ଜାପାନରେ ଜାରି ହେଲା କରୋନା ଭାଇରସ୍ ଏମରଜେନ୍ସି , ମୁକାବିଲା ଲାଗି ୧୯୮ ଟ୍ରିଲିୟନ ୟେନ୍‌ର ପ୍ରସ୍ତୁତି

Published By : Prameya-News7 Bureau | April 07, 2020 IST

ଟୋକିଓ ୭।୪: କରୋନା ସଂକ୍ରମଣ ବିରୋଧରେ ସଂଗ୍ରାମ ଲାଗି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେ ମଙ୍ଗଳବାର ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ କରୋନା ଯୋଗୁ ଅର୍ଥନୀତିରେ ଉପୁଜିବାକୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱର ଏପର୍ଯ୍ୟନ୍ତ ସର୍ବ ବୃହତ୍ତ ଆର୍ଥିକ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ରାଜଧାନୀ ଟୋକିଓ ସମେତ ଅନ୍ୟ ୬ଟି ପରଫେକ୍ଚର ଲାଗି ଏହି ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ମାସକ ଲାଗି ଜାରି ହୋଇଥିବା ଏମାର୍ଜେନ୍ସୀ ଲାଗି ପ୍ରଧାନମନ୍ତ୍ରୀ ସଂସଦକୁ ପୂର୍ବରୁ ସୂଚନା ଦେଇଥିଲେ। ଏଥିରେ  ଜାପାନର ୪୦ ପ୍ରତିଶତ ଲୋକେ ବସବାସ କରୁଥିବା ରାଜଧାନୀ ଟୋକିଓ ସମେତ  ୬ଟି ପ୍ରାନ୍ତରେ ଜରୁରିକାଳୀନ ପରିସ୍ଥିତି ଜାରି ହେବ ବୋଲି ସୂଚନା ଦେଇଥିଲେ।

ଏଣୁ ଜାରି ହେବାକୁ ଥିବା  ଜରୁରିକାଳୀନ ପରିସ୍ଥିତିରେ ଦେଶର ଅର୍ଥନୀତିକୁ ସୁହାଇବା ଭଳି ୧୯୮ ଟ୍ରିଲିୟନ ୟେନ (୯୯୦ ବିଲିୟନ ଡଲାର) ଅର୍ଥାତ ଅର୍ଥନୀତିର ୨୦ ପ୍ରତିଶତର ବଜେଟ୍ ମନ୍ତ୍ରୀମଣ୍ଡଳ ଚୂଡାନ୍ତ କରିଛନ୍ତି। ଯାହା ଆମେରିକା ରାଷ୍ଟ୍ରପତି କରୋନା ଜନିତ ପରିସ୍ଥିତିରେ ଘୋଷଣା କରିଥିବା ପ୍ୟାକେଜ୍ ଠାରୁ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ଜର୍ମାନ ପ୍ୟାକେଜରୁ ୫ ପ୍ରତିଶତ ଅଧିକ ବୋଲି ଜଣାପଡିଛି।

ତେବେ ଦେଶରେ କରୋନା ମୁକାବିଲା ଲାଗି ସରକାର ସିଧାଶଳଖ ୩୯ ଟ୍ରିଲିୟନ ୟେନ(ଅର୍ଥନୀତିର ୭ପ୍ରତିଶତ) ଖର୍ଚ୍ଚ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୦୮ ମସିହାରେ ଲେହମ୍ୟାନ ବ୍ରଦରର ପତନ ପରେ ଜାପାନର ଏହା ଦ୍ୱିତୀୟ ବୃହତ୍ତମ ବ୍ୟୟ ବରାଦ ବୋଲି ଜଣାପଡିଛି। ଜାପାନ ରାଜଧାନୀ ଟୋକିଓ ସମେତ ଓସାକା ଏବଂ ଅନ୍ୟ ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ କରୋନା ପଜେଟିଭ ମିଳିବା ପରେ ସରକାର ଏମାର୍ଜେନ୍ସୀ ଜାରି ଲାଗି ନିଷ୍ପତ୍ତି ନେଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.