ଐଶ୍ବର୍ଯ୍ୟାଙ୍କ ହିଟ୍ ଗୀତରେ ନାଚିଲେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ : ଲକଡାଉନରେ ସେୟାର କଲେ ଥ୍ରୋବ୍ୟାକ୍ ଭିଡିଓ

Published By : Prameya-News7 Bureau | April 14, 2020 IST

ମୁମ୍ବାଇ ୧୪/୪: ନିଜ ଷ୍ଟାଇଲରେ ଲୋକଙ୍କୁ ଦିଓ୍ବାନା କରିଥିବା ଜାହ୍ନବୀ କପୁର ଏକ ଟ୍ରେଣ୍ଡ କ୍ଲାସିକାଲ୍ ଡ୍ୟାନ୍ସର। ଲକଡାଉନ୍ ମଧ୍ୟରେ ନିଜ ଡ୍ୟାନ୍ସ କ୍ଲାସକୁ ଜାହ୍ନବୀ ଖୁବ୍ ମିସ୍ କରୁଛନ୍ତି। ଯାହା ଫଳରେ ସେ ନିଜ କ୍ଲାସର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଜାହ୍ନବୀ ଐଶ୍ବର୍ଯ୍ୟା ରାୟଙ୍କ ଗୀତରେ ଡ୍ୟାନ୍ସ କରୁଛନ୍ତି।

wp:core-embed/instagram {"url":"https://www.instagram.com/p/B-4oZX4AWgE/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-4oZX4AWgE/?utm_source=ig_embed
/wp:core-embed/instagram

ନିକଟରେ ଜାହ୍ନବୀ କପୁର ନିଜ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ହେଉଛି ତାଙ୍କ ଡ୍ୟାନ୍ସ କ୍ଲାସର ଯେଉଁଠି ସେ ପ୍ରତିଦିନ ଯାଆନ୍ତି। ଏହି ଭିଡିଓରେ ସେ ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ‘ଉମରାଓ ଜାନ୍’ଫିଲ୍ମର ‘ସଲାମ’ ଗୀତରେ କ୍ଲାସିକାଲ୍ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ସହ ଜାହ୍ନବୀ ଳେଖିଛନ୍ତି,‘କ୍ଲାସରୁମକୁ ମିସ୍ କରୁଛନ୍ତି,କିନ୍ତୁ କ୍ଲାସରୁମ୍ ତ କେଉଁଠି ବି କେବେ ବି ହୋଇପାରିବ ନା’।

{"id":254159,"sizeSlug":"large"}

ଫିଲ୍ମ ‘ଧଡ଼କ’ରୁ ବଲିଉଡ ଡେବ୍ୟୁ କରିଥିବା ଜାହ୍ନବୀ ଜଣେ ଟ୍ରେଣ୍ଡ କ୍ଲାସିକାଲ୍ ଡ୍ୟାନ୍ସର। ପ୍ରଥମ ଫିଲ୍ମରୁ ହିଁ ଝିଙ୍ଗାଟ ଗୀତରେ ସେ ଦମଦାର ଡ୍ୟାନ୍ସ କରିଥିଲେ। ଏହା ଛଡ଼ା ଜାହ୍ନବୀ ଲଗାତାର ସୋସିଆଲ ମିଡିଆରେ ନିଜ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି।

{"id":254160,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.