Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଜାଣନ୍ତୁ- ପୃଥିବୀକୁ ପରିକ୍ରମା କରୁଥିବା ଜହ୍ନର ଏକ ସାଙ୍ଗ

1/03/2020 at 8:23 PM

ନୂଆଦିଲ୍ଲୀ – କଣ ଆପଣ ଜଣିଛନ୍ତି କି ପୃଥିବୀକୁ ପରିକ୍ରମା କରୁଥିବା ଜହ୍ନର ଏକ ସାଙ୍ଗ ବି ଅଛି। ଗତ ତିନି ବର୍ଷ ହେଲା ସେ ବି ମିତ ବସିଛି। ଆଉ ପୃଥିବୀକୁ ପରିକ୍ରମା କରୁଛି। ଏହାର ଆକାର ଖୁବ୍‌ ଛୋଟ। ଆଉ କିଛି ବର୍ଷ ପରେ ପୃଥିବୀର ଏହି ନୂଆ ଜହ୍ନ ହଜିଯିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ଫେବ୍ରୁଆରୀ ୧୫। ଭ୍ୟାଲେଣ୍ଟାଇନ ଡେର ହ୍ୟାଙ୍ଗ ଓଭର ଯାଇନାହିଁ। ଆଉ ଏତିକିବେଳେ ଜଣା ପଡ଼ିଲା ପୃଥିବୀର ପ୍ରେମରେ ପଡ଼ିଛି ଆଉ ଏକ ଜନ୍ମ । ହଁ ବିଲ୍‌କୁଲ ଆମର ଏହି ଜହ୍ନ ଭଳି ଏହା ପୃଥିବୀକୁ ପରିକ୍ରମା କରୁଛି। ସେ ପୁଣି ଦୀର୍ଘ ୩ ବର୍ଷ ହେଲାଣି। ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି  2020 CD3। ଏହାର ସାଇଜ ପାଖାପାଖି ୬.୨ ଫୁଟରୁ ୧୧ ଦଶମିକ ୪ ଫୁଟ ଭିତରେ ହେବ। ମାନେ ଏକ କାର୍‌ ସାଇଜ୍‌ର।

 Catalina Sky Surveyର ବୈଜ୍ଞାନିକ କାକପର ୱିର୍ଜକୋର ଏବଂ ଥିଓଡର ପ୍ରୁନି ଏହାକୁ ଆବିଷ୍କାର କରିଥିଲେ। ପ୍ରଥମେ ପ୍ରଥମେ କେହି ଏହାକୁ ଏକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ ଭାବୁଥିଲେ। କିନ୍ତୁ ଆଷ୍ଟ୍ରୋନୋମିକ ୟୁନିୟନସ ମାଇନର ପ୍ଲାନେଟ ସେଣ୍ଟର ଯାହାକି ମହାକାଶରେ ବୁଲୁଥିବା ଛୋଟଛୋଟ ଗ୍ରହାଣୁ ପୁଞ୍ଜ ଉପରେ ନଜର ରଖିଥାଏ କହିଥିଲା କି ଏହା ଏକ ପ୍ରାକୃତିକ ଗ୍ରହ ଖଣ୍ଡ । 

 ଏହା ମହାକାଶରେ ଘୁରି ବୁଲୁଥିଲା କିନ୍ତୁ ପୃଥିବୀର ମାଧ୍ୟାକର୍ଷଣର ଶକ୍ତିରେ ପ୍ରଭାବିତ ହୋଇ ଏହା ନିକଟତର ହୋଇଥିଲା । ସେବେଠାରୁ ଏହା ପୃଥିବୀ ଚାରିପଟେ ଘୁରି ବୁଲୁଛି । ଅବଶ୍ୟ ଏହା ପୃଥିବୀ ପାଇଁ କୌଣସି କ୍ଷତି କରିବନି କିନ୍ତୁ ଯେଉଁଭଳି ଭାବେ ଏହା ପୃଥିବୀ ଚାରିପଟେ ବୁଲୁଛି ଏହା ବେଶୀ ଦିନ ରହିବନି।

 ଏହାର ଅର୍ବିଟ  ଏହା ବୁଲୁଛି ପୂଥିବୀ ଚାରିପଟେ। ଏପ୍ରିଲ ମାସରେ ଏହି ଲଭ୍‌ ଷ୍ଟୋରି ଶେଷ ହୋଇଯିବ। ଏହା ପୃଥିବୀଠାରୁ ଦୂରେଇ ଯିବ ଏବଂ ମହାକାଶରେ ପୁଣି ହଜିଯିବ।  

   Related Posts