ଜାପାନ ଉପକୂଳକୁ ମୁହାଁଇଛି ଘୂର୍ଣ୍ଣିବାତ୍ୟା 'ହେଗିବିସ୍', ବର୍ଷା ସାଙ୍ଗକୁ ଝଡ ଆଶଙ୍କାରେ ରଗବି ବିଶ୍ୱକପ ବାତିଲ

Published By : Prameya-News7 Bureau | October 11, 2019 IST

ଟୋକିଓ :  ଭିଷଣ ଘୂର୍ଣ୍ଣିଝଡ 'ହେଗିବିସ୍'  ଶନିବାର ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବ। ଏହି ସମୟରେ ସର୍ବାଧିକ ୩୧ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରାଯାଉଥିବା ବେଳେ ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ବିତ୍ପାତକୁ ଦୃଷ୍ଟିରେ ରଖି ସରକାର ଅନୁଷ୍ଠିତ ହେଉଥିବା ବିଶ୍ୱକପ୍ ରଗବି ମ୍ୟାଚ୍ କୁ ବାତିଲ କରିଦେଇଛନ୍ତି।

{"id":168971}

ଜାପାନ ଉପକୂଳକୁ ମୁହାଁଇଥିବା ହେଗିବିସ୍ ୧୯୫୮ ମସିହାରେ ପ୍ରଳୟ ରଚିଥିବା ପ୍ରଚଣ୍ଡ ବାତ୍ୟା ଭଳି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ବାତ୍ୟା ପ୍ରବଳ କ୍ଷୟକ୍ଷତି କରିବା ସହ ପ୍ରାୟ ୧ହଜାର ୨ଶହ ଲୋକଙ୍କ ପ୍ରାଣ ହାନୀର କାରଣ ପାଲଟିଥିଲା। ଏଣୁ ସରକାର ଦକ୍ଷିଣ-ପଶ୍ଚିମ ଉପକୂଳ ରେ ଲୋକଙ୍କୁ ସତର୍କତା ସ୍ୱରୂପ ବିପଦପୂର୍ଣ୍ଣ ସ୍ଥାନ ଛାଡି ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଶୁକ୍ରବାର ପୋଲିସ ଦକ୍ଷିଣ-ପଶ୍ଚିମ ଉପକୂଳ ସହର କିହୋର ସମୁଦ୍ରକୂଳ ଯାଞ୍ଚ କରିଥିଲା। ଭିଷଣ ବର୍ଷାରେ ସମଗ୍ର ଉପକୂଳ ପ୍ରଭାବିତ ହୋଇଥିବା ବେଳେ ଲୋକେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଦେଖାଯାଇଛି।

{"id":168972}

ସରକାର ବାତ୍ୟା ଚେତାବନୀ ଜାରି କରିବା ପରେ ରାଜଧାନୀ ଟୋକିଓରେ  ଲୋକେ ଦୋକାନ ବଜାରରୁ ପିଇବା ଲାଗି ପାଣିବୋତଲ, ନୁଡଲସ ଓ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀ ସଂଗ୍ରହ କରୁଥିବା ଦେଖାଯାଇଛି। ପାଣିପାଗ ବିଭାଗ ଅଧିକାରୀ କଜିହରା ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସନ୍ଧ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିବେଦନ କରିଥିଲେ। ଝଡତୋଫାନ ଜନିତ ପରିସ୍ଥିତିର ମୁକାବିଲା ଲାଗି ସରକାର ଉଦ୍ୟମ ଚଳାଇଥିବା ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେ କହିଛନ୍ତି। ଏ ନେଇ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.