Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ଅଭାବ ଦୂର ପାଇଁ ନୂତନ ବିକଳ୍ପ: ୫୦ ମିଲିୟନ ପରିବାରକୁ କ୍ଲଥ ମାସ୍କ ବିତରଣ କରିବେ ଜାପାନ ସରକାର

2/04/2020 at 8:16 PM

ଟୋକିଓ ୦୨।୦୪: ସମଗ୍ର ଦୁନିଆକୁ ଘାରିଛି କରୋନା ଚିନ୍ତା। କେବେ ଏହି ବିପତ୍ତିରୁ ମୁକ୍ତି ମିଳିବ ତାକୁ ନେଇ ସମସ୍ତ ଦେଶ ସନ୍ଦିହାନରେ। ଏହା ସତ୍ଵେ ସବୁ ସ୍ତରରେ କରୋନା ମୁକାବିଲାର ପ୍ରୟାସ ଜାରି ରହିଛି। ଏହା ମଧ୍ୟରେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ବୁଧବାର କହିଛନ୍ତି ଯେ, ସରକାର ଜାପାନରେ ୫୦ ମିଲିୟନ ପରିବାରକୁ କ୍ଲଥ ମାସ୍କ ବିତରଣ କରିବେ କରିବ। କାରଣ କରୋନା ପ୍ରକୋପ କାରଣରୁ ଡିସପୋଜେବୁଲ ମାସ୍କ ଔଷଧ ଦୋକାନକୁ ଚାଲି ଯାଇଛି।

ଏହି ମାସ୍କ ବିତରଣ ଚଳିତ ମାସ ଶେଷ ଆଡକୁ ଆରମ୍ଭ ହେବ। ଏହା ଆର୍ଥିକ ପ୍ୟାକେଜର ଏକ ଅଂଶ। ଏକ ପଞ୍ଜିକୃତ ଡାକ ଠିକଣାରେ ପ୍ରତ୍ୟେକ ପରିବାରକୁ ଏହି କପଡା ମାସ୍କ ପ୍ରାପ୍ତ ହେବ। ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସରକାରୀ ଟାକ୍ସ ଫୋର୍ସ ବୈଠକରେ ଏହାର ସୂଚନା ଦେଇଛନ୍ତି।

ଆବେ କହିଛନ୍ତି ଯେ, ବିଶ୍ଵରେ ସଂପ୍ରତି ମାସ୍କର ଚାହିଦା ମଧ୍ୟରେ ସରକାରଙ୍କ ଦ୍ଵାର ବିତରଣ ହେବାକୁ ଥିବା ଏହି ମାସ୍କ ଜନତାଙ୍କ ପାଇଁ ବହୁତ ସହାୟକ ହେବ ବୋଲି ଆଶା କରୁଛୁ। ସରକାର ଦେଶର ଯେଉଁ ଇଲାକାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଠାରେ ମାସ୍କ ବିତରଣ ଉପରେ ଗୁରୁତ୍ଵ ଦିଆଯାଉଛି।

ଡିସପୋଜାଏବଲ ମାସ୍କକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ହେଲେ ସଂପ୍ରତି ଚାହିଦା କାରଣରୁ କମ୍ ଯୋଗାଣ ହୋଇ ପାରିଛି ଏବଂ କରୋନା ପ୍ରଭାବିତ ଚୀନରୁ ଆମଦାନୀ କମ ରହିଛି। ଜାପାନର ଜନସଂଖ୍ୟା ୧୨୬ ମିଲିୟନ ରହିଛି।

   Related Posts