“ପିଙ୍କ୍”ର ତାମିଲ ରିମେକ୍ ମାଧ୍ୟମରେ ସାଉଥ ସିନେମା ଜଗତରେ ଡେବ୍ୟୁ କରିବେ ଜାନଭୀ କପୁର

Published By : Prameya-News7 Bureau | February 07, 2019 IST

wp:heading {"level":5}
ବହୁ ପ୍ରତିଷ୍ଠିତ ଅଭିନେତ୍ରୀ ଶ୍ରୀଦେବୀ ଓ ବଲିଉଡ ସିନେମା ନିର୍ମାତା ବୋନି କପୁରଙ୍କର ଅଲିଅଳି ଝିଅ ଜାନଭୀ କପୁର ଏବେ ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ବଲିଉଡ ଅଭିନେତ୍ରୀ ଜାନଭୀ କପୁର ଫିଲ୍ମ ଧଡକରୁ ହିନ୍ଦି ସିନେମା ଜଗତରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଆଜିକାଲି ଜାନଭି ନିଜ ସୁନ୍ଦରତା ଏବଂ ଆଉଟଫିଟ୍‌ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି। ମାଁ ଶ୍ରୀଦେବୀଙ୍କ ପରିଧାନ ଶୈଳିକୁ କପି କରି ନିଜ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଜାନଭୀଙ୍କୁ ଅନେକ ଥର ଦେଖା ଯାଇଛି। ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଥିବା ଶ୍ରୀଦେବୀ କେବଳ ହିନ୍ଦି ସିନେମା ଜଗତରେ ପ୍ରସିଦ୍ଧ ନଥିଲେ। ତାମିଲ, ତେଲୁଗୁ, କନ୍ନଡ, ମଲାୟଲମ ସିନେମାରେ ମଧ୍ୟ ଶ୍ରୀଦେବୀ ନିଜ ଅଭିନୟରୁ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତେବେ ଆଗାମୀ ଦିନରେ ଝିଅ ଜାନଭୀଙ୍କୁ ମଧ୍ୟ ତାମିଲ ସିନେମାରେ ଦେଖିବାକୁ ମିଳିବ।
/wp:heading {"id":82827,"width":589,"height":353}
wp:heading {"level":5}
 ୨୦୧୬ ମସିହାରେ ବଲିଉଡ ଫିଲ୍ମ ପିଙ୍କ ନ୍ୟାସନାଲ ଫିଲ୍ମ ଆୱାର୍ଡ ହାସଲ କରିଥିଲା। ପିଙ୍କ୍‌ ପିଲ୍ନର ତାମିଲ ରିମେକ୍‌ ହେବାକୁ ଯାଉଛି। ଅନୀରୁଦ୍ଧ ଚୌଧୁରୀ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଏହି ସିନେମାରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ତାମିଲ ରିମେକ୍‌କୁ ଏଚ୍‌ ବିନୋଦ ଡାଇରେକ୍ଟ କରିବେ। ତାମିଲ ରିମେକରେ ଅମିତାଭଙ୍କ ଭୂମିକା ସାଉଥ ସୁପରଷ୍ଟାର ଅଜିତ କୁମାର କରବେ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା।
/wp:heading {"id":82828,"width":596,"height":447}

ଏହା ସହ ରିମେକରେ ଚଳଚ୍ଚିତ୍ରରେ ତାପସି ପନ୍ନୁଙ୍କ ଭୂମିକାରେ ଶ୍ରଦ୍ଧା ଶ୍ରୀନାଥଙ୍କୁ ଦେଖିବାକୁ ମିଳିବ। ସାଉଥ ରିମେକର ପ୍ରଯୋଜକ ବୋନି କପୁର। ଏବେ ଚଳଚ୍ଚିତ୍ରର ଫାଇନାଲ କାଷ୍ଟ ଉପରେ କାମ ଚାଲିଛି। ଖୁବ୍‌ ଶୀଘ୍ର ଫିଲ୍ମର ଶୁଟିଂ ଶେଷ ହେବ ବୋଲି କୁହାଯାଇଛି।

{"id":82829,"width":590,"height":443}
wp:heading {"level":5}
 ତେବେ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଶ୍ରୀଦେବୀଙ୍କ ଝିଅ ଜାନଭୀ ମଧ୍ୟ ଅଭିନୟ କରିବେ। ବଲିଉଡ ଫିଲ୍ମ ଧଡକରେ ଜାନଭୀଙ୍କ ଅଭିନୟରୁ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ପିଙ୍କ ରିମେକରେ ଜାନଭୀ କୈମିୟ ଭୂମିକାରେ ଦେଖିବାକୁ ମିଳିବେ।
/wp:heading {"id":82830,"width":592,"height":394}

ଏହା ପୂର୍ବରୁ ବିଦ୍ୟା ବାଲନ ଅଜିତ କୁମାରଙ୍କ ବିପକ୍ଷରେ ଅଭିନୟ କରିବେ ବୋଲି କୁହାଯାଉଥିଲା । ଫିଲ୍ମର ଶୁଟିଂ ମାର୍ଚ୍ଚ ମାସରେ ଆରମ୍ଭ ହେବ ଓ ଦଶହରା ଅବସରରେ ମୁକ୍ତିଲାଭ କରିବ। ସୁଚନାଯୋଗ୍ୟ ଯେ ସ୍ୱାମୀ ବୋନିଙ୍କ ପ୍ରଡକ୍ସନରେ ଅଜିତ୍‌ କୁମାର କାମ କରନ୍ତୁ ବୋଲି ଶ୍ରୀଦେବୀ ଚାହୁଁଥିଲେ। ଏହା ଦ୍ୱାରା ଶ୍ରୀଦେବୀଙ୍କ ଇଚ୍ଛା ପୁରା ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.