ଜାପାନ୍‌ର ବିଶ୍ୱ ରେକର୍ଡ, ୩୧୯ ପ୍ରତି ସେକେଣ୍ଡ୍‌ ଇଣ୍ଟରନେଟ୍‌ ସ୍ପିଡ୍‌ରେ କଲା ଡାଟା ଟ୍ରାନ୍ସଫର୍‌

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ, ୧୯/୦୭: ଆଜି କାଲିର ଦୁନିଆରେ ଇଣ୍ଟରନେଟ୍‌ ଏକ ପ୍ରକାରର ଅତ୍ୟାବଶ୍ୟକ ସେବା ମଧ୍ୟରୁ ଗୋଟିଏ । ଲୋକଙ୍କର ଚାହିଦା ଅନୁଯାୟୀ କମ୍ପାନୀଗୁଡ଼ିକ ମଧ୍ୟ ଏହି ସେବା ପ୍ରଦାନ କରୁଛନ୍ତି । ଖୁବ୍‌ କମ୍‌ ସମୟରେ ତଥ୍ୟ ପାଇବା ପାଇଁ ବ୍ୟବହାରକାରୀ ସ୍ପିଡ୍‌ ଇଣ୍ଟରନେଟ୍‌ ଖୋଜି ଥାନ୍ତି । କିନ୍ତୁ ଜାପାନ ଏପରି ଏକ କାମ କରିଛି ଯେ, ତାହା ବିଶ୍ୱରେ ରେକର୍ଡ କରିଛି । ଜାପାନର ଜାତୀୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନର ଗବେଷକ ନିକଟରେ ବିଶ୍ୱର ସବୁଠାରୁ ସ୍ପିଡ୍‌ ଇଣ୍ଟରନେଟ୍‌ ବ୍ୟବହାର କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।

ସୂଚନା ଅନୁସାରେ, ଗବେଷକ ୩୧୯ ଟିବିପିଏସ୍‌ ସ୍ପିଡ୍‌ରେ ଏହି ଡାଟାକୁ ଟ୍ରାନ୍ସଫର କରିଥିଲେ । ଯାହାକି ପୂର୍ବରୁ ଲଣ୍ଡନ ୟୁନିଭରସିଟି ରେକର୍ଡର ଡବଲ୍‌ ଥିଲା । ପୂର୍ବରୁ ଲଣ୍ଡନ ୟୁନିଭରସିଟିର ଗବେଷକମାନେ ୧୭୮ ଟିବିପିଏସ୍‌ ସ୍ପିଡ୍‌ରେ ତଥ୍ୟ ଟ୍ରାନ୍ସଫର କରି ଏହି ରେକର୍ଡ କରିଥିଲା ।

ଟିବିପିଏସ୍ କଣ-

ଗୋଟିଏ ଟିବି ବା ଟେରାବାଇଟ୍‌ ହେଉଛି ୧ ହଜାର ୨୪ ଗିଗାବାଇଟ୍‌ ବା ଜିବି  ଏବଂ ଗୋଟିଏ ଜିବି ହେଉଛି ୧ହଜାର ୨୪ ଏମ୍‌ବି ବା ମେଗାବାଇଟ୍‌ । ସେହିପରି ଗୋଟିଏ ଏମ୍‌ବି ହେଉଛି ୧୦୨୪ କେବି । ସାଧାରଣତଃ ଆମ ଘରକୁ ଦିଆଯାଉଥିବା କନେକ୍ସନ୍‌ ଏମ୍‌ବିପିଏସ୍‌ ବା ମେଗାବାଇଟ୍‌ ପର୍‌ ସେକେଣ୍ଡ୍‌ ହୋଇଥାଏ ।

୩୧୯ ଟିବିପିଏସ୍‌ ଇଣ୍ଟରନେଟ୍ ପାଇଁ ଏକ ଅସାଧାରଣ ସ୍ପିଡ୍‌ । ଏହାର ଅର୍ଥ ହେଉଛି, ଏକ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ୫୭,୦୦୦ ପୂର୍ଣ୍ଣ ଚଳଚ୍ଚିତ୍ର ଡାଉନଲୋଡ୍ ହୋଇପାରିବ । ଏହା କେବଳ ଆଗରୁ କୁହାଯାଇଥିଲା । କିନ୍ତୁ କେହି ଏହାକୁ କାମରେ କରି ଦେଖାଇ ପାରିନଥିଲେ ।

ସମସ୍ତ Spotify ର କାଟାଲଗ୍ ୩୧୯ ଟିବିପିଏସ୍‌ ସହିତ ତିନି ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଡାଉନଲୋଡ୍ ହୋଇପାରିବ! କିନ୍ତୁ ଏହି ଗତି ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ । ଏଥି ପାଇଁ ଭିତ୍ତିଭୂମିର ସହାୟତା ମଧ୍ୟ ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.