Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଜାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା, ରାଜ୍ୟ ବାହାରକୁ ମହିଳାଙ୍କ ସ୍କେଚ୍‌ ପଠାଇଲା କମିଶନରେଟ୍ ପୋଲିସ

5/04/2021 at 12:18 PM

ଭୁବନେଶ୍ୱର ୦୫।୦୪: ଭୁବନେଶ୍ୱର ଜାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣାରେ ତନାଘନା । ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ ପୋଲିସ । ଚାରିଟି ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସ୍କେଚ୍ ପୋଷ୍ଟର ପଠାଇଛି କମିଶନରେଟ ପୋଲିସ । ଏଥି ସହିତ ଏସବୁ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଛି କମିସନରେଟ ପୋଲିସ । SCRBର ୱେବସାଇଟରେ ମଧ୍ୟ କଙ୍କାଳ ସ୍କେଚ ଜାରି କରାଯାଇଛି । ପୋଷ୍ଟର ମାରିବା ପରେ ୫୦୦ରୁ ଅଧିକ ଫୋନ୍‌ କଲ ପାଇସାରିଛି ପୋଲିସ । କଙ୍କାଳଟି ଖୋର୍ଦ୍ଧା ଅଂଚଳର ଜଣେ ମହିଳା ବୋଲି ଚର୍ଚ୍ଚା ହେଉଛି, ସେ ନେଇ ତଦନ୍ତ ଚାଲିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ନିକଟବର୍ତ୍ତୀ ଜାଆଁଳା ଫାଣ୍ଡି ପରିସରରୁ ଥିବା ଏକ ଜବତ କାର୍‌ରୁ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଥିଲା । ଏହାପରେ କମିଶନରେଟ୍‌ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ । କଙ୍କାଳ କାହାର, ଏବଂ ଏଠାକୁ କିପରି ଆସିଲା । ସେନେଇ ଖୋଲତାଡ଼ ଜାରି ରଖିଛି କମିଶନରେଟ୍‌ ପୋଲିସ । ଇତିମଧ୍ୟରେ କମିଶନରେଟ୍‌ ପୋଲିସ ଏକ ସ୍କେଚ୍‌ ଜାରି କରିଛି । ଯାହାକୁ ବିଭିନ୍ନ ସ୍ଥାନରେ ମଧ୍ୟ ପୋଷ୍ଟର ରୂପରେ ମରାଯାଇଛି ।

ସେପଟେ ଏହି ସ୍କେଚ୍‌କୁ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ ପୋଲିସ । ଚାରିଟି ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସ୍କେଚ୍ ପୋଷ୍ଟର ପଠାଇଛି କମିଶନରେଟ ପୋଲିସ । ଏଥି ସହିତ ଏସବୁ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଛି କମିସନରେଟ ପୋଲିସ ।   

   Related Posts