଥମ ଏମିତି ଏକ ଦେଶ ଯାହା ପାଖରେ ମହାମାରୀର ମୁକାବିଲା ଲାଗି ସିଡିସି ପରି କୌଣସି ରୋଗ ନିୟନ୍ତ୍ରଣ କେନ୍ଦ୍ର ନଥିଲା। ଏହା ପରେ ବି ଏହି ଦେଶ କରୋନା ଲଢେଇରେ ସଫଳ ହୋଇଛି।

ଜାପାନରେ କେମିତି ହେଲା ସମ୍ଭବ ?

ଜୀବନଶୈଳୀ-

ମାସ୍କ ପିନ୍ଧିବା ଜାପାନୀ ଲୋକଙ୍କ ଜୀବନଶୈଳୀର ଏକ ମହତ୍ଵପୂର୍ଣ୍ଣ ଅଂଶ। ଏହି ପରମ୍ପରା ଏବେ ସେମାନଙ୍କ ଲାଗି ବରଦାନ ପାଲଟିଛି। ସେଠାରେ ମୋଟାପଣ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମ। ଜାପାନୀ ଲୋକଙ୍କ କହିବା ଶୈଳୀ ଏମିତି ଯେ, ମୁହଁରୁ ବୁନ୍ଦା ପଡିବା ମଧ୍ୟ କମ। କେବଳ ଏତିକି ନୁହେଁ ସଂକ୍ରମଣର ପ୍ରଥମ କେସ୍ ସାମ୍ନାକୁ ଆସିବା ମାତ୍ରେ ପ୍ରଥମ ଦେଶ ଭାବେ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲା।

କଣ୍ଟାକ୍ଟ ଟ୍ରେସିଂ-

ଜାପାନରେ ୫୦ ହଜାରରୁ ଅଧିକ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀ ଅଛନ୍ତି। ସମସ୍ତଙ୍କୁ ୨୦୧୮ରେ ଇନଫ୍ଲୁଏଞ୍ଜା ଓ ତପେଦିକ ପାଇଁ ବିଶେଷ ରୂପେ ପ୍ରଶିକ୍ଷିତ କରିଥିଲା। ଜାନୁଆରୀରେ ପ୍ରଥମ ସଂକ୍ରମଣ ଆସିବା ମାତ୍ରେ ସମସ୍ତଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ସମସ୍ତେ କଣ୍ଟାକ୍ଟ ଟ୍ରେସିଂରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲା। ସେମାନେ କ୍ଲବ କିମ୍ବା ହସ୍ପିଟାଲରେ ବିଶେଷ ନଜର ରଖିଥିଲେ।

କଠୋର ନିଷ୍ପତ୍ତି

ଫେବୃଆରୀରେ ଯେବେ ଡାଇମଣ୍ଡ କ୍ରୁଜ୍ ସିପ୍‌ରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଲା, ଜାପାନ ଅନ୍ତରାଷ୍ଟ୍ରୀୟସ୍ତରରେ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏହା ପରେ ପୂରା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା। ଏପ୍ରିଲ ମାସରେ ସଂକ୍ରମଣ ସଂଖ୍ୟା ବଢିବାରୁ ଜରୁରୀକାଳୀନ ସ୍ଥିତି ଲାଗୁ କରାଗଲା। ଏବେ ଦିନକୁ ନୂତନ ସଂକ୍ରମିତ ସଂଖ୍ୟା ୫୦ରୁ କମ୍ ଆସୁଥିବାରୁ ଜାପାନ ସରକାର ଜରୁରୀକାଳୀନ ହଟାଇବାକୁ ପ୍ରସ୍ତୁତି କରୁଛନ୍ତି।

ସଚେତନତା

ସରକାରଙ୍କ ପରାମର୍ଶଦାତା ଓ ମହାମାରୀ ମାମଲାର ବିଶେଷଜ୍ଞ ଶିଗୁ ଓମି କହିଛନ୍ତି, ଜାପାନୀ ଲୋକଙ୍କ ସ୍ଵାସ୍ଥ୍ୟ ପ୍ରତି ବହୁତ ସଚେତନ। ପୂର୍ବରୁ ଏମିତି ଭୂତାଣୁ ଦେଶରେ ଦେଖା ଦେଇଛି। ଯାହାକୁ ନେଇ ଲୋକଙ୍କ ଅନୁଭବ ରହିଛି। ଫଳରେ ଜାପାନବାସୀ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.