ଜନ୍ମଦିନ ପାର୍ଟିରେ ଗୁଳିମାଡ କଲା ଯୁବକ, ୬ ଜଣଙ୍କୁ ହତ୍ୟା କରିବା ପରେ ନିଜକୁ ମାରିଦେଲା

Published By : Prameya-News7 Bureau | May 10, 2021 IST

ନ୍ୟୁୟର୍କ, ୧୦/୦୫ :   ଆମେରିକାରେ ଭୟଙ୍କର ଗୁଳିକାଣ୍ଡ । କୋଲୋରାଡୋରେ ଏକ ଜନ୍ମଦିନ ଉତ୍ସବରେ ଜଣେ ଯୁବକ ମନଇଚ୍ଛା ଗୁଳିମାଡ କରିଛି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗତ ରବିବାର ରାତିରେ ଏହି ଘଟଣା ଘଟିଥିଲା । ସବୁଠାରୁ ବଡ କଥା ହେଉଛି ଯେ, ଗଣହତ୍ୟା ପରେ ଆତତାୟୀ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛି ।

କୋଲୋରାଡୋ ପୋଲିସର କହିବାନୁସାରେ, ରବିବାର ମଧ୍ୟ ରାତ୍ରରେ ଗୁଳିମାଡ ନେଇ ଖବର ମିଳିଥିଲା । ଜନ୍ମଦିନ ପାର୍ଟିରେ ଏହି ଗୁଳିକାଣ୍ଡ ହୋଇଥିଲା । ସେଠାରୁ ୬ଟି ମୃତଦେହ ଓ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ଗୁଳିମାଡ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ମହିଳାଙ୍କୁ ପୁରୁଷ ବନ୍ଧୁ ବୋଲି ସୂଚନା ମିଳିଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡି ନାହିଁ । ଘଟଣାର ତଦନ୍ତ ଜାରି ରହିଛି । ଏହି ଆକ୍ରମଣରେ କୌଣସି ଶିଶୁ ଆହତ ହୋଇନାହାଁନ୍ତି ।

କୋଲୋରାଡୋ ମେୟର ଜନ୍ ସଥର୍ସ କହିଛନ୍ତି ଯେ, ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ସମବେଦନା ରହିଛି ।ଗତ ଏକ ମାସ ମଧ୍ୟରେ ଆମେରିକର ବିଭିନ୍ନ ସ୍ଥାନରେ ଏପରି ଗୁଳିମାଡ ଘଟି ଅନେକ ସାଦାରଣ ଲୋକ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.