ପ୍ରେମରେ ଏପରି ନିଷ୍ପତ୍ତି ନେଲେ ଜାପାନ ରାଜକୁମାରୀ, ଭବ୍ୟ ଉଆସ ବଦଳେ ରହିବେ 1BHK ଆପାର୍ଟମେଣ୍ଟରେ, ସ୍ୱାମୀଙ୍କ ସହ ଛାଡିଲେ ଦେଶ

Published By : Prameya-News7 Bureau | November 14, 2021 IST

ଟୋକିଓ : ରାଜପରିବାରର ସୁଖ ସୁବିଧା ଛାଡି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିବା ଜାପାନ ରାଜକୁମାରୀ ରବିବାର ତାଙ୍କ ସ୍ୱାମୀଙ୍କ ସହ ନ୍ୟୁୟର୍କ ଯାତ୍ରା କରିଛନ୍ତି। ସାଧାରଣ ଲୋକଙ୍କ ଭଳି ଜୀବନ ବଞ୍ଚିବା ଲାଗି ରାଜକୁମାରୀ ମାକୋ କୋମୁରୋ ତାଙ୍କ ସ୍ୱାମୀ କେଇ କୋମୁରୋଙ୍କ ସହ ଟୋକିଓ ହନେଦା ବିମାନ ବନ୍ଦରକୁ କ୍ୟାମେରାର ଫ୍ଲାସ୍‌ ଲାଇଟ୍‌ ସହ ପ୍ରବେଶ କରିଥିଲେ। ରାଜକୁମାରୀ ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଜାପାନରେ ଏବେ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଛି। ଲୋକଙ୍କ ଆଲୋଚନା ଓ ସମାଲୋଚନାରେ ରାଜକୁମାରୀ ଟୋକିଓ ଛାଡିଛନ୍ତି।

{"id":543840,"width":839,"height":560,"sizeSlug":"full","linkDestination":"none"}

କେଇ କୋମୁରୋ ଫୋର୍ଡମ ୟୁନିଭର୍ସିଟିର ଲ ସ୍କୁଲରୁ ସ୍ନାତକ ଉତୀର୍ଣ୍ଣ ହୋଇଛନ୍ତି। ସେ ନ୍ୟୁୟର୍କର ଏକ ଲ କମ୍ପାନୀରେ ଚାକିରୀ କରନ୍ତି। ତେବେ ସେ ଏପର୍ଯ୍ୟନ୍ତ ବାର ଏକଜାମିନେସନ ଉତୀର୍ଣ୍ଣ ହୋଇ ନାହାନ୍ତି। ଏହି କାରଣରୁ ଜାପାନୀ ଗଣମାଧ୍ୟମ ରାଜ ଜାମାତାଙ୍କୁ ତିରସ୍କାର କରୁଛନ୍ତି। କେଇ ଗତମାସରେ ରାଜକୁମାରୀଙ୍କ ସହ ଜାପାନୀ କୋର୍ଟରେ ବିବାହ ରେଜିଷ୍ଟ୍ରେସନ କରିଥିଲେ। ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କେଇ କହିଥିଲେ ଯେ ସେ ମାକୋଙ୍କୁ ଭଲ ପାଆନ୍ତି ଓ ତାଙ୍କ ସହ ଜୀବନ ବିତାଇବା ତାଙ୍କର ଇଛା।

ଅନେକ ଦୃଷ୍ଟିରୁ ଜାପାନ ବିଶ୍ୱର ଅନ୍ୟତମ ଆଧୁନିକ ରାଷ୍ଟ୍ର। ତେବେ ପରିବାର ଓ ମହିଳାଙ୍କୁ ନେଇ ଏବେବି ଜାପାନୀମାନେ ଖୁବ୍ ରକ୍ଷଣଶୀଳ। ଜାପାନରେ ମହିଳା ସମ୍ପର୍କିତ ନୀତି ନିୟମ ବେଶ ପ୍ରାଚୀନ। ଯେଉଁଥିରେ ସାମନ୍ତବାଦୀ ପ୍ରଥା ପ୍ରଚଳିତ ରହିଛି। ତେବେ ସାଧାରଣ ଲୋକଙ୍କୁ ଜାପାନୀ ରାଜକୁମାରୀଙ୍କ ବିବାହର ଏହା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ରାଜକୁମାରୀ ସାଧାରଣ ନାଗରିକଙ୍କୁ ବିବାହ କରି ମହଲ ଛାଡିଛନ୍ତି। ଏଥିରେ ମାକୋଙ୍କ ଅଧ୍ୟାୟ ଯୋଡି ହୋଇଯାଇଛି।

{"id":543841,"sizeSlug":"full","linkDestination":"none"}

ତେବେ ମାକୋଙ୍କ ବିବାହକୁ ନେଇ ଦେଶରେ ଏବେ ବିବାଦୀୟ ପରିସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ରାଜକୁମାରୀ ମାକୋଙ୍କ ବିବାହ ନେଇ ଏବେ ଖୁବ୍ ତର୍କ ହେଉଛି। ଲୋକେ ବିବାହକୁ ନେଇ ନାନା ପ୍ରତିକ୍ରିୟା ଦେଉଛନ୍ତି। ଏଥିଲାଗି ମାକୋ ରାଜଉଆସ ଛାଡି ସ୍ୱାମୀଙ୍କ ସହ ନ୍ୟୁୟର୍କ ଚାଲିଯାଇଛନ୍ତି। ଜାପାନ ସମ୍ରାଟ ନରୁ ହିତୋଙ୍କ ଭାଣଜୀ ହେଉଛନ୍ତି ମାକୋ। ନରୁହିତୋ ମଧ୍ୟ କୌଣସି ରାଜଜେମାଙ୍କୁ ବିବାହ କରିନଥିଲେ। ସେ ଜଣେ ସାଧାରଣ ଯୁବତୀଙ୍କ ସହ ବିବାହ କରିଥିଲେ।

{"id":543842,"width":840,"height":584,"sizeSlug":"full","linkDestination":"none"}

ଜାପାନ ରାଜ ପରିବାରର ନରୁ ହିତୋଙ୍କ ପିତା ଅକି ହିତୋ ପ୍ରଥମ ଯୁବରାଜ ଯିଏ ରାଜପରିବାର ବାହାରେ ବିବାହ କରିଥିଲେ। ଅକି ହିତୋଙ୍କ ନେତୃତ୍ୱରେ ଜାପାନ  ଦ୍ୱିତୀୟ ବିଶ୍ୱଯୁଦ୍ଧ ଲଢିଥିଲା ଓ ପରାଜିତ ହୋଇଥିଲା। ଜାପାନରେ ଏବେ ଗଣତାନ୍ତ୍ରିକ ସରକାର। ରାଜପରିବାର ଦେଶର ରାଜନୀତିରେ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ହସ୍ତକ୍ଷେପ କରନ୍ତିନି। ତେବେ ସମ୍ରାଟଙ୍କ ପରିବାର ପ୍ରତି ଦେଶର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.