Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ସାଧାରଣରୁ ସାମାନ୍ୟ ଉଷ୍ମ ଥିଲା ଜାନୁୟାରୀ, ଉତ୍ତର-ପଶ୍ଚିମରେ ତାପମାତ୍ରା ଥିଲା ସମାନ: IMD

5/02/2021 at 6:14 PM

ନୂଆଦିଲ୍ଲୀ ୫।୨:  ଭାରତରେ ୧୯୩୧, ୧୯୫୮, ୨୦୦୯ ଓ ୨୦୧୬ ମସିହା ପରେ ୨୦୨୧ ଜାନୁୟାରୀ ଥିଲା ପଞ୍ଚମ ଉଷ୍ମ ମାସ। ଭାରତୀୟ ପାଣିପାଗ ବିଭାଗଙ୍କ ଅନୁସାରେ ଉତ୍ତର-ପଶ୍ଚିମ ଭାରତକୁ ଛାଡିଦେଲେ ଦକ୍ଷିଣ ପେନିନସୁଲାରେ ଜାନୁୟାରୀରେ ତାପମାତ୍ରା ସବୁଠୁ ଅଧିକ ଥିଲା। ଜାନୁୟାରୀରେ ଉତ୍ତର-ପଶ୍ଚିମ ଭାରତର ହାରାହାରି ତାପମାତ୍ରା ୧୧.୭୫ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି।

ଜାନୁୟାରୀର ଏହି ତାପମାତ୍ରା ସାଧାରଣରୁ ୦.୨୨ ଡିଗ୍ରି ସେଲସିୟସ୍‌ ଅଧିକ ଥିଲା। ସେହିପରି ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୦.୦୪ ଡିଗ୍ରି ସେଲସିୟସ୍‌ କମ ରହିଛି। ତେବେ ଏପରି ଅସାଧାରଣ ତାପମାତ୍ରା ଲାଗି ବିଶେଷଜ୍ଞମାନେ ଉତ୍ତର-ପଶ୍ଚିମ ଭାରତ ଓ ଦକ୍ଷିଣ ପେନିନସୁଲାରେ ଅସ୍ୱଭାବିକ ବର୍ଷାକୁ କାରଣ ବୋଲି କହିଛନ୍ତି। ପାଣିପାଗରେ ପରିବର୍ତ୍ତନ ଲାଗି ଦକ୍ଷିଣ ପେନିନସୁଲା ରାଜ୍ୟମାନଙ୍କରେ ସର୍ବାଧିକ ତାପମାତ୍ରା ୨୬.୩୬ ଡିଗ୍ରି ସେଲସିୟସ୍‌ ଆଖପାଖରେ ପହଞ୍ଚିଥିବା ବେଳେ ପୂର୍ବୋତ୍ତର ଭାରତର ହାରାହାରି ତାପମାତ୍ରା ୧୭.୧୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

ଚଳିତବର୍ଷ ଅନୁସାରେ ଗତ ୨୦୨୦ ବର୍ଷକୁ ଆକଳନ କଲେ ଏହି ସମୟରେ ସର୍ବାଧିକ, ସର୍ବନିମ୍ନ ଓ ହାରାହାରି ତାପମାତ୍ରା ଯଥାକ୍ରମେ ୨୬.୬, ୧୫.୧ ଓ ୨୦.୯ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ତେବେ ଡିସେମ୍ବରରେ ସମସ୍ତ ଅଞ୍ଚଳର ତାପମାତ୍ରା ପ୍ରାୟତଃ ସମାନ ଥିଲା। ତେବେ ଜାନୁୟାରୀ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ହିମାଳୟରେ ହୋଇଥିବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ପାଗରେ ତାରତମ୍ୟ ହୋଇଥିବାର ପାଣିପାଗ ବିଶେଷଜ୍ଞ କହିଛନ୍ତି।  

   Related Posts