Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

୧ ମିନିଟ୍ ବିଳମ୍ବ ପାଇଁ କାଟି ଦେଲେ ଦରମା, କମ୍ପାନୀ ବିରୋଧରେ ବ୍ୟକ୍ତି ଉଠାଇଲେ ବଡ ପଦକ୍ଷେପ

12/11/2021 at 9:54 AM

ନୂଆଦିଲ୍ଳୀ ୧୨।୧୧ : ସଠିକ୍‌ ସମୟରେ ପହଞ୍ଚି ପାରିଲାନି ଟ୍ରେନ୍‌। ପହଞ୍ଚିବାର ମାତ୍ର ୧ ମିନିଟ୍‌ ହେଲା ବିଳମ୍ବ। ବାସ୍‌ ୧ ମିନିଟ୍‌ ଡେରି ପାଇଁ ରାଗିଗଲା କମ୍ପାନୀ। ରାଗିଯାଇ ଟ୍ରେନ୍‌ ଡ୍ରାଇଭରଙ୍କ ଦରମା କାଟିଦେଲେ। କିଛି ଏଭଳି ଘଟଣା ଘଟିଛି ଜାପାନ୍‌ରେ। ଜାପାନର ଟ୍ରେନ୍‌ ଯିବା ଆସିବା ସିଷ୍ଟମ ଠିକ୍‌ ଟାଇମିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସେଠାରେ ଟ୍ରେନ୍‌ ବିଳମ୍ବରେ ପହଞ୍ଚିବା ଭଳି ଘଟଣା ବେଶ୍‌ ଦୁର୍ଲଭ। ୧ ମିନିଟ୍‌ ବି ଟ୍ରେନ୍‌ ବିଳମ୍ବ ହେବା ନେଇ ଜାପାନରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଭଳି ସ୍ଥିତି ନିକଟରେ ଡ୍ରାଇଭରଙ୍କ ଭୁଲ ଲାଗି ଟ୍ରେନ୍‌ ୧ ମିନିଟ୍‌ ବିଳମ୍ବରେ ପହଞ୍ଚିବା ପରେ ଡ୍ରାଇଭରଙ୍କ ଦରମାର ପାଖପାଖି ସାଢ଼େ ୫ ହଜାର ଟଙ୍କା କାଟି ଦେଇଛି ରେଲୱେ କମ୍ପାନୀ।

ତେବେ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଜୁନ୍‌ ୧୮ ତାରିଖରେ ଡ୍ରାଇଭର ଜଣକ ଓକାୟାମା ଷ୍ଟେସନରେ ଏକ ଖାଲି ଟ୍ରେନ୍ ନେଇ ବାହାରିଥିଲା। ଏହି ସମୟରେ ହଠାତ୍ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ, ତେଣୁ ସେ ତାଙ୍କ ଜୁନିଅର ଡ୍ରାଇଭରକୁ ଦାୟିତ୍ୱ ଦେଇ ବାଥରୁମକୁ ଚାଲି ଯାଇଥିଲେ।, କିନ୍ତୁ ଜୁନିଅର ଡ୍ରାଇଭର ଜଣକ ଟ୍ରେନକୁ ଭୁଲ ପ୍ଲାଟଫର୍ମରେ ଚଳାଇ ଦେଇଥିଲେ। ଏହି କାରଣରୁ ଟ୍ରେନ୍ଟି ଏକ ମିନିଟ୍ ବିଳମ୍ବ ହୋଇଥିଲା। ଅର୍ଥାତ୍ ଟ୍ରେନ୍ ଛାଡିବା ଏବଂ ଆସିବା ସମୟରେ ଗୋଟିଏ ମିନିଟ୍ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ପଶ୍ଚିମ ଜାପାନ ରେଳ କମ୍ପାନୀ ତାଙ୍କର ଜୁଲାଇ ମାସର ଦରମାରୁ ୫,୬୦୦ ଟଙ୍କା କାଟି ଦେଇଥିଲା।

ଏହି ନିଷ୍ପତ୍ତି ବିରୋଧରେ ଡ୍ରାଇଭର ଓକାୟାମା ଶ୍ରମ ମାନକ ଯାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯେଉଁଠାରେ କମ୍ପାନୀ ଟ୍ରେନର ବିଳମ୍ବ ସମୟକୁ ଦୁଇ ମିନିଟରୁ ଏକ ମିନିଟକୁ ହ୍ରାସ କରି ଜରିମାନାକୁ ୨୮ ପାଉଣ୍ଡକୁ ହ୍ରାସ କରିଛି। କିନ୍ତୁ ଡ୍ରାଇଭର ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଟ୍ରେନ୍‌ ବିଳମ୍ବ ହେତୁ ସମୟ ନିର୍ଘଣ୍ଟରେ କୌଣସି ଅସୁବିଧା ଘଟି ନାହିଁ ବୋଲି ସେ ଯୁକ୍ତି କରିଥିଲେ। ଏହାପରେ ଟ୍ରେନ୍ ଡ୍ରାଇଭର ଏହି ମାମଲାକୁ ଓକାୟାମା ଜିଲ୍ଲା କୋର୍ଟକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏକ ମିନିଟ୍ ବିଳମ୍ବ ପାଇଁ ତାଙ୍କ ଉପରେ ଲଗାଯାଇଥିବା ଜରିମାନା ବିରୋଧରେ ସେ କ୍ଷତିପୂରଣ ଦାବି କରିଥିଲେ। ତାଙ୍କ ଭାବମୂର୍ତ୍ତି, ଓଭରଟାଇମ୍ କଟ୍,  ଚାକିରିରେ ଅସୁବିଧା ଇତ୍ୟାଦି ବିଷୟରେ ସେ କମ୍ପାନୀରୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

   Related Posts