ଆଜି ପବିତ୍ର ଜନ୍ମାଷ୍ଟମୀ ; ଉତ୍ସବମୁଖର ଭୁବନେଶ୍ୱର ଇସ୍କନ ମନ୍ଦିର ପରିସର

Published By : Prameya-News7 Bureau | September 02, 2018 IST

ଭୁବନେଶ୍ୱର ୨/୯ : ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ । ଜନ୍ମାଷ୍ଟମୀ ପାଇଁ ଦେଶର ସବୁ ମଠ, ମନ୍ଦିର ଉତ୍ସବମୁଖର । ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଲାଣି । ସମସ୍ତଙ୍କ ମଙ୍ଗଳକାମନା କରି ଶ୍ରଦ୍ଧାଳୁ ଆଜି ଉପବାସ ମଧ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.