Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

କରୋନା ଲାଗି କୋହଳ ହେବାର ପରିଣାମ ଏବେ ଭୋଗୁଛି ଜାପାନ, ସାରା ଦେଶରେ ବ୍ୟାପିଯାଇଛି ଭୂତାଣୁ

2/08/2020 at 4:06 PM

ଟୋକିଓ ୨।୮: ପ୍ରାରମ୍ଭିକ ସଫଳତା ପରେ ଜାପାନ ଏବେ କରୋନା ଭାଇରସ ମହାମାରୀର ବାସ୍ତବତା ଯାଞ୍ଚର ସମ୍ମୁଖୀନ ହୋଇଛି। କରୋନାର ପ୍ରଥମ ଲହର ବେଳେ ଜାପାନ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥଲା। ମହାମାରୀ ମୁକାବିଲା ଲାଗି ସିଞ୍ଜୋଏବେ ସରକାର ସେମିତି କିଛି କଡା କଟକଣା ଲାଗୁ କରିନଥିଲେ। ସଟଡାଉନ, ଲକଡାଉନ୍ ହୋଇ ନଥିଲା କି ଦେଶରେ ବାଣିଜ୍ୟ ବ୍ୟବସାୟ ପ୍ରଭାବିତ ହୋଇନଥିଲା । ଏଣୁ କରୋନା ମୁକାବିଲାରେ ‘ଜାପାନ ମଡେଲ’ର ବେଶ ଚର୍ଚ୍ଚା ହେଉଥିଲା। ଏପରିକି ଦେଶର ଅର୍ଥମନ୍ତ୍ରୀ ଉଚ୍ଚ ସାଂସ୍କୃତିକ ମାନ୍ୟତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଫଳରେ ସାରା ଦେଶରେ ଏବେ କରୋନା ଭାଇରସ ମହାମାରୀ ବ୍ୟାପିଯାଇଛି।

ଜାପାନରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ କରୁଛି। ଫଳରେ ଦ୍ୱୀପ ଦେଶ ଏବେ ଭୟଙ୍କର ପରିସ୍ଥିତିରେ ଫଶିଯାଇଛି। ପ୍ରଥମେ ରାଜଧାନୀରେ ସଂକ୍ରମଣ ଚିହ୍ନଟ ହୋଇଥିଲା। ତେବେ ସଂକ୍ରମଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆ ନଯିବା ଯୋଗୁ କ୍ରମେ ଅନ୍ୟ ସହରାଞ୍ଚଳ ଓ ଏବେ ଯେଉଁଠାରେ ଭୂତାଣୁ ଦୀର୍ଘ ମାସରୁ ନଥିଲା ସେ ସବୁ ଅଞ୍ଚଳ ଏବେ ହଟସ୍ପଟରେ ପରିଣତ ହୋଇଛି। ଏଥି ଯୋଗୁ ବୟୋଜ୍ୟେଷ୍ଠଙ୍କ ଦେଶ ଜାପାନରେ ଯୁବ ବର୍ଗଙ୍କ ଲାଗି ଏବେ ସଂକ୍ରମଣ ଏତେଟା ସମସ୍ୟା କରୁନଥିଲେ ହେଁ ବୟସ୍କଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

ବିଶେଷଜ୍ଞଙ୍କ ଅନୁସାରେ ହୁଏତ ଅର୍ଥନୀତି ଲାଗି ଜାପାନର ଧ୍ୟାନ ପୂର୍ବବତ ରହିଥାଇପାରେ। ତେବେପାଶ୍ଚାତ୍ୟ ଦେଶଙ୍କ ପୂର୍ବରୁ ଯେଉଁ ଏସିୟ ଦେଶମାନେ ପ୍ରଥମେ କରୋନା ଭାଇରସ ମହାମାରୀର ସମ୍ମୁଖୀନ ହୋଇଥିଲେ ଏବେ ଜାପାନ ସେମାନଙ୍କ ଲାଗି ନୂଆ ସମସ୍ୟା ହୋଇପାରେ। ଭୂତାଣୁର ପ୍ରଥମ ଲହର ବେଳେ ଜାପାନ ଜରୁରିକାଳୀନ ପରିସ୍ଥିତି ଜାରିକରିଥିଲା। ହେଲେ ଏଥିରେ ଲୋକଙ୍କୁ ଘରେ ରହିବାକୁ ଅଥବା ବାଣିଜ୍ୟ ବ୍ୟବସାୟ ବନ୍ଦ କରିବାକୁ କୁହାଯାଇ ନଥିଲା। ଗତ ମେ ମାସରେ ଦେଶରୁ ଜରୁରିକାଳୀନ ପରିସ୍ଥିତି ହଟିବାମାତ୍ରେ ଆର୍ଥିକ ଗତିବିଧି ଜୋରଦାର କରାଯାଇଥିଲା। ତେବେ ଜାପାନର ତରବରିଆ ନୀତିକୁ ବିଶେଷଜ୍ଞମାନେ ଏବେ ଅପରିପକ୍ୱ ବୋଲି କହୁଛନ୍ତି।

ସରକାର ଆର୍ଥିକ ଗତିବିଧି ଲାଗି ପ୍ରାଥମିକତା ଦେବା ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା ସୋଆ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନର ସଂକ୍ରାମକ ରୋଗ ବିଭାଗ ପ୍ରଫେସର କହିଛନ୍ତି।  ସେହିପରି ସଂକ୍ରମଣର ପ୍ରଥମ ଲହର ମୁକାବିଲାରେ ପ୍ରଶଂସାର ପାତ୍ର ହୋଇଥିବା ବିଶେଷଜ୍ଞଙ୍କ କମିଟି ଏବେ କେଉଁଆଡେ ଉଭେଇ ଯାଇଛନ୍ତି। ଘରୋଇ ଯାତ୍ରା ଲାଗି ଏମାନେ ଲୋକଙ୍କୁ ଉତ୍ସାହିତ କରିବା ଯୋଗୁ ପରିସ୍ଥିତି ଏବେ ଏପରି ଉଦବେଗଜନକ ହୋଇଥିବା କୁହାଯାଉଛି।

ଏବେ ପ୍ରଶାନ୍ତ-ଏସୀୟ କ୍ଷେତ୍ର  ଅଷ୍ଟ୍ରେଲିଆ, ହଙ୍ଗକଙ୍ଗ ଓ ଭିଏତନାମ ଭଳି ଦେଶମାନେ କରୋନା ଭାଇରସ ମହାମାରୀର ଏବେ ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଛନ୍ତି। ପ୍ରଥମ ଭୂତାଣୁ ସଂକ୍ରମଣ ବେଳେ ସେମାନେ ହୁଏତ ପରିସ୍ଥିତି ନିୟନ୍ତ୍ରଣ ଲାଗି କିଛି ମଜଭୁତ ବ୍ୟବସ୍ଥା କରିଛନ୍ତି ଅଥବା ଆମେରିକା ଭଳି ପରିସ୍ଥିତି ମୁକାବିଲାରେ ଲାଗିଛନ୍ତି। ତେବେ ଜାପାନରେ ଭୂତାଣୁର ଏପରି ସଂକ୍ରମଣ ନେଇ ବିଶେଷଜ୍ଞମାନେ ଭିନ୍ନ ମତ ପୋଷଣ କରୁଛନ୍ତି। ସଂକ୍ରମଣ ମନ୍ଥର ଥିବା ବେଳେ ସରକାର ଦେଶରୁ ଜରୁରିକାଳୀନ ପରିସ୍ଥିତି ହଟାଇବା ଉଗ୍ର ସଂକ୍ରମଣ କାଳରେ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି ସେମାନେ କହୁଛନ୍ତି।

   Related Posts