ଶେଷରେ ଜାପାନ ରାଜକୁମାରୀଙ୍କ ପ୍ରେମକୁ ମିଳିଲା ସ୍ୱିକୃତୀ: ସହପାଠୀଙ୍କୁ କଲେ ବିବାହ, ହେଲେ ହରାଇଲେ ରାଜକୀୟ ସମ୍ମାନ

Published By : Prameya-News7 Bureau | October 26, 2021 IST

ଟୋକିଓ ୨୬/୧୦: ଦୀର୍ଘ ଦିନର ବିବାଦ ପରେ ଜାପାନର ରାଜକୁମାରୀ ମାକୋଙ୍କ ପ୍ରେମକୁ ମିଳିଛି ସ୍ୱିକୃତୀ । ରାଜକୁମାରୀ ମାକୋ ତାଙ୍କ ସହପାଠୀ ପତି କେ କୋମୁରୋଙ୍କୁ ବିବାହ କରିଛନ୍ତି । ଦୀର୍ଘ ବର୍ଷ ଧରି ଚାଲିଥିବା ବିବାଦରେ ପଡିଛି ପୂର୍ଣ୍ଣଛେଦ । ଜାପାନ ରାଜକୁମାରୀ ମାକୋ ଏବଂ କେଇ କୋମୁରା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

wp:gallery {"ids":[533361],"linkTo":"none"} /wp:gallery

ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ତେବେ କୋମୁରା ଜଣେ ସାଧାରଣ ନାଗରିକ ହୋଇଥିବାରୁ ଏହି ବିବାହ ପାଇଁ ମାକୋଙ୍କୁ ବହୁତ କିଛି ଛାଡିବାକୁ ପଡିଥିଲା । ରାଜବଂଶର ନିୟମ ଅନୁସାରେ ସେମାନେ ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜପରିବାରର ମର୍ଯ୍ୟାଦା ହରାଇବେ । ମାକୋ ଏବେ ୮ କୋଟି ଟଙ୍କା ଏବଂ ରାଜକୀୟ ସମ୍ମାନରୁ ଏବେ ବଂଚିତ ହେବେ ।

wp:gallery {"ids":[533362],"linkTo":"none"} /wp:gallery

ଟୋକିଓର ଏକ ହୋଟେଲରେ ସେମାନେ ଅତି ସାଧାରଣ ଭାବେ ଏହି ବିବାହ ଉତ୍ସବ ପାଳନ କରିଛନ୍ତି । ଏହା ପରେ ଉଭୟ ନ୍ୟୁୟର୍କରେ ସାଧାରଣ ନାଗରିକ ଭାବେ ଜୀବନ ଯାପନ କରିବେ । ଜାପାନରେ ଯୁଦ୍ଧ ପରବର୍ତ୍ତୀ ଇତିହାସରେ ପ୍ରଥମ ଥର ପାଇଁ ମାକୋଙ୍କୁ ପରିବାର ଛାଡି ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା।

wp:html /wp:html

କୁହାଯାଉଛି ଯେ ଏହି ବିବାହ ସରଳ କାଗଜପତ୍ର ସହିତ କରାଯିବ ଏବଂ ସେଠାରେ କୌଣସି କାର୍ଯ୍ୟକ୍ରମ ହୋଇନି । ମାକୋ ଏବଂ ତାଙ୍କ ୩୦ ବର୍ଷୀୟ ପ୍ରେମିକ କୋମୁରୋ, ୨୦୧୭ରେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା । ରାଜକୁମାରୀ ମାକୋ ତାଙ୍କ ବିବାହ ସ୍ଥଗିତ ରଖିଥିଲେ ଏବଂ କୋମୁରୋ ଆଇନ ଅଧ୍ୟୟନ ପାଇଁ ୨୦୧୮ ରେ ଆମେରିକା ଯାଇଥିଲେ । ସେ ବର୍ତ୍ତମାନ ଏକ ଆଇନ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି ।

wp:gallery {"ids":[533365],"linkTo":"none"} /wp:gallery

କୋମୁରୋ ଗତ ମାସରେ ଜାପାନକୁ ଫେରିଥିଲେ ଏବଂ ସେବେଠାରୁ ଲାଇମଲାଇଟରେ ରହିଆସିଛନ୍ତି । ରାଜକୁମାର ଘୋଷଣା କରିଛନ୍ତି ଯେ ରାଜକୁମାରୀଙ୍କ ଭବିଷ୍ୟତର ଶାଶୁଙ୍କୁ ନେଇ ଆର୍ଥିକ ବିବାଦ ହେତୁ ସେମାନଙ୍କ ବିବାହ ଜନସାଧାରଣଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସମର୍ଥିତ ନୁହେଁ । ମାକୋଙ୍କ ପିଆନ୍ସ କେ କୋମୁରୋଙ୍କ ମାତାଙ୍କୁ ନେଇ ବିବାଦ ରାଜ ପରିବାର ପାଇଁ ଲଜ୍ଜାଜନକ ବିଷୟ । ରାଜକୁମାରୀ ଜନସାଧାରଣଙ୍କ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି, ଯାହା ତାଙ୍କ ବିବାହକୁ ଏତେ ବିଳମ୍ବ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.