ପ୍ରେମରେ ସିନା ପାସ୍ ହୋଇଗଲେ ରାଜକୁମାରୀ, ହେଲେ ପାଠରେ ଫେଲ୍ ହୋଇଗଲେ ସ୍ୱାମୀ

Published By : Prameya-News7 Bureau | November 02, 2021 IST

ଟୋକିଓ ୦୨/୧୧: ପୁଣି ଚର୍ଚ୍ଚାରେ ଜାପାନ ରାଜକୁମାରୀ ମାକୋ । ଏଇ ନିକଟରେ ପୂର୍ବତନ ସମ୍ରାଟ ଅକିହିତୋଙ୍କ ନାତୁଣୀ ତଥା ଜାପାନ ରାଜକୁମାରୀ ମାକୋ ସାହି ରାଜପରିବାର ତ୍ୟାଗ କରି ନିଜ ପୁରୁଷ ବନ୍ଧୁ କୋମୁରୋଙ୍କୁ ବିବାହ କରିଥିଲେ । ପୂର୍ବରୁ ଏହି ବିବାହରୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ଏହି ବହୁ ଚର୍ଚ୍ଚିତ ପ୍ରେମବିବାହକୁ ନେଇ ଉଠୁଥିଲା ଜାପାନର ରାଜବଂଶ ।

ହେଲେ ସବୁ ବିବାଦରେ ପୂର୍ଣ୍ଣଛେଦ ପକାଇ ଶେଷରେ ନିଜର ପୁରୁଷ ବନ୍ଧୁଙ୍କ ହାତ ଧରିଥିଲେ ମାକୋ । ହେଲେ ଏବେ ବିବାହ ନୁହେଁ ବରିଂ ସ୍ୱାମୀଙ୍କ ଫେଲକୁ ପୁଣି ଚର୍ଚ୍ଚାରେ ଜାପାନର ଏହି ରାଜକୁମାରୀ । ଅର୍ଥାତ୍ ରାଜକୁମାରୀଙ୍କ ସ୍ୱାମୀ କୋମୁରୋ ନ୍ୟୁୟର୍କ ଷ୍ଟେଟ ବାର୍ ଏକ୍‌ଜାମରେ ଫେଲ୍ ହୋଇଯାଇଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜକୁମାରୀଙ୍କ ପତି ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ଅନୁଷ୍ଠିତ ହୋଇଥିବା ନ୍ୟୁୟର୍କ ଷ୍ଟେଟ ବାର୍ ଏକ୍‌ଜାମ ଦେଇଥିଲେ ।

wp:html
/wp:html

ଏହାର ଫଳାଫଳ ଶୁକ୍ରବାର ନ୍ୟୁୟର୍କ ଷ୍ଟେଟ ବୋର୍ଡ ଅଫ୍ ଲ ଏକଗଜାମିନର୍ସର ୱେସାଇଟରେ ପୋଷ୍ଟ କରାଯାଇଛି । ହେଲେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ରାଜକୁମାରୀଙ୍କ ପତିଙ୍କ ନାମ ନାହିଁ । ଏହାକୁ ନେଇ କୋମୁରୋ କହିଛନ୍ତି ସେ ପାଠପଢା ଜାରି ରଖିବେ । ଆସନ୍ତା ଫେବୃୟାରୀରେ ପୁଣିଥରେ ପରୀକ୍ଷା ଦେବେ । ରାଜକୁମାରୀ ମଧ୍ୟ ତାଙ୍କୁ ପାଠପଢାରେ ସହଯୋଗ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.