ଫିଲ୍ମ ‘ରୁହି’ର ପ୍ରମୋଶନ ପରେ ଜାହ୍ନବୀ କପୁର କାରରେ ବଦଳାଇଲେ ଡ୍ରେସ୍, ଫଟୋ ସେୟାର କରି ଲେଖିଲେ ଏମିତି...

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧/୦୩: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ଫିଲ୍ମ 'ରୁହି'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଗୋଟିଏପଟେ ଜାହ୍ନବୀ କପୁର ବିଭିନ୍ନ ସ୍ଥାନକୁ ଯାଇ ଫିଲ୍ମର ପ୍ରମୋସନ କରୁଥିବାବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ମଧ୍ୟ ଏହି ଫିଲ୍ମକୁ ବହୁତ ପ୍ରମୋଟ୍ କରୁଛନ୍ତି । ଏହି ସମୟରେ ଜାହ୍ନବୀ କପୁର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଜାହ୍ନବୀ କାରରେ ଡ୍ରେସ୍ ବଦଳାଉଥିବାର ନଜର ଆସିଛନ୍ତି ।

{"id":421066,"sizeSlug":"large","linkDestination":"none"}

ଜାହ୍ନବୀ ଇନଷ୍ଟାଗ୍ରାମରେ ଚାରୋଟି ଫଟୋ ସେୟାର କରିଛନ୍ତି । ଯେଉଁଥିରୁ ଦୁଇଟି ଫଟୋ, ଜାହ୍ନବୀଙ୍କ ସୁପରଷ୍ଟାଇଲ୍ ଦେଖିବାକୁ ମିଳିଥିବାବେଳେ ଗୋଟିଏ ଫଟୋରେ ଜାହ୍ନବୀ କାରରେ ଡ୍ରେସ୍ ବଦଳାଉଛନ୍ତି ଏବଂ ଅନ୍ୟ ଏକ ଫଟୋରେ ସେ ଫ୍ଲାଇଟ୍ ଭିତରେ ବସିଥିବାର ନଜର ଆସିଛନ୍ତି । ଜାହ୍ନବୀ ଏହି ଫଟୋଗୁଡିକ ସହିତ ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି- ଏହା ଏକ ରିଲାକ୍ସଡ୍ ଡେ ଥିଲା । ଏହି କ୍ୟାପସନ୍ ସହିତ ଜାହ୍ନବୀ ଅପ୍ସାଇଡ୍ ଡାଉନ୍ ସ୍ମାଇଲ୍ ମଧ୍ୟ ଦେଇଛନ୍ତି । ଫ୍ୟାନ୍ସମାନେ ଜାହ୍ନବୀ କପୁରଙ୍କ ଫଟୋ ଏବଂ କ୍ୟାପସନକୁ ଖୁବ୍ ପସନ୍ଦ କରିବା ସହିତ କମେଣ୍ଟ ମଧ୍ୟ ଦେଉଛନ୍ତି ।

{"id":421067,"sizeSlug":"large","linkDestination":"none"}

ଜାହ୍ନବୀ କପୁରଙ୍କ ଫିଲ୍ମ 'ରୁହି' ଆଜି ରିଲିଜ୍ ହୋଇଛି । ଏହି ଫିଲ୍ମରେ ଜାହ୍ନବୀ କପୁରଙ୍କ ସହିତ ରାଜକୁମାର ରାଓ ଏବଂ ବରୁଣ ଶର୍ମା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମ ‘ରୁହି’ ଏକ ହରର କମେଡି, ଯାହା ଦୀନେଶ ଭାଇଜାନଙ୍କ ହରର-କମେଡି ୟୁନିଭର୍ସର ଏକ ଅଂଶ । ଏହାପୂର୍ବରୁ ଏହି ୟୁନିଭର୍ସର ସ୍ତ୍ରୀ ରିଲିଜ୍ ହୋଇ ସାରିଛି ।  ଆଗାମୀ ସମୟରେ ଭେଡିଆ ଏବଂ ମୁଞ୍ଜା ରିଲିଜ୍ ହେବ ।

Roohi Trailer Out: Rajkummar Rao, Janhvi Kapoor & Varun Sharma invite you  to their 'spooky wedding' | Celebrities News – India TV

ଜାହ୍ନବୀ କପୁର ଫିଲ୍ମ ‘ଧଡକ’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଜାହ୍ନବୀ କପୁରଙ୍କ ସହ ଇଶାନ ଖଟ୍ଟର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ କଛି ଖାସ୍ ପ୍ରଦର୍ଶନ କରିପାରି ନଥିଲା, କିନ୍ତୁ ଜାହ୍ନବୀ କପୁର ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.