Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ନାଗରିକତା ସଂଶୋଧନ ବିଲ୍ ପ୍ରତିବାଦ ଆନ୍ଦୋଳନ : ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

13/12/2019 at 2:09 PM

ନୂଆଦିଲ୍ଲୀ ୧୩।୧୨: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଆନ୍ଦୋଳନର ପ୍ରଭାବ ।  ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ  ଭାରତ ଗସ୍ତ ବାତିଲ ହୋଇଛି । ନୂଆଦିଲ୍ଲୀ  ଏବଂ ଟୋକିଓ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଗୌହାଟୀରେ  ଆସନ୍ତା ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ମଧ୍ୟରେ ଶିଖର ବୈଠକ ହେବାର ଥିଲା । କିନ୍ତୁ ସିଏବିକୁ ନେଇ ଉତ୍ତର ପୂର୍ବ ବିଶେଷ କରି ଆସାମରେ ଭୟଙ୍କର ହିଂସାରୁ କର୍ଫୁ ଜାରି ଥିବାରୁ ଶିଖର ବୈଠକକୁ ସ୍ଥଗିତ ରଖାଯାଇଛି। ବୈଦେଶିକ ମନ୍ତ୍ରାଳୟ ମୂଖପାତ୍ର ରବିଶ କୁମାର ଏହି ସୂଚନା ଦେଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ଏହି ଦୁଇ ନେତାଙ୍କ ମଧ୍ୟରେ ଶିଖର ବୈଠକ ଲାଗି ଏକ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ବୋଲି ଜଣାଯାଇଛି ।

ତେବେ ସିଏବି ଘଟଣାକୁ ନେଇ ଗସ୍ତ ବାତିଲ କରିବାରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଥମ ନୁହନ୍ତି । ଗୁରୁବାର  ବାଂଲାଦେଶର  ବୈଦେଶିକ ମନ୍ତ୍ରୀ ଏ.କେ. ଅବଦୁଲ ମେନନ  ଏବଂ ଗୃହ ମନ୍ତ୍ରୀ  ଆସାଦୁଜ୍ଜମନ ଖାନ୍ ସେମାନଙ୍କ ଭାରତ ଗସ୍ତ ବାତିଲ କରିସାରିଛନ୍ତି ।

   Related Posts