Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଟ୍ରେଣ୍ଡିଂରେ ଦିଶା, ଜାହ୍ନବୀ ଓ ସାରା : ଗ୍ଲାମରସ୍ ଲୁକ୍…ଫ୍ରଣ୍ଟ ଟାଇ କ୍ରପ୍ ଟପ୍ରେ ସମସ୍ତେ ପର୍ଫେକ୍ଟ

30/01/2020 at 3:04 PM

ମୁମ୍ବାଇ୩୦|୧: ୨୦୦୯ ମସିହାରେ ରିଲିଜ ହୋଇଥିବା ‘ଲଭ୍ ଆଜ୍ କଲ୍’ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା। ତେବେ ଚଳିତ ବର୍ଷ ପୁଣି ଏହି ଫିଲ୍ମର ଆଉ ଏକ ପାର୍ଟ ‘ଲଭ୍ ଆଜ୍ କଲ୍‌୨’ରିଲିଜ ହେବ। ଏହି ଫିଲ୍ମରେ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସାରା ଏବେ ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ସାରା ନିଜର ଏକ ହଟ୍‌ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ସାରା କଳା ରଂଗର ଫ୍ରଣ୍ଟ ଟାଇ କ୍ରପ୍‌ ଟପ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋ ଏବେ ଭାଇରାଲ ହେଉଛି।

ଠିକ୍‌ ସେହିଭଳି ଜାହ୍ନବୀ କପୁରଙ୍କୁ ମଧ୍ୟ ଏହି ଲୁକ୍‌ରେ ସ୍ପଟ୍‌ କରାଯାଇଥିଲା। ଧଡକ୍‌ ଗର୍ଲ ଜାହ୍ନବୀ ଦର୍ଶକଙ୍କ ମଧ୍ୟରେ ନିଜ ପରିଧାନ ଶୈଳୀ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ଏବେ ଅଭିନେତ୍ରୀ ନିଜ ଅପକମିଂ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦି କାର୍ଗିଲ ଗାର୍ଲ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ତେବେ ନିକଟରେ ଜାହ୍ନବୀଙ୍କୁ ଗ୍ଲାମରସ୍‌ ଲୁକ୍‌ରେ ସ୍ପଟ୍‌ କରାଯାଇଥିଲା। ସେ ନିଜ ପାଇଲେଟ୍ସ କ୍ଲାସ ସାରି ଫେରୁଥିଲେ। ଧଳା ରଂଗର ଫ୍ରଣ୍ଟ ଟାଇ କ୍ରପ୍‌ ଟପ୍‌ ପିନ୍ଧି ଜାହ୍ନବୀ ବହୁତ ସୁନ୍ଦର ଦେଖାଯାଉଥିଲେ। ଅଭିନେତ୍ରୀଙ୍କର ଏହି ଲୁକ୍‌ ଭାଇରାଲ ହେବାରେ ଲାଗିଛି।

ଅପରପକ୍ଷରେ ଦିଶା ପଟ୍ଟାନୀଙ୍କୁ ମଧ୍ୟ ସେହି ଅବତାରରେ ସ୍ପଟ୍‌ କରାଯାଇଥିଲା। ଦିଶା ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ବହୁତ କମ ସମୟରେ କୋଟି କୋଟି ଦର୍ଶକଙ୍କ ଦିଲରେ ରାଜ କରିପାରିଛନ୍ତି। ଅଭିନୟ ପାଇଁ କମ ଓ ନିଜ କ୍ୟୁଟ ସ୍ମାଇଲ ପାଇଁ ଅଧିକ ଫେମସ ହୋଇଛନ୍ତି ଦିଶା ପଟ୍ଟାନୀ ।
ଦିଶା ଏବେ ନିଜ ଫିଲ୍ମ ମଲଙ୍ଗର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଅପକମିଂ ଫିଲ୍ମ “ମଲଙ୍ଗ” ର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଆଦିତ୍ୟ ରୟ କପୁର ଏବଂ ଦିଶା ପଟ୍ଟାନୀଙ୍କୁ ଏକା ସହ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ବେଶ୍‌ ଉତ୍ସାହିତ ଅଛନ୍ତି। ନିକଟରେ ଉଭୟ ଷ୍ଟାରଙ୍କୁ ସ୍ପଟ୍‌ କରାଯାଇଥିଲା। ଦିଶା ମଧ୍ୟ ଧଳା ରଂଗର ଫ୍ରଣ୍ଟ ଟାଇ କ୍ରପ୍‌ ଟପ୍‌ ପିନ୍ଧିଥିଲେ। ଏହି ଡ୍ରେସ୍‌ରେ ଦିଶା ବହୁତ ଦେଖାଯାଉଥିଲେ।
 

   Related Posts