Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଜନ୍ମାଷ୍ଟମୀରେ ଖାସ ସଂଯୋଗ, ବଦଳିପାରେ ଏହି ରାଶି ଜାତକଙ୍କ ଭାଗ୍ୟ

21/08/2019 at 5:52 PM

ଧର୍ମ: ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରପଦ ଅର୍ଥାତ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ହୋଇଥିଲା। ସେହି ଦିନଟିକୁ ସାରା ଦେଶ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ତେବେ ଚଳିତବର୍ଷ  ଅଷ୍ଟମୀ ତିଥି ଅଗଷ୍ଟ ୨୩ ତାରିଖରେ ପଡୁଥିବା ବେଳେ ୨୪ ତାରିଖ ଦିନ ରୋହିଣୀ ନକ୍ଷତ୍ର ଉଦୟ ହେବେ। ଏଣୁ ଦେଶରେ ଲୋକେ ଉଭୟ ଦିନକୁ ବା କୌଣସି ଗୋଟିଏ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରିପାରିବେ। ଏହି ଦିନ ଏକ ଖାସ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଫଳରେ ରାଶିଚକ୍ରର ୧୨ଟି ରାଶିରୁ ୪ଟି ରାଶି ଜାତକଙ୍କ ଭାଗ୍ୟରେ ପରିବର୍ତ୍ତନର ଆଶା କରାଯାଉଛି। ଆସନ୍ତୁ ଜାଣିବା ଏହି ୪ ଭାଗ୍ୟଶାଳୀ ରାଶିଙ୍କ ସମ୍ପର୍କରେ।

ବୃଷ୍ଣ ରାଶି ଜାତଙ୍କ ଲାଗି ଚଳିତବର୍ଷ ଜନ୍ମାଷ୍ଟମୀ ନୂଆ ପରିବର୍ତ୍ତନ ନେଇ ଆସୁଛି। ଯେଉଁଥି ଯୋଗୁ ଆପଣଙ୍କ ଘରେ ଖୁସିର ମାହୋଲ ସୃଷ୍ଟି ହେବ। ଏହି ପରିବର୍ତ୍ତନ ଆପଣଙ୍କ ଲାଗି ଶ୍ରେଷ୍ଠ ପ୍ରମାଣିତ ହୋଇପାରେ। ଯଦି ଆପଣ କିଛି ନୂଆ କରିବାକୁ ଚାହୁଁଛନ୍ତି, ତେବେ ଜନ୍ମାଷ୍ଟମୀରୁ କାର୍ଯ୍ୟାରମ୍ଭ କରନ୍ତୁ। ଅଚାନକ ଧନଲାଭର ସୁଯୋଗ ସୃଷ୍ଟି ହୋଇଥିବା ବେଳେ ଆପଣଙ୍କର ଯେଉଁ କାମ ଏପର୍ଯ୍ୟନ୍ତ ଟଳି ଆସୁଥିଲା ତାହା ଏବେ ସୁଗମ ହୋଇଯିବ।

ବୃଷ ଭଳି ବିଛା ରାଶି ଜାତକଙ୍କ ଲାଗି ଜନ୍ମାଷ୍ଟମୀ ବିପୁଳ ଲାଭର ସୁଯୋଗ ସୃଷ୍ଟି କରିଛି। ଧନପ୍ରାପ୍ତି ଲାଗି ଆପଣଙ୍କୁ ଅନେକ ନୂଆ ଅବସର ମିଳିବ। ଏହି ରାଶି ଜାତକଙ୍କର ମାନସମ୍ମାନ ବୃଦ୍ଧି ସାଙ୍ଗକୁ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ। ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବା ସହ ପରିବାରରେ ସମୟ ହସଖୁସିରେ ବ୍ୟତୀତ ହେବ। ସଫଳତାର ସିଡି ଚଢିବା ଆରମ୍ଭ କରିବେ।

ସେହିପରି ଧନୁରାଶି ଜାତକଙ୍କ ଲାଗି ଜନ୍ମାଷ୍ଟମୀ ଲାଭ ହିଁ ଲାଭର ସୁଯୋଗ ସୃଷ୍ଟି କରିଛି। ଆପଣଙ୍କର ଅଟକି ରହିଥିବା କାମଗୁଡିକ ପୁଣି ଆରମ୍ଭ ହେବା ସାଙ୍ଗକୁ ପରିବାରରେ ହସଖୁସିର ମାହୋଲ ସୃଷ୍ଟି ହେବ। ଆପଣଙ୍କ ପାଇଁ ସମସ୍ତଙ୍କ ମନରେ ଭଲପାଇବା ସୃଷ୍ଟି ହେବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ।

କୁମ୍ଭରାଶି ଜାତକଙ୍କ ଲାଗି ମଧ୍ୟ ଜନ୍ମାଷ୍ଟମୀ ଅତ୍ୟନ୍ତ ଶୁଭଫଳଦାୟୀ ସାବ୍ୟସ୍ତ ହେବ। ଆପଣଙ୍କ ସବୁ ଇଛା ଖୁବ୍ ଶୀଘ୍ର ପୁରଣ ହେବା ସହ ପରିବାରରେ ଆପଣଙ୍କ ପ୍ରତି ମାନ ସମ୍ମାନ ବୃଦ୍ଧି ହେବ। ଧନ ପ୍ରାପ୍ତି ଲାଗି ମଧ୍ୟ ଆପଣଙ୍କୁ ଅବସର ମିଳିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କ ସମ୍ମାନ ବଢିବ। ଜନ୍ମାଷ୍ଟମୀ ପରେ ପରେ ଜୀବନରେ ଏହି ସବୁ ନୂଆ ପରିବର୍ତ୍ତନ ଦେଖାଦେବ। ମନ ସର୍ବଦା ପ୍ରସନ୍ନ ରହିବ ଓ ସମାଜରେ ସମ୍ମାନ ପାଇବେ।    

   Related Posts