Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ମେ ୧ରୁ ଜାପାନରେ ୧୦ ଦିନିଆ ଛୁଟି, ନୂଆ ରାଜା ନାଋହିତୋଙ୍କ ହେବ ରାଜ୍ୟାଭିଷେକ

27/04/2019 at 6:04 PM

ଟୋକ୍ୟୋ, ୨୭।୪: ଜାପାନ ନୂଆ ରାଜା ନାଋହିତୋଙ୍କ ରାଜ୍ୟାଭିଷେକ ମେ ୧ ତାରିଖରେ ହେବ। ଏଥିପାଇଁ ସାରା ଦେଶରେ ୧୦ ଦିନିଆ ସ୍ବତନ୍ତ୍ର ଛୁଟି ଘୋଷଣା ହୋଇଛି।   ଲଗାତାର ୧୦ ଦିନିଆ ଛୁଟିର  ପ୍ଲାନିଙ୍ଗ ପାଇଁ ଦେଶବାସୀ ବ୍ୟସ୍ତ।  ଲଗାତାର ଦୀର୍ଘ ସମୟ ଧରି କାର୍ଯ୍ୟ କରିବାରେ ଜାପାନୀମାନଙ୍କ ରେକର୍ଡ ରହିଛି । ତେବେ ଲମ୍ବା ଛୁଟି ମିଳୁଥିବାରୁ ୬ଲକ୍ଷ ୬୨ ହଜାର ଲୋକ ବିଦେଶ ଯାଉଥିବା  ଦେଶର ସର୍ବ ବୃହତ୍ତ ଟ୍ରେଭଲ ଏଜେନ୍ସୀ ଜେଟିବି କର୍ପ ସୂତ୍ରରୁ ଜଣାପଡିଛି । ଅର୍ଥାତ ରାଜଧାନୀ ଟୋକ୍ୟୋର ଏକତୃତୀୟାଂଶ ବିଦେଶ ଯାତ୍ରାର ପ୍ଲାନିଂ କରିଛନ୍ତି ।

ଲୋକେ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟରେ ମଧ୍ୟ  ଛୁଟି କଟାଇବେ ବୋଲି ଜଣାପଡିଛି ।
ଏହି ୧୦ ଦିନ ଛୁଟିରେ ଲୋକେ ପର୍ଯ୍ୟଟନ ପାଇଁ ପ୍ରାୟ ୬୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଯାହା ଦେଶର ପର୍ଯ୍ୟଟନ ଉଦ୍ୟୋଗ ପାଇଁ ଏବ ବଡ ନିବେଶର ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏମିତିରେ ପ୍ରତ୍ୟେକ ବର୍ଷ ଜାପାନରେ ମେ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ଲମ୍ବା ଛୁଟି ଦିଆଯାଇଥାଏ । ତେବେ ଚଳିତବର୍ଷ ନୂଆ ରାଜାଙ୍କ ରାଜ୍ୟାଭିଷେକ ହେଉଥିବାରୁ ଦେଶବାସୀଙ୍କୁ ଅଧିକ ୩ ଦିନ ଛୁଟି ମିଳୁଛି । 

Useful Phases in Japanese for Tourists to Know Before You Go | The Invisible Tourist

ହେଲେ ୩୫ ପ୍ରତିଶତ ଦେଶବାସୀ ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି ଛୁଟିରେ ସେମାନେ କଣ କରିବେ। ତେବେ ଚଳିତବର୍ଷ ଜାପାନର ଅଧିକାଂଶ ଲୋକେ ୟୁରୋପ ଟୁର ପ୍ଲାନିଂ କରିଥିବା ଜେଟିବି ମୁଖପାତ୍ର ରିସା ଓଗାତା କହିଛନ୍ତି । ଏହା ଛଡା ଅନେକ ଦକ୍ଷିଣ କୋରିଆ, ହଓ୍ବାଇ, ସିଙ୍ଗାପୁ ଓ ତାଇଓ୍ବାନ ଆଦି ଭ୍ରମଣରେ ଯିବା ପାଇଁ ପ୍ରସ୍ତୁତି କରିସାରିଲେଣି। ଜାପାନରେ ବିଦେଶ ଯାତ୍ରୀଙ୍କ ସଂଖ୍ୟାରେ ପୁଣି ଅଭିବୃଦ୍ଧି ଦେଖା ଦେଇଛି । ଚଳିତ ବର୍ଷ ଏହି ହାର ୬.୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଘରୋଇ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ୨ ପ୍ରତିଶତ ଅଭିବୃଦ୍ଧି ହୋଇଥିବା କହିଛନ୍ତି ମୁଖପାତ୍ର।

   Related Posts