ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୟୋଶିହିଦେ ସୁଗା
16/09/2020 at 10:40 AM

ଟୋକିଓ ୧୬/୦୯: ଜାପାନ ସଂସଦ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହଯୋଗୀ ୟୋଶିହିଦେ ସୁଗାଙ୍କୁ ନୂଆ ପ୍ରଧାନମନ୍ତ୍ର ଭାବେ ମନୋନୀତ କରିଛନ୍ତି। ପ୍ରାୟ ୮ବର୍ଷ ପରେ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଜାପାନର କ୍ଷମତାସୀନ ପାର୍ଟି ନୂଆା ନେତା ନିର୍ବାଚନ ସମୟରେ ହିଁ ସୁଗାଙ୍କ ବିଜୟ ସୁନିଶ୍ଚିତ ହୋଇ ଯାଇଥିଲା। କ୍ଷମତାସୀନ ଦଳ ପ୍ରଧାନମନ୍ତ୍ରୀ ସିଞ୍ଜାଙ୍କ ଉତ୍ତରାଧିକାରୀ ପାଇଁ ହୋଇଥିବା ଆଭ୍ୟନ୍ତରୀଣ ମତଦାନରେ ସୁଗାଙ୍କୁ କ୍ଷତାସୀନ ଲିବରାଲ ଡେମୋକ୍ରେଟିକ୍ ଦଳରେ ୩୭୭ ଭୋଟ୍ ମିଳିଛି। ତେବେ ଅନ୍ୟ ଦୁଇ ଆଶାୟୀ ପାର୍ଥୀଙ୍କୁ ମିଳିଛି ୧୫୭ ଭୋଟ୍।

ସ୍ବାସ୍ଥା ସମସ୍ୟା ଯୋଗୁ ସିଞ୍ଜୋ ପଦରୁ ଇସ୍ତଫା ଦେଇଥିଲେ। ଏବେ ମୁଖ୍ୟ କ୍ୟାବିନେଟ୍ ସଚିବ ଓ ସିଞ୍ଜୋକୁ ସହଯୋଗୀ ଭାବେ ପରିଚିତ ୭୧ ବର୍ଷୀୟ ସୁଗାଙ୍କ ବିଜୟ ସୁନିଶ୍ଚିତ ବୋଲି ବିଚାର ସରିଥିଲା। କାରଣ ଲିବରାଲ ଡେମୋକ୍ରେଟିକର କ୍ଷମତାସୀନ ମହାମେଣ୍ଟରେ ବହୁମତ ଥିଲା। ସୁଗା କହିଛନ୍ତି ତାଙ୍କର ମୁଖ୍ୟ ପ୍ରାଥମିକତା ରହିବ କରୋନା ବିରୋଧରେ ଲଢ଼ିବା ଓ ଏହା ଦ୍ବାରା ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା।
ସୁଗା ଉତ୍ତର ଜାପାନର ବାସିନ୍ଦା। ଟୋକିଓ ଆସିବା ପୂର୍ବରୁ ସେ କାର୍ଡବୋର୍ଡ ବକ୍ଦ କାରଖାନାରେ କାମ କରୁଥିଲେ। ଜଣେ ରାଜନେତାଙ୍କ ସଚିବ ଭାବେ କାମ କରିବା ପୂର୍ବରୁ ବିଶ୍ବବିଦ୍ୟାଳୟରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୬ରେ ସେ ପ୍ରଥମଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ।