Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଜାପାନରୁ ହଟିଲା କୋଭିଡ୍-୧୯ ଏମର୍ଜେନ୍ସୀ

25/05/2020 at 7:59 PM

ଟୋକିଓ : କରୋନା ଭାଇରସ୍ ମହାମାରୀ ଯୋଗୁ ଜାପାନରେ ଜାରି ହୋଇଥିବା ଜରୁରିକାଳୀନ ପରିସ୍ଥିତିକୁ ସୋମବାର ହଟାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେ ରାଜଧାନୀ ଟୋକିଓ ସମେତ ୪ ଅନ୍ୟ ସହରରୁ ଏମାର୍ଜେନ୍ସୀ ହଟିଥିବା ଘୋଷଣା କରିଛନ୍ତି। ଫଳରେ ନାଗରିକ ଏବେ ସ୍ୱଭାବିକ ଜୀବନଯାପନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞଙ୍କ ପାନେଲ ଏଥିଲାଗି ଅନୁମତି ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଫଳରେ ଟୋକିଓ, କାନଗାବା, ଚିବା ଓ ସେତମା ସମେତ ଉତ୍ତର ଜାପାନର ହୋକାଇଦୋରୁ ମଧ୍ୟ ଜରୁରିକାଳୀନ ପରିସ୍ଥିତି ହଟିଯାଇଛି। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ତୁରନ୍ତ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ।

ଜାପାନରେ କରୋନା ଭାଇରସ ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୧୬ ହଜାର ୬୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୫୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ହେବା ଯୋଗୁ ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ସାଙ୍ଗକୁ ସଂକ୍ରମଣ ହାର ମଧ୍ୟ ହ୍ରାସ ହୋଇଛି। ଏଣୁ ଦେଶକୁ ସ୍ୱଭାବିକ କରାଯିବାରେ କୌଣସି ଅସୁବିଧା ନଥିବା ବିଶେଷଜ୍ଞ କମିଟି ସରକାରଙ୍କୁ ସୁପାରିଶ କରିଥିଲେ।

   Related Posts