Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନଭେଲ କରୋନା ଭାଇରସ ସଙ୍ଗେ ସହବସ୍ଥାନ ଲାଗି ଜାପାନର ନିଷ୍ପତ୍ତି, ସରକାର ଜାରିକଲେ ‘ନ୍ୟୁ ଲାଇଫ ମଡେଲ’

7/09/2020 at 4:05 PM

ଟୋକିଓ ୭।୯: ଶେଷରେ ଜାପାନ ସରକାର କରୋନାଭାଇରସ ମହାମାରୀ ବିରୋଧରେ ଲଢିବା ବଦଳେ ବୁଝାମାଣା କରିନେବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ସହ ଦେଶବାସୀଙ୍କୁ ସହବସ୍ଥାନ ନିମନ୍ତେ ମନସିକ ପ୍ରସ୍ତୁତି କରିବା ଲାଗି ସରକାର ଆହ୍ୱାନ ଦେଇଥିବା ବେଳେ ‘ନ୍ୟୁ ଲାଇଫ ମଡେଲ’ ଜାରି କରିଛନ୍ତି। ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ମଡେଲକୁ ଅନୁସରଣ କରିବା ସହ ଭୂତାଣୁ ସଙ୍ଗେ ବଞ୍ଚିବା ଓ କାର୍ଯ୍ୟ କରିବାକୁ ସରକାର ଅନୁରୋଧ କହିଛନ୍ତି।

ସରକାରଙ୍କ ନ୍ୟୁ ଲାଇଫ ମଡେଲକୁ ନିରିଖେଇ ଦେଖିଲେ ବିପଦର ଯଥାର୍ଥ ମୂଲ୍ୟାଙ୍କନକରି ବିଜ୍ଞାନ ସମ୍ମତ ସିଦ୍ଧାନ୍ତ ଉପଯୋଗ ପୂର୍ବକ ପ୍ରସ୍ତୁତ  ଏସଓପି ବୋଲି ପ୍ରତିତ ହେଉଛି। ଯାହାକି ବ୍ୟବହାରିକ ବୋଲି କୁହାଯାଇପାରେ। ହୁଏତ ଏହା ଜାପାନୀ ବିଚାରଧାରା ‘ଖରାପ ଜିନିଷ ଦୀର୍ଘ ସମୟ ତିଷ୍ଠି ରହିନପାରେ’ ଅନୁସାରେ ପ୍ରସ୍ତୁତ ଓ ବିପଦ ମୂଲ୍ୟାୟନ ମଡେଲ ଉପଯୋଗ କରି ମଣିଷ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଜୀବନଯାପନ କରିବାକୁ ସମର୍ଥ ବୋଲି ଅନୁମାନ କରାଯାଏ। ତେବେ ଜାପାନୀମାନେ ଏବେ ସାର୍ବଜନିକ ଜୀବନରେ ଯେଉଁ ସବୁ ନିୟମ ପାଳନ କରିବା ନିହାତି ଦରକାର ତାହା ନ୍ୟୁ ଲାଇଫ ମଡେଲରେ ସରକାର ପ୍ରାଞ୍ଜଳ ଭାବେ ବୁଝାଇ ଦେଇଛନ୍ତି।

ସରକାର ଦେସବାସୀଙ୍କ ଲାଗି ଯେଉଁ ନ୍ୟୁ ଲାଇଫ ମଡେଲର ପରିକଳ୍ପନା କରିଛନ୍ତି ଏଥିରେ ପ୍ରତି ବ୍ୟକ୍ତି ଦୂରତ୍ୱକୁ ପ୍ରାଥମିକତା ଦେଇଛନ୍ତି। ସେହି ପରି ମୁହଁରେ ମାସ୍କ ପିନ୍ଧିବା ପ୍ରତ୍ୟେକଙ୍କ ଲାଗି ଅନିବାର୍ଯ୍ୟ କରାଯାଇଥିବା ବେଳେ ନିୟମିତ ଅନ୍ତରାଳରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। ତେବେ ଏଥିରେ ପ୍ରତି ବ୍ୟକ୍ତି ପରସ୍ପର ମଧ୍ୟରେ ଅନୁନ୍ୟ ୨ ମିଟର ବ୍ୟବଧାନ ରଖିବା, ଯଥା ସମ୍ଭବ ବହାରେ ଖେଳିବାକୁ ଚେଷ୍ଟା କରିବା, କାହା ସହ କଥାବାର୍ତ୍ତା ହେବା ବେଳେ ମୁହାଁ ମୁହିଁ କଥା ନ ହେବା ଲାଗି ଲୋକଙ୍କୁ ବୁଝାଇ ଦିଆଯାଇଛି।  ଯେତେଦୂର ସମ୍ଭବ ପରସ୍ପର ମୁହାଁକୁ ଚାହିଁ କଥାବାର୍ତା ନ ହେବାକୁ କୁହାଯାଇଛି।

ସେହିପରି ଘରେ ପହଞ୍ଚିବାମାତ୍ରେ ପରିବାର ଲୋକଙ୍କ ସହ ମିସିବା ପୂର୍ବରୁ ପୋଷାକ ଖୋଲି ଧୋଇ ଦେବା ସହ ମୁହଁ ହାତକୁ ଭଲ ଭାବେ ସଫା କରିବା, କୌଣସି ଜିନିଷକୁ ଛୁଇଁଲେ ତୁରନ୍ତ ହାତ ଧୋଇବା, ଦୋକାନ ବଜାର ଯାଇ କିଣାକିଣି କରିବା ବଦଳେ ଅନଲାଇନ୍‌ କିଣାକିଣି ଉପରେ ପ୍ରାଧାନ୍ୟ ଦେବା ଓ ଦେୟ ବୈଦୁତିକ ମାଧ୍ୟମରେ ପୈଠ କରିବା ଲାଗି ଯଥାସମ୍ଭବ ଉଦ୍ୟମ କରିବାକୁ କୁହାଯାଇଛି।

ଯଦି ଦୋକାନବଜାର ଯାଇ କିଣାକିଣି କରୁଥାନ୍ତି ତେବେ ସେଠାରେ ସାମଗ୍ରୀରେ ହାତ ଲଗାନ୍ତୁ ନାହିଁ। ସାର୍ବଜନିକ ପରିବହନ ବ୍ୟବହାର କରୁଥିଲେ ସହଯାତ୍ରୀଙ୍କ ସହ ଆଳାପ ନ କରିବା, କାର୍ଯ୍ୟସ୍ଥଳକୁ ପାଦରେ ଚାଲି ଅଥବା ମୋଟର ସାଇକେଲ ଯୋଗେ ଯିବା, ବୈଠକ ବଦଳେ ଭିଡିଓ କନଫରେନସିଂ କରିବା. ଯଦି ଏପରି କୌଣସି କାର୍ଯ୍ୟକ୍ରମ ହେଉଥାଏ ସେଠାରେ ଫେସ୍‌ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଏବଂ ସ୍ୱଭାବିକ ବାୟୁ ଚଳାଚଳ ଲାଗି ବାତାୟନ ଉନ୍ମୁକ୍ତ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି କାର୍ଯ୍ୟାଳୟ ବଦଳେ କର୍ମଚାରୀଙ୍କୁ ୱାର୍କ ଆଟ ହୋମର ସୁବିଧା ପ୍ରଦାନ କରିବାକୁ କୁହାଯାଇଛି।

ସେହିପରି ସାମାଜିକ ଚଳଣିରେ ସମ୍ପର୍କୀୟଙ୍କ ଘର ଅଥବା ଦୂରକୁ ଯାଇଥିଲେ ଘରକୁ ନ ଫେରିବାକୁ ଚେଷ୍ଟା କରନ୍ତୁ, ବ୍ୟବସାୟୀକ ଗସ୍ତ ଯଥାସମ୍ଭବ ଟାଳିବାକୁ ଉଦ୍ୟମ କରନ୍ତୁ। ଏପରି କୌଣସି ଦେଶ ବା ଦେଶ ଭିତରେ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ ଯେଉଁଠାରେ ଭୂତାଣୁ ଅନିୟନ୍ତ୍ରିତ ହୋଇଯାଇଛି। ସେହିପରି ଯଦି ସଂକ୍ରମଣର ଲକ୍ଷଣ ପ୍ରକାଶ ପାଏ ତେବେ କେଉଁଠାକୁ ଯିବେ ଓ ପ୍ରଥମେ କାହାକୁ ସାକ୍ଷାତ କରିବେ ତାହା ଭଲ ଭାବେ ବୁଝି ରଖନ୍ତୁ।

ଘରେ ଥିବା ବେଳେ ଏକାକୀ ଭୋଜନ କରିବାର ଅଭ୍ୟାସ କରନ୍ତୁ। ସାମୂଦାୟୀକ କାର୍ଯ୍ୟକ୍ରମରେ ସାମ୍ନା ସାମ୍ନୀ ବସି ଖାଇବା ବଦଳେ କଡକୁ କଡ ବସି ଖାଇଲେ ସଂକ୍ରମଣର ଭୟ ନଥାଏ। ଖାଦ୍ୟରେ ଅଧିକ ପନିପରିବା ଆହାର କରନ୍ତୁ ଓ ଖାଇବା ବେଳେ କୌଣସି କଥାବାର୍ତା କରନ୍ତୁ ନାହିଁ।  ଅବରୋଧ ସ୍ଥାନ, ଜନଗହଳି ଓ ଅନ୍ତରଙ୍ଗ ସମ୍ପର୍କରୁ ଯଥା ସମ୍ଭବ ଦୂରରେ ରହିବାକୁ ନ୍ୟୁ ଲାଇଫ ମଡେଲରେ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହି ନିଜର ସ୍ୱାସ୍ଥ୍ୟ ପରିଚଳନା ଲାଗି ସବୁଦିନ ସକାଳେ ଶରୀର ତାପମାତ୍ରା ନିଜେ ମାପନ୍ତୁ ଓ ଏହା ଡାୟେରୀରେ ଟିପି ରଖନ୍ତୁ।

ଜାପାନୀ ସରକାରୀ ସମିତି ସଭାପତି ଶିଗେରୁ ଓଓ କହିଛନ୍ତି କୋଭିଡ-୧୯ ମହାମାରୀ ଲାଗି ସାରା ବିଶ୍ୱରେ ଏବେ ଚିକିତ୍ସା ଗବେଷଣା ଜାରି ରହିଛି। ତେବେ ସଂକ୍ରମଣର ଚିକିତ୍ସା ଓ ଟିକା ଅଧିକାରୀ ଉପଯୋଗ ଲାଗି ଆହୁରି ଅନେକ ସମୟ ଲାଗିବ। ହୁଏତ ଏଥିଲାଗି ଆହୁରି ବର୍ଷେ ଅଥବା ଦେଢ ବର୍ଷ ମଧ୍ୟ ବିତିଯାଇପାରେ। ଯେହେତୁ ଭୂତାଣୁ ସମ୍ପୂର୍ଣ୍ଣ ସମାପ୍ତ ହେବ ନାହିଁ ଏଣୁ ତା ସହ ଆମକୁ ବଞ୍ଚିବା ଶିଖିବାକୁ ହେବ ବୋଲି ଶିଗେରୁ କହିଛନ୍ତି। ଏହି ସବୁ ନୂଆ ନିୟମକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିପାରିଲେ କରୋନା ଭାଇରସ ସହ ଆମେ ଶାନ୍ତିରେ ରହିପାରିବା ବୋଲି ସେ କହିଛନ୍ତି।

ଦେଖିବାକୁ ଗଲେ ଉପରୋକ୍ତ ନୀତିନିୟମ ସବୁ କରୋନାର ଉତ୍ପତି ସ୍ଥଳ ଚୀନରେ ଗତବର୍ଷଠାରୁ ଲୋକେ ପାଳନ କରିଆସୁଛନ୍ତି। କାରଣ ପ୍ରାୟ ସମସ୍ତେ ଏବେ ଜାଣିଗଲେଣି ଏହା ଏକ ଦୀର୍ଘକାଳୀନ ଯୁଦ୍ଧ। ତେବେ ଏଥିଲାଗି ସମସ୍ତ ବିଷୟକୁ ବିସ୍ତାର ପୂର୍ବକ ଏପର୍ଯ୍ୟନ୍ତ ସୂଚୀବଦ୍ଧ କରଯାଇ ପାରିନି। ଏମିତିରେ ଜାପାନ ଏକ ଶୃଙ୍ଖଳିତ ଦେଶ। ଏଠାକର ନାଗରିକ ଅନୁଶାସିତ ଓ ସମସ୍ତ ନୀତି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ଏଣୁ ନ୍ୟୁଲାଇଫ ମଡେଲ ଲୋକଙ୍କ ଲାଗି ଏତେ ଅସୁବିଧାଜନକ ହେବନି ବୋଲି ଅନୁମାନ କରାଯାଉଛି।

   Related Posts