Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୋନି କପୁରଙ୍କ ଘରେ କାମ କରୁଥିବା ଘରୋଇ ସହାୟିକା କରୋନାରେ ସଂକ୍ରମିତ : ଚିନ୍ତାରେ କପୁର ପରିବାର

20/05/2020 at 12:48 PM

ମୁମ୍ବାଇ ୨୦/୫: ବୋନି କପୁରଙ୍କ ମୁମ୍ବାଇ ସ୍ଥିତ ଘରେ କାମ କରୁଥିବା ମେଡ କରୋନା ଭାଇରସରେ ସଂକ୍ରମିତ ଥିବା ଜଣା ପଡ଼ିଛି। ମେ ୧୯ତାରିଖ ଦିନ ଏହା ଜଣା ପଡ଼ିଥିଲା ଯେ ୨୩ବର୍ଷ ବୟସ୍କ ଚରଣ ସାହୁ ନାମକ ଏହି ମେଡ ତାଙ୍କ ଘରେ ରୁହନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ବୋନି ନିଜକୁ ନିଜ ପରିବାର ସହ କ୍ବାରେଣ୍ଟାଇନ୍ କରିଛନ୍ତି।

ବୋନି ଅନ୍ଧେରୀର ଲୋଖଣ୍ଡଓ୍ବାଲା କମ୍ପେଲେକ୍ସ ଅଞ୍ଚଳରେ ରୁହନ୍ତି। ଏହି ଖବର ସାମନାକୁ ଆସିବା ପରେ ବୋନିଙ୍କ ବଡ଼ ଝିଅ ଜାହ୍ନବୀ କପୁର ମଧ୍ୟ ଇନଷ୍ଟାଗ୍ରାମରେ ଏକ ମ୍ୟାସେଜ ସେୟାର କରିଛନ୍ତି।

ଜାହ୍ନବୀ କହିଛନ୍ତି ଯେ ,ଏହି ସମୟରେ ଘରେ ରହିବା ସବୁଠୁ ଉଚିତ୍ ଉପାୟ। ସମସ୍ତେ ସୁରକ୍ଷିତ ରୁହନ୍ତୁ। ଜାହ୍ନବୀ ଏହି ମ୍ୟାସେଜରେ କାର୍ତ୍ତିକ ଆର୍ଯ୍ୟନ୍ ରିଆକ୍ଟ କରି ଲେଖିଛନ୍ତି ଯେ,‘ ଠିକ୍ ସମୟରେ ଆକ୍ସନ୍ ନେବା ପାଇଁ ଆପଣଙ୍କୁ ସମର୍ଥନ କରୁଛି। ସଚେତନା ସୃଷ୍ଟି କରିବା ଜରୁରୀ। କପୁର ପରିବାରର ଜଣାଶୁଣା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଜାହ୍ନବୀଙ୍କ ପାଇଁ ଲେଖିଛନ୍ତି,‘ ସୁରକ୍ଷିତ ରୁହନ୍ତୁ’।

ଜାହ୍ନବୀ ନିଜ ମ୍ୟାସେଜ ସହ ବୋନି କପୁରଙ୍କ ଏହି ମାମଲାରେ ଅଫିସିଆଲ୍ ଆନାଉନ୍ସମେଣ୍ଟକୁ ମଧ୍ୟ ସେୟାର କରିଛନ୍ତି। ବୋନି ମେ ୧୯ତାରିଖରେ ସୋସିଆଲ ମିଡିଆରେ ଲେଖିଥିଲେ,‘ତାଙ୍କ ପିଲାମାନେ,ତାଙ୍କ ବାକି ଷ୍ଟାଫ ଏବଂ ସେ ଠିକ୍ ଅଛନ୍ତି ଏବଂ ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ଏପରିକି ଲକଡାଉନ୍ ଆରମ୍ଭ ହେବା ପରଠୁ ନିଜ ଘରୁ ବାହାରକୁ ବାହାରି ନାହୁଁ। ’

‘ଏବେ ସେମାନେ ଆଗାମୀ ୧୪ଦିନ ପାଇଁ ସେଲ୍ଫ କ୍ବାରେଣ୍ଟାଇନରେ ରହିବେ। ସେମାନେ ବିଏମସିର ମେଡିକାଲ୍ ଟିମଙ୍କ ତରଫରୁ ମିଳିଥିବା ନିୟମର ପାଳନ କରିବେ। ଏହା ସହିତ ସେମାନେ ମହାରାଷ୍ଟ୍ର ସରକାର ଏବଂ ବିଏମସିଙ୍କ ଶୀଘ୍ର ରେସପନ୍ସ ପାଇଁ ତାଙ୍କୁ ଧନ୍ୟବାଦ ଦେଉଛନ୍ତି’।

‘ ସେ ଏହି ସୂଚନା ଏଥିପାଇଁ ଦେଉଛନ୍ତି କାରଣ ଗୁଜବ ସୃଷ୍ଟି କରିବା ଅନୁଚିତ୍। ସେମାନେ ସମସ୍ତେ ସୁରକ୍ଷିତ ପଦକ୍ଷେପ ନେଉଛନ୍ତି। ସେମାନେ ଆଶା କରୁଛନ୍ତି ଯେ ଚରଣ ଖୁବ୍ ଶୀଘ୍ର ଠିକ୍ ହୋଇ ଘରକୁ ଫେରି ଆସିବେ।’

   Related Posts