Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିଶ୍ୱରେ ସିଙ୍ଗାପୁର ଓ ଜାପାନ ପାସପୋର୍ଟ ସବୁଠୁ ଶକ୍ତିଶାଳୀ, ଉତ୍ତରକୋରିଆଠୁ ବି ଦୁର୍ବଳ ପାକିସ୍ତାନ

6/10/2021 at 8:43 PM

ଲଣ୍ଡନ : କରୋନାଭାଇର ମହାମାରୀ (କୋଭିଡ-୧୯) ପ୍ରସାର ପରଠାରୁ ପ୍ରବେଶ ପ୍ରତିବନ୍ଧକ ସାରା ବିଶ୍ୱରେ ବ୍ୟବଧାନ ସୃଷ୍ଟି କରିଛି। ଯାହା ଏବେ ବେଳକୁ ବେଳ ପ୍ରସରିବାରେ ଲାଗିଛି। ଏଥିରେ ବାସସ୍ଥାନ ତଥା ନାଗରିକତା ଯୋଜନା ସଂସ୍ଥା ହେନଲୀ ଏଣ୍ଡ ପାର୍ଟନର୍ସ ଏକ ପାସପୋର୍ଟ ଇଣ୍ଡକ୍ସ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଜାପାନ ଓ ସିଙ୍ଗାପୁର ପାସପୋର୍ଟକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ମାନ୍ୟତା ପ୍ରଦାନ କରିଛନ୍ତି।   

ଇଣ୍ଡେକ୍ସକୁ ହେନଲୀ ଏପରି ଆଧାରରେ ପ୍ରସ୍ତୁତ କରିଛନ୍ତି ଯେପରି ବିନା ପୂର୍ବ ଭିସାରେ ଏହି ପାସପୋର୍ଟଧାରୀମାନେ ସ୍ୱାଚ୍ଛନ୍ଦ୍ୟରେ ଯାତାୟାତ କରିପାରୁଥିବେ। ସେହି ଅନୁସାରେ ଜାପାନ ଓ ସିଙ୍ଗାପୁର ପାସପୋର୍ଟ ସୂଚକାଙ୍କର ପ୍ରଥମ ସ୍ଥାନରେ ଥିବା ବେଳେ ସବୁଠୁ ଶକ୍ତିଶାଳୀ ପ୍ରମାଣିତ ହେଉଛି। ତେବେ ହେନଲୀ ଏହି ସୂଚକାଙ୍କ ପ୍ରସ୍ତୁତିରେ ଦେଶମାନଙ୍କର ଅସ୍ଥାୟୀ ଭ୍ରମଣ ପ୍ରତିବନ୍ଧକକୁ ହିସାବରେ ନେଇ ନାହାନ୍ତି। 

ଶୀର୍ଷ ୧୦ ଶକ୍ତିଶାଳୀ ପାସପୋର୍ଟଙ୍କ ଦେଶ
୧.ଜାପାନ  ଓ ସିଙ୍ଗାପୁର (ଭିସା ଫ୍ରି ସ୍କୋର-୧୯୨)
୨.ଜର୍ମାନୀ, ଦକ୍ଷିଣ କୋରିଆ( ଭିସା ଫ୍ରି ସ୍କୋର-୧୯୦)
୩.ଫିନଲ୍ୟାଣ୍ଡ, ଇଟାଲୀ, ଲକଜେମ୍ବର୍ଗ, ସ୍ପେନ(ଭିସା ଫ୍ରିସ୍କୋର-୧୮୯)
୪.ଅଷ୍ଟ୍ରିଆ ଓ ଡେନମାର୍କ (ଭିସା ଫ୍ରି ସ୍କୋର-୧୮୮)
୫.ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଆୟର୍ଲାଣ୍ଡ, ପର୍ତ୍ତୁଗାଲ ଓ ସ୍ୱିଡେନ (ଭିସା ଫ୍ରି ସ୍କୋର -୧୮୭)
୬.ବେଲଜିୟମ, ନ୍ୟୁଜିଲ୍ୟାଣ୍ଡ ଓ ସ୍ୱିଜରଲ୍ୟାଣ୍ଡ (ଭିସା ଫ୍ରି ସ୍କୋର -୧୮୬)
୭.ଚେକ୍ ଗଣରାଜ୍ୟ, ଗ୍ରୀସ୍, ମାଲ୍ଟା,ନରୱେ, ୟୁକେ ଓ ଯୁକ୍ତରାଷ୍ଟ୍ର (ଭିସା ଫ୍ରି ସ୍କୋର -୧୮୫)
୮.ଅଷ୍ଟ୍ରେଲିଆ ଓ କାନାଡ (ଭିସା ଫ୍ରି ସ୍କୋର -୧୮୪)
୯.ହଙ୍ଗେରୀ (ଭିସା ଫ୍ରି ସ୍କୋର -୧୮୩)
୧୦.ଲିଥୁଆନିଆ, ପୋଲାଣ୍ଡ ଓ ସ୍ଲୋଭାକିଆ (ଭିସା ଫ୍ରି ସ୍କୋର -୧୮୨)

ସୂଚକାଙ୍କର ଶୀର୍ଷ ସ୍ଥାନରେ ଥିବା ଏହି ଦୁଇ ଦେଶଙ୍କ ପାସପୋର୍ଟର ଭିସା ମୁକ୍ତ ସ୍କୋର ୧୯୨ ରହିଛି। ଅର୍ଥାତ ଜାପାନ ଓ ସିଙ୍ଗାପୁର ପାସପୋର୍ଟଧାରୀ ବିନା ଭିସାରେ ୧୯୨ଟି ଦେଶକୁ ଯାଇଆସିପାରୁଛନ୍ତି। ଏଥିରେ ଆଫଗାନିସ୍ତାନ, ଇରାକ, ସିରିଆ, ପାକିସ୍ତାନ ଓ ୟେମେନ ଆଦି ରାଷ୍ଟ୍ରଙ୍କ ପାସପୋର୍ଟ ଏତେଟା ସକ୍ଷମ ନୁହନ୍ତି। ବୁର୍କିନାଫାସୋ ଓ ତାଜିକାସ୍ତାନ ସମେତ ଭାରତୀୟ ପାସପୋର୍ଟ ସୂଚୀର ୯୦ତମ ସ୍ଥାନରେ ଅଛନ୍ତି। ଏହି ଦେଶମାନଙ୍କ ନାଗରିକମାନେ ବିନା ଭିସାରେ ୫୮ଟି ଦେଶକୁ ଯାଇଆସିପାରୁଛନ୍ତି।

ସବୁଠୁ ଦୁର୍ବଳ ପାସପୋର୍ଟଙ୍କ ଶୀର୍ଷ ୧୦ ଦେଶ
୧.ଆଫଗାନିସ୍ତାନ (ଭିସା ଫ୍ରି ସ୍କୋର -୨୬)
୨.ଇରାକ (ଭିସା ଫ୍ରି ସ୍କୋର -୨୮)
୩.ସିରିୟା (ଭିସା ଫ୍ରି ସ୍କୋର -୨୯)
୪.ପାକିସ୍ତାନ (ଭିସା ଫ୍ରି ସ୍କୋର – ୩୧)
୫.ୟେମେନ (ଭିସା ଫ୍ରି ସ୍କୋର -୩୩)
୬.ସୋମାଲିଆ (ଭିସା ଫ୍ରି ସ୍କୋର -୩୪)
୭.ନେପାଲ ଓ ପାଲେଷ୍ଟାଇନ (ଭିସା ଫ୍ରି ସ୍କୋର -୩୭)
୮.ଉତ୍ତର କୋରିଆ (ଭିସା ଫ୍ରି ସ୍କୋର -୩୯)
୯.ବାଂଲାଦେଶ (ଭିସା ଫ୍ରି ସ୍କୋର -୪୦)
୧୦.ଇରାନ, ଲେବାନନ, ଶ୍ରୀଲଙ୍କା ଓ ସୁଦାନ (ଭିସା ଫ୍ରି ସ୍କୋର -୪୧)

ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ)ଙ୍କ ସ୍ୱତନ୍ତ୍ର ତଥ୍ୟର ସମୀକ୍ଷା ପରେ ହେନଲୀ ଏହି ସୂଚକାଙ୍କ ଜାରି କରିଛନ୍ତି। ଏଥିରୁ ହେନଲୀ ଏଣ୍ଡ ପାର୍ଟନରଙ୍କ ବୈଶ୍ୱିକ ଗତିଶୀଳତା ରିପୋର୍ଟରେ ଦକ୍ଷିଣ ଗୋଲାର୍ଦ୍ଧର ଦେଶମାନେ ସେମାନଙ୍କ ଅର୍ଥନୀତିକୁ ଜୀବନ୍ୟାସ ଦେବା ଲାଗି ସୀମା କଟକଣା ଏବେ କୋହଳ କରିଥିବା ବେଳେ ଉଉତ୍ତର ଗୋଲାର୍ଦ୍ଧ ଦେଶମାନେ ବିଭିନ୍ନ କାରଣରୁ ଏବେବି ସୀମା କଟକଣା କଡ଼ାକ଼ି ରଖିଛନ୍ତି। ତେବେ ଆସନ୍ତୁ ଦେଖିବା ଶୀର୍ଷ ୧୦ ଦେଶଙ୍କ ସୂଚୀ ଯେଉଁମାନଙ୍କ ପାସପୋର୍ଟକୁ ମାନ୍ୟତା ଦେଉଛି ବିଶ୍ୱ।

   Related Posts