Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଆଜି ପବିତ୍ର ଜନ୍ମାଷ୍ଟମୀ : ଜନ୍ମନେବେ ଭଗବାନ ଶ୍ରୀକୃଷ୍ଣ, କରୋନା ଲାଗି ଘରେ ରହି ଆରାଧନା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ

11/08/2020 at 7:34 AM

ଭୁବନେଶ୍ୱର ୧୧।୦୮: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି  ବା ଜନ୍ମାଷ୍ଚମୀ । ଏହିଦିନ ନିଶାର୍ଦ୍ଧରେ କଂସର ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଚମ ଗର୍ଭରେ ଜନ୍ମଗ୍ରହଣ କରିଥିଲେ ଭଗବାନ  ଶ୍ରୀକୃଷ୍ଣ । କେହି କେହି ତାଙ୍କୁ ଭଗବାନ ବିଷ୍ଣୁଙ୍କର ଅଷ୍ଟମ, ତ୍ରୟୋଦଶ ବା ବିଂଶ ଅବତାର ବୋଲି କହିଥାନ୍ତି ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ‘ଜନ୍ମାଷ୍ଟମୀ’ରୂପେ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏହିଉତ୍ସବ । ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ଏହାସହ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି।  ଆମ ରାଜ୍ୟ ଭଳି ଉତ୍ତର ଭାରତର ଅଧିକାଶଂ ରାଜ୍ୟ  , ମଥୁରା , ବୃନ୍ଦାବନରେ ମଧ୍ୟ ଶ୍ରୀକୃଷ୍ଚ ଜନ୍ମାଷ୍ଟମୀ ବେଶ ଧୁମଧାମରେ ପାଳିତ ହୁଏ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ  ରାଜ୍ୟର ସମସ୍ତ ମନ୍ଦିର ପ୍ରବେଶ ଉପେର ରୋକ ଲାଗିଥିବାରୁ ଶ୍ରଦ୍ଧାଳୁ ମାନେ ମନ୍ଦିର ନଯାଇ ଘରେ ରହି ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦିଆଯାଇଛି ।

   Related Posts