Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ଚୀନକୁ ଭାରତଠୁ ବି ବଡ ଝଟକା ଦେବ ଜାପାନ, ଫେରାଇ ଆଣୁଛି ନିଜର ସମସ୍ତ କମ୍ପାନୀ

19/07/2020 at 3:35 PM

ନୂଆଦିଲ୍ଲୀ ୧୯।୦୭: ଚୀନକୁ ବଡ ଝଟକା ଦେବାକୁ ଅଣ୍ଟା ଭିଡିଛି ଜାପାନ। ସେଥିପାଇଁ ଏମିତି ବ୍ୟବସ୍ଥା କରୁଛି ଯଦ୍ଵାରା ଦେଶରେ ସ୍ଥାନୀୟ ଯୋଗାଣର ଚେନ ଶୃଙ୍ଖଳା ଉପରେ କେବେ ବି କୌଣସି ପ୍ରଭାବ ପଡିବ ନାହିଁ ଏବଂ ଚୀନ ଉପରେ ଦେଶର ନିର୍ଭରତା କମ ହୋଇପାରିବ। ଜାପାନ ସରକାର ଚୀନରୁ ଜାପାନ କମ୍ପାନୀଗୁଡିକୁ ଫେରାଇ ଆଣିବା ଏବଂ ପୁଣି ଥରେ ନିଜ ଦେଶରେ ସ୍ଥାପନ କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବାକୁ  ନିଷ୍ପତ୍ତି ନେଇଛି। ଜାପାନ ନିଜର ୫୭ କମ୍ପାନୀକୁ ଚୀନରୁ ଫେରାଇ ଆଣି ଦେଶରେ ମ୍ୟାନୁଫେକଚରିଂ କରିବା ଲାଗି ୫୩.୬ କୋଟି ଡଲାର ଖର୍ଚ୍ଚ କରୁଛି।

କେବଳ ଏତିକି ନୁହେଁ ଅନ୍ୟ ୩୦ କମ୍ପାନୀକୁ ଭିଏତନାମ, ମିଆଁମାର, ଥାଇଲାଣ୍ଡ ଓ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡିକରେ ଥିବା ନିଜର ୟୁନିଟ୍ ପୁଣି ଥରେ ଜାପାନ ଆଣିବା ପାଇଁ ମଧ୍ୟ ଖର୍ଚ୍ଚ କରୁଛି। ନିକ୍କେଇ ଖବରକାଗଜର ରିପୋର୍ଟ ଅନୁଯାୟୀ ସରକାର ଏଥିପାଇଁ ପାଖାପାଖି ୭୦ ଅରବ ୟେନ ଖର୍ଚ୍ଚ କରିବେ।

ଚୀନ ବିରୋଧରେ ଦେଶଗୁଡିକ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି, କାରଣ ଚୀନ ଆର୍ଥିକ ମୋର୍ଚ୍ଚାରେ ବ୍ଲାକମେଲ୍‌ କରିବାଠୁ ନେଇ ଅନ୍ୟ ଦେଶର ସୀମାର ସମ୍ମାନ କରୁ ନାହିଁ ଏବଂ ନିଜର ବିସ୍ତାରବାଦୀ ନୀତିକୁ ପ୍ରାଧ୍ୟାନ୍ୟ ଦେଇ ଆସୁଛି। ତାଇଓ୍ଵାନ ସରକାର ମଧ୍ୟ ୨୦୧୯ରେ କିଛି ଏମିତି ପଲିସି କରିଥିଲେ ଯାହା ଏବେ ଜାପାନ କରିବାକୁ ଯାଉଛି।

ଅପରପକ୍ଷେ ଆମେରିକା ମଧ୍ୟ ଚୀନରୁ ନିଜର କମ୍ପାନୀଗୁଡିକୁ ବାହାର କରିବା ଉଦ୍ଦେଶ୍ୟରେ ରହିଛି। ଏପ୍ପଲ ତ ଭାରତରେ ନିଜର ପ୍ଲାଣ୍ଟ ବଢାଇବାକୁ ନିଷ୍ପତ୍ତି ନେଇଛି। ସଂପ୍ରତି ଚୀନରୁ ବହୁତ ଗୁଡାଏ କମ୍ପାନୀ ନିଜର ବ୍ୟବସାୟ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ଭାରତ ମଧ୍ୟ ପ୍ରଥମେ ଚାଇନା ଆପ୍‌ ନିଷିଦ୍ଧ କରିବା ସହିତ ଚୀନୀ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବା ଆରମ୍ଭ କରିଛି। ହୋଇପାରେ ଆଗାମୀ ଦିନରେ ଚୀନୀ କମ୍ପାନୀକୁ ଭାରତରୁ ବାହାର କରିବା ପରି ବଳିଷ୍ଠ ପଦକ୍ଷେପ ନେଇ ପାରନ୍ତି ସରକାର।

   Related Posts