Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଏମିତି ଏକ ଜଙ୍ଗଲ ଯେଉଁଠି କାମ କରେନି କମ୍ପାସ କି ମୋବାଇଲ: ବାଟବଣା ହୋଇ ଭୟରେ ଲୋକେ କରିଦିଅନ୍ତି ଆତ୍ମହତ୍ୟା

6/11/2021 at 5:47 PM

ନୂଆଦିଲ୍ଲୀ ୦୬/୧୧ : ବିଶ୍ୱରେ ଏମିତି ଅନେକ ବିଚିତ୍ର ଜାଗା ଅଛି ଯାହା ସମ୍ପର୍କରେ ଲୋକେ ଶୁଣିଥାନ୍ତି କିନ୍ତୁ କେବେ ଯିବାକୁ ଚାହାନ୍ତିନି। ଜାପାନରେ ଏମିତି ଏକ ଜାଗା ଅଛି ଯାହାକୁ ଲୋକେ ‘ସୂଇସାଇଡ ଫରେଷ୍ଟ’ ଅର୍ଥାତ ଆତ୍ମହତ୍ୟା କରିବା ଜଙ୍ଗଲ ବୋଲି କୁହନ୍ତି। ଏହି ଜଙ୍ଗଲରେ ଅନେକ ଲୋକ ଆତ୍ମହତ୍ୟା କରିଛନ୍ତି। ଜଙ୍ଗଲକୁ ନେଇ ଲୋକଙ୍କ ମନରେ ନାନା ଧାରଣା ରହିଛି। ଜଙ୍ଗଲ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ଭାବନ୍ତି ଏହି ଜାଗାରେ ଭୁତ ଅଛି।

‘ନିଜ ସନ୍ତାନ ଓ ପରିବାର ବିଷୟରେ ଚିନ୍ତା କରନ୍ତି। ଆପଣଙ୍କ ଜୀବନ ବାପା-ମା’ଙ୍କ ଦ୍ୱାରା ପାଇଥିବା ମୂଲ୍ୟବାନ ଉପହାର।’ ଯେତେବେଳେ ଆପଣ ଆଓକିଗାହରା ଜଙ୍ଗଲ (Aokigahara Forest) କୁ ପ୍ରବେଶ କରିବେ ଏହିଭଳି ଚେତାବନୀ ପଢିବାକୁ ମିଳିବ। ଟୋକିଓରୁ ଦୁଇ ଘଣ୍ଟା ଦୂରତାରେ ଅବସ୍ଥିତ ମାଉଣ୍ଟ ଫୁଜିର ଉତ୍ତର-ପଶ୍ଚିମ ଦିଗରେ ରହିଛି ଏହି ଜଙ୍ଗଲ। ଜଙ୍ଗଲର କ୍ଷେତ୍ରଫଳ ୩୫ ବର୍ଗ କିଲୋମିଟର। ଏଠାରେ ଛୋଟ ବଡ ଏତେ ଗଛ ଅଛି ଯେ ଦୂର ଦୂର ଯାଏଁ କିଛି ସ୍ପଷ୍ଟ ଦେଖାଯାଏ ନାହିଁ। ସେଥିପାଇଁ ଜଙ୍ଗଲକୁ ଗଛମାନଙ୍କର ସମୁଦ୍ର ମଧ୍ୟ କୁହାଯାଏ। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଗଛ ଅଛି ଯାହା ପ୍ରାୟ ୩୦୦ ବର୍ଷ ପୁରୁଣା।

ଘଞ୍ଚ ହୋଇଥିବାରୁ ଲୋକେ ଏହି ଜଙ୍ଗଲରେ ସହଜରେ ବାଟବଣା ହୋଇଯାଆନ୍ତି କିନ୍ତୁ ଏଠାରୁ ବାହାରିବା ବହୁତ ମୁସ୍କିଲ, ଅସମ୍ଭବ ସହ ସମାନ। ସେଥିପାଇଁ ଏହି ଜଙ୍ଗଲକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଥାଏ। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଜାପାନର ପୌରାଣିକ କଥା ଅନୁସାରେ ଏହି ଜଙ୍ଗଲରେ ମରିଯାଇଥିବା ଲୋକଙ୍କ ଆତ୍ମା ବାସ କରେ। ଅଫିସିଆଲ ରେକର୍ଡ ଅନୁସାରେ, ୨୦୦୩ ମସିହାରେ ଏହି ଜଙ୍ଗଲରୁ ୧୦୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ଯେଉଁମାନେ ଏଠାରେ ଆତ୍ମହତ୍ୟା କରିଦେଇଥିଲେ। କୁହାଯାଏ ଯେ ଜଙ୍ଗଲ ଏତେ ଘଞ୍ଚ ଯେ ଲୋକେ ରାସ୍ତା ଭୁଲି ଯାଆନ୍ତି ଓ ଭୟରେ ଆତ୍ମହତ୍ୟା କରିଦିଅନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ଜଙ୍ଗଲରେ କମ୍ପାସ ବା ମୋବାଇଲ କାମ କରେନାହିଁ। କମ୍ପାସ ଏଠାରେ କେବେ ବି ଠିକ ରାସ୍ତା ଦର୍ଶାଏ ନାହିଁ। କାରଣ ଜ୍ୱାଳାମୁଖୀରୁ ବାହାରୁଥିବା ଲାଭା ଏଠାରେ ମାଟି ପାଲଟି ଗଲାଣି ଯେଉଁଥିରେ ବହୁ ମାତ୍ରାରେ ଆୟରନ ରହିଛି। ମ୍ୟାଗନେଟିକ ଆୟରନ ହେତୁ କମ୍ପାସର କଣ୍ଟା ସବୁବେଳେ ହଲୁଥାଏ ଏବଂ ଠିକ ରାସ୍ତା ଦେଖାଏନି। ଏଠାରେ ମୋବାଇଲରେ ବି ନେଟୱାର୍କ ଆସେନାହିଁ। ସେଥିପାଇଁ ଜଙ୍ଗଲ ବାହାରକୁ ଯୋଗାଯୋଗ କରିବା ମୁସ୍କିଲ ହୋଇଯାଏ ଏବଂ ଲୋକେ ଏଠାରେ ଫସି ଯାଆନ୍ତି।

   Related Posts