ଜାହ୍ନବୀଙ୍କ ଆଉଟ୍‌ଫିଟ୍ ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ : ଜାଣନ୍ତୁ ତାଙ୍କ ଟି-ସାର୍ଟ ଆଉ ଜୋତାର ଦାମ୍ କେତେ

Published By : Prameya-News7 Bureau | September 17, 2018 IST

ମୁମ୍ବାଇ ୧୭|୯: ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଅଭିନୀତ ଫିଲ୍ମ ‘ଧଡକ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ସେ ଏବେ ତାଙ୍କ ଡ୍ରେସ୍ ଆଉ ଜୋତାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଇ ନିକଟରେ ଜାହ୍ନବୀ ତାଙ୍କ ବାପା ବୋନି କପୁରଙ୍କ ସହ ଭାଇ ଅର୍ଜୁନ କପୁରଙ୍କ ଘରକୁ ଯାଇଥିଲେ । ସେହି ଦିନ ସେ ଏକ ପିଙ୍କ୍ ଟି-ସାର୍ଟ ଏବଂ ବ୍ଲାକ୍ ଜୋତା ପିନ୍ଧିଥିବାର ନଜରକୁ ଆସିଥିଲେ । କହିବାକୁ ଗଲେ ଏହା ତ ଏକ ସାଧାରଣ ଆଉଟଫିଟ୍ । ମାତ୍ର ତାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ସେ ପିନ୍ଧିଥିବା ଡ୍ରେସ୍ ଆଉ ଜୋତାର ଦାମ୍ ସେ ଦେଢ ଲକ୍ଷ ଟଙ୍କା । ଦେଖିବାକୁ ଗଲେ ସେଲିବ୍ରିଟିମାନେ ନିଜ ଦାମୀ ଆଉଟଫିଟକୁ ନେଇ ଚର୍ଚ୍ଚାରେ ରହିବା ଏହା ପ୍ରଥମ କଥା ନୁହେଁ । ସେମାନେ ସବୁବେଳେ ନିଜ ଦାମୀ ଡ୍ରେସ୍, ଜୋତା ଆଦିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଜାହ୍ନବୀ ସେଦିନ ଗୁଚି ବ୍ରାଣ୍ଡର ପିଙ୍କ୍ ଟି-ସାର୍ଟ ଏବଂ ବ୍ଲାକ୍ ଜୋତା ପିନ୍ଧିଥିଲେ । ତାଙ୍କ ଟି-ସାର୍ଟର ମୂଲ୍ୟ ୬୩,୫୯୭ ଟଙ୍କା ହୋଇଥିବାବେଳେ ଜୋତାର ମୂଲ୍ୟ ୭୯,୬୬୪ ଟଙ୍କା ବୋଲି କୁହାଯାଉଛି । ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ ହେଉଛନ୍ତି ଜାହ୍ନବୀ କପୁର । ଧଡକ ତାଙ୍କର ପ୍ରଥମ ଫିଲ୍ମ । ଫିଲ୍ମରେ ସେ ଅଭିନେତା ସାହିଦ କପୁରଙ୍କ ଭାଇ ଇସାନ ଖଟ୍ଟରଙ୍କ ସହ ଅଭିନୟ କରିଛନ୍ତି । ଫିଲ୍ମଟି ଲୋକପ୍ରିୟ ମରାଠୀ ଫିଲ୍ମ ସୌରାଟର ରିମେକ୍ । କାହାଣୀ ଦୁଇ ପ୍ରେମୀଙ୍କର । ଯିଏ ପରିବାରର ବିନା ସହମତିରେ ବିବାହ କରିଛନ୍ତି । ଏହାକୁ ଶଶାଙ୍କ ଖେତାନ ନିର୍ଦ୍ଦେଶନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.