ଜନ୍ମାଷ୍ଟମୀର ଶୁଭ ବେଳା ,ଜାଣନ୍ତୁ କେତେବେଳେ କରିପାରିବେ କୃଷ୍ଣଜନ୍ମ ନୀତିର ପୂଜାର୍ଚ୍ଚନା

Published By : Prameya-News7 Bureau | August 22, 2019 IST

ଅଗଷ୍ଟ ୨୩ ତାରିଖରେ ପାଳିତ ହେବ ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମନିତୀ ପାରମ୍ପରିକ ରୀତି ନୀତି ଅନୁସାରେ ପାଳନ କରାଯିବ।

ତେବେ ଆସନ୍ତୁ ଜାଣିବା ଜନ୍ମଷ୍ମମୀ ତିଥିରେ କେତେବେଳ  ରହିଛି ଶୁଭେବେଳା ।

ଏହି ଦିନି ନିଶାର୍ଦ୍ଧରେ ରାଜ୍ୟର ପୁରପଲ୍ଲୀରେ କୃଷ୍ଣଜନ୍ମ ନୀତି ସହ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । କୃଷ୍ଣପ୍ରେମୀ ଭକ୍ତ ଉପବାସ ରଖିବା ସହ  କୃଷ୍ଣଙ୍କର ପଜାର୍ଚ୍ଚନା ।  ସନ୍ତାନକାମୀ ନାରୀମାନେ ଏହି ଦିନ ଉପବାସରଖିବା ସହ ସନ୍ତାନଦାତା ଗୋପାଳ ଦିବ୍ୟ ଯନ୍ତ୍ର ଧାରଣ କରିଥାଆନ୍ତି ।

{"id":147547,"align":"left","width":294,"height":196}

ଶୁଭବେଳା –

ଅମୃତ ବେଳା

 ପ୍ରାତଃ ୬ଟା୨୧ ଗତେ ଦିବା  ୧ଟା୫ ମଧ୍ୟେ

ଦିବା୪୨୭ ଗତେ  ସନ୍ଧ୍ୟା ୫ଟା ୧୮ ମଧ୍ୟେ

ରାତି ୮ଟା୨୫ ଗତେ ରାତି ୧୦ଟା ୪୧ ମଧ୍ୟେ

ରାତି୩ଟା୫୯ ଗତେ ନିଶା ୫ଟା୩୦ ମଧ୍ୟେ

ମାହେନ୍ଦ୍ର ବେଳା

ରାତି୧୨ଟା୫୭ଗତେରାତି ୩ଟ୩୧୪ ମଧ୍ୟେ

ସାଧାରଣତଃ କୃଷ୍ଣ ଜନ୍ମନୀତି ଜନ୍ମାଷ୍ଟମୀର ନିଶାର୍ଦ୍ଧରେ ପାଳିତ ହୋଇଥାଏ । ନିଶାର୍ଦ୍ଧରେ ମଥୁରାରେ କାରାଗାର ମଧ୍ୟରେ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଦେବକୀଙ୍କର ଅଷ୍ଟମ ଗର୍ଭର ସେ ଜନ୍ମ ହୋଇଥିଲେ । ପ୍ରବଳ ବର୍ଷଣ  ରାତ୍ରୀରେ ପିତା ବାସୁଦେବ ଉଛୁଳା ଯମୁନା ନଦୀ ମଧ୍ୟରେ ତାଙ୍କୁ ଗୋପପୁରକୁ ନେଇଥିଲେ  । ସେଠାରୁ ବିଜୁଳି କନ୍ୟାକୁ ସାଙ୍ଗରେ ଧରି ଆସିଥିଲେ ।

ଏଥିପାଇଁ ସାରା ଭାରତରେ ଜନ୍ମାଷ୍ଟମୀର ମଧ୍ୟ ରାତ୍ରୀରେ କୃଷ୍ଣ ଜନ୍ମନୀତି ସହ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥାଏ । ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଇଥାଏ ।

{"id":147553,"align":"right","width":251,"height":189}
wp:paragraph {"align":"left"}

ଚଳିତ ବର୍ଷ ସ୍ମାର୍ତ୍ତ  ଓ ବୈଷ୍ଣବ ସମ୍ପ୍ରଦାୟର ଲୋକ ଅଲଗା ଅଲଗା କୃଷ୍ଣ ଜନ୍ମଷ୍ଟମୀ ପାଳନ କରିବେ । ସାଧୁ ସନ୍ୟାସୀ ଓ ଶ୍ରୀକ୍ଷେତ୍ର ପୁରୀରେ ଅଗଷ୍ଟ ୨୩ ତାରିଖରେ ଜନ୍ମାଷ୍ଟମୀ ପାଳନ କରବେ । ମଥୁରା ସହ ଭାରତର ବୈଷ୍ଣବ ସମ୍ପ୍ରଦାୟ ଅନେକ ପୂଜାସ୍ଥଳ ଓ ମଠରେ ୨୪ ଅଗଷ୍ଟରେ ଜନ୍ମଷ୍ଟମୀ ପାଳନ କରାଯିବ । ରୋହିଣୀ ନକ୍ଷତ୍ର ରେ ୨୩ ତାରିଖ ଉଦୟା ତିଥିରେ ରହୁ ନଥିବାରୁ ଏହା ୨୪ ତାରିଖରେ ରହୁଥିବାରୁ ବୈଷ୍ଣବ ସମ୍ପ୍ରଦାୟର ଲୋକ ଏହାକୁ ୨୪ ତାରିଖରେ ପାଳନ କରିବେ । ମାତ୍ର ଏହିଦନ ନବମୀ ତିଥି ଲାଗୁଥିବାରୁ ସ୍ମାର୍ତ ସମ୍ପ୍ରଦାୟ ଲୋକ ୨୩ ତାରିଖରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବେ ।

୨୩ ତାରିଖରେ ଅଷ୍ଟମୀ ତିଥି ପଡୁଥିବା ବେଳେ ରାତି ୧୧ଟା୫୬ ପରେ ରୋହିଣୀ ନକ୍ଷତ୍ର ରହୁଛି ଏଥିପାଇଁ ୨୩ ତାରିଖ ମଧ୍ୟରାତ୍ରୀରେ କୃଷ୍ଣଙ୍କର ଜନ୍ମନୀତି ପାଳନ କରାଯାଇ ପାରିବ । ମାତ୍ର ୨୪ ତାରିଖ ଦିନ ବେଳେ ରୋହିଣୀ ନକ୍ଷତ୍ର ତିଥି ରହୁଥିବା ବେଳେ ଦିନ ବେଳେ ତିଥି ବଦଳଯିବ ଏହା ନବମୀ ତିଥି ହୋଇଯିବ ବୋଲି ଅନେକ ଜ୍ୟୋତିଷାଚାର୍ଯ୍ୟ ମତ ଦେଇଛନ୍ତି ।

{"id":147546}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.