Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଚୀନରୁ ଉତ୍ପାଦନ ସ୍ଥାନାନ୍ତର ଲାଗି କମ୍ପାନୀଙ୍କୁ ପାଣ୍ଠିଦେବ ଜାପାନ

11/04/2020 at 7:33 PM

ଟୋକିଓ:  ଉହାନରୁ ବ୍ୟାପିଥିବା କରୋନା ଭାଇରସର ପ୍ରଭାବ ଏବେ ସାରା ବିଶ୍ୱକୁ ଭୋଗିବାକୁ ପଡୁଛି। ବିଭିନ୍ନ ଦେଶରେ ଲୋକେ ଭୂତାଣୁ ସଂକ୍ରମିତ ହୋଇ ମରୁଥିବା ବେଳେ ସରକାର ଲକଡାଉନ୍‌ କରି ସଂକ୍ରମଣ ଶୃଙ୍ଖଳରୁ ବର୍ତ୍ତିବାକୁ ଉଦ୍ୟମ କରୁଛନ୍ତି। ଫଳରେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏଥିରୁ ଏବେ ଚୀନବି ବାଦ ପଡିବ ନାହିଁ। ଚୀନରେ ସଂସ୍ଥା ଖୋଲିଥିବା ଜାପାନୀ କମ୍ପାନୀମାନେ ଏବେ ସେମାନଙ୍କ ଉତ୍ପାଦନ ସ୍ଥାନାନ୍ତର କରିବେ ବୋଲି ଜଣାପଡିଛି। ଏଥିଲାଗି ଜାପାନ ସରକାର କମ୍ପାନୀମାନଙ୍କ ଲାଗି ୨.୨ ବିଲିୟନ ଡଲାରର ବ୍ୟବସାୟ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି।

 ଭୂତାଣୁ ସଂକ୍ରମଣ ଯୋଗୁ ଚୀନର ପରିସ୍ଥିତିରେ କୌଣସି ସୁଧାର ହୋଇ ନାହିଁ। କଲକାରଖାନା ବନ୍ଦ ହୋଇପଡିଥିବା ବେଳେ ରପ୍ତାନୀ ମଧ୍ୟ ପ୍ରଭାବିତ ହୋଇଛି। ତେବେ ଚୀନରୁ ଉତ୍ପାଦିତ ଯନ୍ତ୍ରାଂଶ ଉପରେ ଭରସା କରୁଥିବା ସଂସ୍ଥାମାନେ ଏବେ ବନ୍ଦ ଅବସ୍ଥାକୁ ଚାଲିଯାଇଛନ୍ତି। ଫଳରେ ଉତ୍ପାଦନ ହ୍ରାସ ସହ ଶ୍ରମିକ ଛଟେଇ ଭଳି ପରିସ୍ଥିତି ଉପୁଜିଛି। ତେବେ ଜାପାନ ସରକାର ଏପରି ପରିସ୍ଥିତିରେ ଚୀନର ରପ୍ତାନୀ ଉପରେ ଭରସା କରୁଥିବା ଦେଶର କମ୍ପାନୀମାନଙ୍କୁ ସେମାନଙ୍କ ଉତ୍ପାଦନ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଯେଉଁ କମ୍ପାନୀମାନେ ସେମାନଙ୍କ ଉତ୍ପାଦନ ସ୍ଥାନାନ୍ତର କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ସରକାରଙ୍କ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ସୁବିଧା ମଧ୍ୟ ମିଳିବ ବୋଲି ସିଞ୍ଜୋ ଏବେ ସରକାର ପ୍ରତିଶ୍ରୁତି ଦଇଛନ୍ତି। ଚୀନ ଓ ଜାପାନ ଉଭୟ ମଜଭୁତ ବ୍ୟବସାୟିକ ସହଯୋଗୀ। ତେବେ ଗତ ଫେବୃଆରୀରେ  ରପ୍ତାନୀ ଉଦବେଗଜନକ ଭାବେ ହ୍ରାସ ହୋଇଥିଲା। ଜାହା ଜାପାନୀ ନିର୍ମାତାଙ୍କ ଲାଗି ଏବେ ବିପୁଳ କ୍ଷତିର କାରଣ ବୋଲି ବୁଝା ଯାଉଛି। ଏଣୁ ଜାପାନୀ କମ୍ପାନୀମାନେ ଏବେ ସେମାନଙ୍କର ଚୀନ ନିର୍ଭର ହ୍ରାସ କରିବାକୁ ବିଚାର କରୁଥିବା ଜଣାପଡିଛି।

ଏଥିରେ ଉଚ୍ଚ ମୂଲ୍ୟ ଯୁକ୍ତ ଉତ୍ପାଦଗୁଡିକ ଲାଗି ଆଉ ଜାପାନୀ ନିର୍ମାତାମାନେ ହୁଏତ ଆଉ ଅଧିକ ସମୟ ଚୀନ ଉପରେ ଅଧିକ ସମୟ ନିର୍ଭରଶୀଳ ହୋଇ ନ ପାରନ୍ତି। ଜାପାନ ଓ ଚୀନ ବାଣିଜ୍ୟିକ ସମ୍ପର୍କର ଅଭିବୃଦ୍ଧି ଲାଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତମାସ ପ୍ରାରମ୍ଭରେ ଜାପାନ ଗସ୍ତ ଲାଗି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା। ତେବେ ଭୂତାଣୁ ସଂକ୍ରମଣ ଯୋଗୁ ଚୀନ ରାଷ୍ଟ୍ରପତିଙ୍କ ପ୍ରଥମ ଜାପାନ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି।

ଭୂତାଣୁ ସଂକ୍ରମଣକୁ ନେଇ ଚୀନ ଏବେ ବିଭିନ୍ନ ରାଷ୍ଟ୍ରଙ୍କ ସରବ୍ୟ ହେଉଛି। ଏଥିରେ ସଂକ୍ରମଣ ରୋକିବା ଲାଗି ଚୀନର ସହାୟତା ନେଉଥିବା  ଦେଶମାନେ ଏବେ ଠକେଇରେ ପଡୁଥିବାର ଅଭିଯୋଗ ବି କଲେଣି। ଏଣୁ ଗୁଣବତ୍ତା ଉପରେ ପ୍ରାଧାନ୍ୟ ଦେଉଥିବା ଜାପାନ ମଧ୍ୟ ହୁଏତ ସେହି  ସନ୍ଦେହରେ ପଡିଛି।  ଏଣୁ ଚୀନ ଉପରେ ନିର୍ଭରଶୀଳତା ହ୍ରାସ ଲାଗି ଯୋଜନା କରୁଥିବା  ବିଶାଳ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜରୁ ଅନୁମାନ କରାଯାଉଛି।

   Related Posts